LTTE Leader Velupillai Prabhakaran Still Alive: ବିଶ୍ୱ ତାମିଲ ସଂଘ ସଭାପତି ପାଜା ନେଦୁମାରନ୍, ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଇଲମ ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକରନଙ୍କ ସମ୍ପର୍କରେ ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ସଭାପତି ପାଜା କହିଛନ୍ତି ଯେ ଏଲଟିଟିଇ ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକରନ ଜୀବିତ ଅଛନ୍ତି ଏବଂ ସେ ଶୀଘ୍ର ଫେରିବେ। ତାମିଲନାଡୁ ତଞ୍ଜାବୁର ଠାରେ ଏକ ବୟାନ ଜାରି କରି ୱାର୍ଲ୍ଡ ତାମିଲ ଫେଡେରେସନ୍ ସଭାପତି କହିଛନ୍ତି, "ଆମ ନେତା ପ୍ରଭାକରନ୍ ଜୀବିତ ଏବଂ ସେ ଭଲ ଅଛନ୍ତି। ଯଥାଶୀଘ୍ର ଏଲଟିଟିଇ ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକରନ ଦୁନିଆ ସାମ୍ନାକୁ ଆସିବେ।  


COMMERCIAL BREAK
SCROLL TO CONTINUE READING

ବିଶ୍ୱ ତାମିଲ ସଂଘ (World Tamil Federation) ସଭାପତି ପାଜା ନେଦୁମାରନ୍ (Pazha Nedumaran) କହିଛନ୍ତି ଯେ ଏହି ଖବର ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଇଲମ (Liberation Tigers of Tamil Eelam) ଏଲଟିଟିଇ (LTTE) ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକରନଙ୍କ (Velupillai Prabhakaran) ବିଷୟରେ ପ୍ରଚାର କରାଯାଉଥିବା ଗୁଜବ ଉପରୁ ପର୍ଦ୍ଦା ହଟିବ। ସମଗ୍ର ବିଶ୍ୱରେ ତାମିଲ ଲୋକଙ୍କୁ (Tamil People) ଏକଜୁଟ ହେବାକୁ ନିବେଦନ କରି ପାଜା କହିଛନ୍ତି ଯେ ଖୁବ ଶୀଘ୍ର ତାମିଲ ସମ୍ପ୍ରଦାୟର (Tamil Community) ମୁକ୍ତି ପାଇଁ ଏଲଟିଟିଇ ମୁଖ୍ୟ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବେ।


Also Read: Mi-17 V5 Helicopter ଦୁର୍ଘଟଣା ପଛରେ ରହିଛି LTTE-ISI ଷଡଯନ୍ତ୍ର!


ଏଲଟିଟିଇ ମୁଖ୍ୟଙ୍କ (LTTE Chief) ସମ୍ପର୍କରେ ଶ୍ରୀଲଙ୍କା ସେନା (Sri Lankan Army) କହିଛି ଯେ ଗତ ୨୦୦୯ ବର୍ଷରେ ହୋଇଥିବା ଏକ ସୈନ୍ୟ ଅଭିଯାନରେ ପ୍ରାଣ ହରାଇଥିଲା ଭେଲୁପିଲ୍ଲାଇ ପ୍ରଭାକରନ। ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଇଲମ ମୁଖ୍ୟଙ୍କ ମୃତ୍ୟୁ ପରେ ଶ୍ରୀଲଙ୍କା ଜାଫନା ଅଞ୍ଚଳ (Jaffna Area of Sri Lanka) ତାମିଲ ଉଗ୍ରବାଦ (Tamil Insurgency In Sri Lanka) କବଳରୁ ମୁକ୍ତ ହୋଇଥିଲା। ଶ୍ରୀଲଙ୍କାରେ ସ୍ୱତନ୍ତ୍ର ତାମିଲ ରାଷ୍ଟ୍ର (Separate Tamil State In Sri Lanka) ଗଠନକୁ ନେଇ ଦଶନ୍ଧି ଦଶନ୍ଧି ଧରି ଶ୍ରୀଲଙ୍କା ସେନା-ଏଲଟିଟିଇ ମଧ୍ୟରେ ଗୃହ ଯୁଦ୍ଧ (Sri Lankan Civil War) ଚାଲିଥିଲା। ଯାହା ଏଲଟିଟିଇ ମୁଖ୍ୟଙ୍କ ମୃତ୍ୟୁ ପରେ ଶେଷ ହୋଇଥିଲା। ଏକ ସୈନ୍ୟ ଅଭିଯାନରେ ଭେଲୁପିଲ୍ଲାଇ ପ୍ରଭାକରନ ପ୍ରାଣ ହରାଇଥିବା ନେଇ ଖବର ଘୋଷଣା ଶୁଣିବା ଏଲଟିଟିଇ ସଦସ୍ୟ ନିଜ ଆଡୁ ପରାଜୟ ବରଣ କରି ଗୃହଯୁଦ୍ଧରୁ ପଛକୁ ହଟିଯାଇଥିଲେ। 


