Mi-17 V5 Helicopter ଦୁର୍ଘଟଣା ପଛରେ ରହିଛି LTTE-ISI ଷଡଯନ୍ତ୍ର!
Advertisement
Article Detail0/zeeodisha/odisha1044307

Mi-17 V5 Helicopter ଦୁର୍ଘଟଣା ପଛରେ ରହିଛି LTTE-ISI ଷଡଯନ୍ତ୍ର!

ଏନେଇ ଅବସରପ୍ରାପ୍ତ ବ୍ରିଗେଡିୟର କହିଛନ୍ତି ଯେ ଏହା କେବଳ ଏକ ଦୁର୍ଘଟଣା ନୁହେଁ ବରଂ ଏକ ବଡ଼ ଷଡଯନ୍ତ୍ର ହୋଇ ଥାଇପାରେ।

Mi-17 V5 Helicopter ଦୁର୍ଘଟଣା ପଛରେ ରହିଛି  LTTE-ISI ଷଡଯନ୍ତ୍ର!

ନୂଆଦିଲ୍ଲୀ: ଗତ ବୁଧବାର ତାମିଲନାଡ଼ୁର ପାହାଡ଼ିଆ ଜିଲ୍ଲା ନୀଳଗିରିର କୁନ୍ନୁର ଠାରେ ଏକ ସେନା ହେଲିକ୍ୟାପ୍ଟର Mi-17 V5 ଦୁର୍ଘଟଣା ହେବା ଘଟଣାରେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି ସେନାର ଅବସରପ୍ରାପ୍ତ ବ୍ରିଗେଡିୟର୍ ସୁଧିର ସାୱନ୍ତ। ଏହି ଘଟଣା ପଛରେ ଷଡଯନ୍ତ୍ର ରହିଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି।

ଏନେଇ ଅବସରପ୍ରାପ୍ତ ବ୍ରିଗେଡିୟର୍ ସୁଧିର ସାୱନ୍ତ (Retired Brigadier Sudhir Sawant) କହିଛନ୍ତି ଯେ ଏହା କେବଳ ଏକ ଦୁର୍ଘଟଣା ନୁହେଁ ବରଂ ଏକ ବଡ଼ ଷଡଯନ୍ତ୍ରର ଫଳାଫଳ ମଧ୍ୟ ହୋଇପାରେ। ତାମିଲନାଡୁର ଯେଉଁ ଅଞ୍ଚଳରେ ବାୟୁସେନା ହେଲିକ୍ୟାପ୍ଟର Mi-17 V5 ଦୁର୍ଘଟଣାଗ୍ରସ୍ତ (mi-17 v5 Helicopter Crash) ହୋଇଥିଲା ସେହି ଅଞ୍ଚଳରେ ଲିବରେସନ ଟାଇଗର୍ସ ଅଫ ତାମିଲ ଇଲମ (Liberation Tigers of Tamil Eelam) ଏଲଟିଟିଇ (LTTE) ନାମକ ଗରିଲା ସଙ୍ଗଠନ (Guerrilla Organization) ସକ୍ରିୟ ରହିଛି। ସ୍ଥାନୀୟ ଲୋକଙ୍କ ସମର୍ଥନ ମଧ୍ୟ ଏଲଟିଟିଇ ଭଳି ଉଗ୍ରବାଦୀ ସଙ୍ଗଠନ ପାଇଁ ରହିଛି। 

Also Read: CDS Bipin Rawat: ଦିଲ୍ଲୀରେ ପହଞ୍ଚିଲା ପାର୍ଥିବ ଶରୀର, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର

ଏଭଳି ପରିସ୍ଥିତିରେ ସିଡିଏସ ବିପିନ ରାୱତ (CDS Bipin Rawat) ଯାତ୍ରା କରୁଥିବା ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଏକ ଷଡଯନ୍ତ୍ରକାରୀ ଆକ୍ରମଣ ହୋଇପାରେ। ଯେଉଁଥିରେ ଏଲଟିଟିଇ ସ୍ଲିପର ସେଲ (LTTE Sleeper Cell) ଜଡି଼ତ ରହିଥାଇପାରେ। ଯଦି ଏପରି ଆକ୍ରମଣ ହୋଇଥାଏ ତାହେଲେ ଏ କ୍ଷେତ୍ରରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (Pakistani Intelligence Agency) ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ (Inter Services Intelligence) ଆଇଏସଆଇ (ISI) ମଧ୍ୟ ଏଲଟିଟିଇ ସହ ଯୋଗଯୋଗ କରିଥାଇପାରେ। ଏହି ଘଟଣାର ତଦନ୍ତ ଜାତୀୟ ଅନୁସନ୍ଧାନ ଏଜେନ୍ସି (National Investigation Agency) ଏନଆଇଏ (NIA) ଦ୍ୱାରା କରିବାକୁ ଦାବି କରିଛନ୍ତି ପୂର୍ବତନ ବ୍ରିଗେଡିୟର୍।

 

Also Read: ଦେଶରେ ପ୍ରଥମ ଥର ପାଇଁ ନିଯୁକ୍ତ ହୋଇଥିଲେ CDS; କାର୍ଗିଲ ଯୁଦ୍ଧ ସହ ରହିଥିଲା ସ୍ୱତନ୍ତ୍ର ସମ୍ପର୍କ

ତିନୋଟି କାରଣରୁ କୌଣସି ବିମାନ କିମ୍ବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥାଏ। ଏହା ହେଉଛି ବୈଷୟିକ ତ୍ରୁଟି, ପାଇଲଟ ତ୍ରୁଟି ଏବଂ ବୋମା ଲଗାଇ ବିସ୍ଫୋରଣ କରିବା। ବୈଷୟିକ ତ୍ରୁଟି କିମ୍ବା ପାଇଲଟ୍ ତ୍ରୁଟି କ୍ଷେତ୍ରରେ ଏହାର ଚାଳକ ସାହାଯ୍ୟ ଲୋଡ଼ିଥାନ୍ତି। ପାଇଲଟ୍ ଏୟାର କଣ୍ଟ୍ରୋଲ ସହିତ ଯୋଗାଯୋଗ କରିଥାନ୍ତି। ଏହି ବାର୍ତ୍ତାଳାପ ଫ୍ଲାଇଟ୍ ଡାଟା ରେକର୍ଡର୍ (Flight Data Recorder) ଅର୍ଥାତ୍ 'ବ୍ଲାକ୍ ବକ୍ସ' (Black Box) ଦ୍ୱାରା ରେକର୍ଡ ହୋଇଥାଏ।

Also Read: IAF Helicopter Crash: ଜାଣନ୍ତୁ ପୁରା ଘଟଣାକ୍ରମ

ସିଡିଏସ ରାୱତ ଯେଉଁ ହେଲିକ୍ୟାପ୍ଟର ଯୋଗେ ଯାତ୍ରା କରୁଥିଲେ ତାହାର 'ବ୍ଲାକ୍ ବକ୍ସ' ମିଳିସାରିଛି। ଏହି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ତାହା ଜଣାପଡିବ। ଏହି ହେଲିକପ୍ଟରରେ କୌଣସି ବୈଷୟିକ ତ୍ରୁଟି ରହିଥିଲା ନାଁ ଏହି ଘଟଣା ପଛରେ କୌଣସି ଷଡଯନ୍ତ୍ର ରହିଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ପୂର୍ବତନ ବ୍ରିଗେଡିୟର୍।