ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍
Advertisement

ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍

IOC ୱେବସାଇଟ୍ ଅନୁଯାୟୀ, ଜୁନ୍ ୧ରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର (Commercial LPG Gas Cylinder) ର ମୂଲ୍ୟ ୧୪୭୩.୫୦ ଟଙ୍କା ରହିଛି, ଏହା ପୂର୍ବରୁ ଏହାର ମୂଲ୍ୟ ୧୫୯୫.୫୦ ଟଙ୍କା ଥିଲା । 

ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍

ନୂଆଦିଲ୍ଲୀ: LPG Gas Cylinder Price Today: LPG ଗ୍ରାହକଙ୍କ ପାଇଁ ବଡ ରିହାତି ଖବର ରହିଛି । IOC ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର (Commercial LPG gas Cylinder) ର ମୂଲ୍ୟ ହ୍ରାସ କରିଛି । ତେବେ ୧୪.୨ କିଲୋଗ୍ରାମ ଘରୋଇ ରନ୍ଧନ ଗ୍ୟାସ (Domestic LPG gas Cylinder) ର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ପୂର୍ବରୁ ମେ ମାସରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲ ଦରରେ ଲାଗିଲା ନିଆଁ, ରେକର୍ଡ ରେକର୍ଡ ସ୍ତରରେ ପହଞ୍ଚିଲା ମୂଲ୍ୟ

୧୯ କିଲୋଗ୍ରାମ ସିଲିଣ୍ଡର ହେଲା ଶସ୍ତା

IOC ୱେବସାଇଟ୍ ଅନୁଯାୟୀ, ଜୁନ୍ ୧ରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର (Commercial LPG Gas Cylinder) ର ମୂଲ୍ୟ ୧୪୭୩.୫୦ ଟଙ୍କା ରହିଛି, ଏହା ପୂର୍ବରୁ ଏହାର ମୂଲ୍ୟ ୧୫୯୫.୫୦ ଟଙ୍କା ଥିଲା । ଅର୍ଥାତ୍ ସିଲିଣ୍ଡରର ମୂଲ୍ୟ ୧୨୨ ଟଙ୍କା ହ୍ରାସ କରାଯାଇଛି । ଆପଣଙ୍କୁ କହିରଖୁଛୁ ଯେ ସରକାରୀ ପେଟ୍ରୋଲିୟମ କମ୍ପାନୀଗୁଡିକ ମେ ମାସରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୪୫.୫୦ ଟଙ୍କା ହ୍ରାସ କରିଥିଲେ । ତା’ପରେ ଏହାର ମୂଲ୍ୟ ୧୬୪୧ ଟଙ୍କାରୁ ୧୫୯୫.୫୦ ଟଙ୍କାକୁ ଖସି ଆସିଥିଲା ।

ଅଧିକ ପଢ଼ନ୍ତୁ:-ଏହି ଦିନଠାରୁ ବଢ଼ିଯିବ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କ ଦରମା, ଜାଣନ୍ତୁ ଏବେ ପ୍ରତି ମାସରେ ଆକାଉଣ୍ଟରେ ଆସିବ କେତେ ଟଙ୍କା

IOC ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡରର ନୂତନ ମୂଲ୍ୟ ୧୫୯୫.୫୦ ଟଙ୍କା ବଦଳରେ ୧୪୭୩.୫୦ ଟଙ୍କା ରହିଛି । ମୁମ୍ବାଇରେ ୧୫୪୫ ଟଙ୍କା ବଦଳରେ ୧୪୨୨.୫୦ ଟଙ୍କା, କୋଲକାତାରେ ୧୬୬୭.୫୦ ଟଙ୍କା ବଦଳରେ ୧୫୪୪.୫୦ ଟଙ୍କା ଏବଂ ଚେନ୍ନାଇରେ ୧୭୨୫.୫୦ ଟଙ୍କା ବଦଳରେ ୧୬୦୩ ଟଙ୍କା ରହିଛି ।

ଜୁନରେ ୧୯ କିଲୋଗ୍ରାମ LPG ର ମୂଲ୍ୟ

ସହର          ଜୁନ୍               ମେ

ଦିଲ୍ଲୀ         ୧୪୭୩.୫୦     ୧୫୯୫.୫୦

ମୁମ୍ବାଇ      ୧୪୨୨.୫୦        ୧୫୪୫ 

କୋଲକାତା  ୧୫୪୪.୫୦    ୧୬୬୭.୫୦ 

ଚେନ୍ନାଇ      ୧୬୦୩         ୧୭୨୫.୫୦ 

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଢ଼ିଲା ପେନସନ୍

୨୦୨୧ରେ ଏଲପିଜି ସିଲିଣ୍ଡର ୧୧୫ ଟଙ୍କା ହୋଇଛି ମହଙ୍ଗା

ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଜି ବି ଦିଲ୍ଲୀରେ ଘରୋଇ ଏଲପିଜି ମୂଲ୍ୟ ସିଲିଣ୍ଡର ପିଛା ୮୦୯ ଟଙ୍କା ରହିଛି । ଆପଣଙ୍କୁ କହିରଖୁଛୁ ଯେ ଏପ୍ରିଲରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା, ଯେଉଁ କାରଣରୁ ଏହାର ମୂଲ୍ୟ ୮୧୯ରୁ ୮୦୯ ଟଙ୍କାକୁ ଖସି ଆସିଥିଲା । ଚଳିତ ବର୍ଷ ଜାନୁଆରୀରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କା ଥିଲା, ଯାହା ଫେବୃଆରୀରେ ସିଲିଣ୍ଡର ପିଛା ୭୧୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଫେବୃଆରୀ ୧୫ରେ ପୁଣି ମୂଲ୍ୟ ବୃଦ୍ଧି ଘଟି ୭୬୯ ଟଙ୍କା ହୋଇଯାଇଥିଲା । ତା’ପରେ ଫେବୃଆରୀ ୨୫ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କା କରାଯାଇଥିଲା । ମାର୍ଚ୍ଚରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘଟି ୮୧୯ ଟଙ୍କାକୁ ପହଞ୍ଚିଥିଲା ।