ବିଶ୍ୱ ତାମିଲ ସଂଘ ସଭାପତି ପାଜା ନେଦୁମାରନ୍ କହିଛନ୍ତି ଯେ ମୁଁ ନିଶ୍ଚିତ କରିପାରିବି ଯେ ରାଷ୍ଟ୍ରୀୟ ତାମିଲ ନେତା ଭେଲୁପିଲ୍ଲାଇ ପ୍ରଭାକରନ୍ ଜୀବିତ ଅଛନ୍ତି। ଭେଲୁପିଲ୍ଲାଇ ପ୍ରଭାକରନଙ୍କ ପରିବାରର ସମ୍ମତି ନେବା ପରେ  ଲୋକଙ୍କ ପାଖରେ ଏଲଟିଟିଇ ମୁଖ୍ୟଙ୍କ କଥା ପହଞ୍ଚାଉଥିବା କହିଛନ୍ତି ସଭାପତି ପାଜା। ତାମିଲ ସମାଜର ଲୋକଙ୍କୁ ନିବେଦନ କରି ସେ କହିଥିଲେ ଯେ ଭେଲୁପିଲ୍ଲାଇ ପ୍ରଭାକରନଙ୍କ ସହ ଛିଡ଼ା ହେବା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ। 


Also Read: ଆସନ୍ତାକାଲି ପାଳିତ ହେବ ଏଲଟିଟିଇ ବିରୋଧି ବିଜୟ ଦିବସ


ତଞ୍ଜାବୁର ଠାରେ ବିଶ୍ୱ ତାମିଲ ସଂଘ ସଭାପତି ରାଜ୍ୟ ସରକାର ଏବଂ ଅନ୍ୟ ରାଜନୈତିକ ଦଳଙ୍କ ଉଦ୍ଦେଶ୍ୟରେ ମଧ୍ୟ ଆବେଦନ କରିଥିଲେ। ସଭାପତି ପାଜା କହିଛନ୍ତି ଯେ, ସେ ଦୀର୍ଘ ଦିନ ଧରି ଏଲଟିଟିଇ ମୁଖ୍ୟଙ୍କ ପରିବାର ସହ ଯୋଗାଯୋଗରେ ରହିଥିଲେ। ହେଲେ ଯେତେବେଳେ ତାଙ୍କର ସମ୍ପୂର୍ଣ୍ଣ ସୁସ୍ଥ ହେବାର ଖବର ମିଳିଲା ଏବଂ ତାଙ୍କ ପରିବାର ପକ୍ଷରୁ ସମ୍ମତି ମିଳିଲା, ସେତେବେଳେ ସେ ଯାଇ ସର୍ବସାଧାରଣରେ ଏ ସମ୍ପର୍କରେ ଜଣାଇଥିଲେ।