Viral News: ଗତ କିଛିଦିନ ତଳେ ଓଡ଼ିଶାରେ ନିଜ ନିର୍ବାଚନମଣ୍ଡଳୀରେ ଜଣେ ମନ୍ତ୍ରୀଙ୍କୁ ବିଚ ରାସ୍ତାରେ ଲୋକଙ୍କ ସାମ୍ନାରେ ହତ୍ୟା କରାଗଲା । ତଦନ୍ତ ତା ବାଟରେ ଚାଲିଥିବା ବେଳେ ଏବେ ସବୁ ରାଜ୍ୟର ମନ୍ତ୍ରୀ ମାନେ ଛାନିଆରେ । କାରଣ ଓଡ଼ିଶାର ଏହି ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଏବେ ମଧ୍ୟପ୍ରଦେଶର (Madhya Pradesh Minister) ଏମିତି ଏକ ଖବର ଯାହା ସମସ୍ତଙ୍କୁ ଚକିତ କରିଛି। ମଧ୍ୟପ୍ରଦେଶର ଅଶୋକନଗରରେ ବିକାଶ ଯାତ୍ରା କରୁଥିବାବେଳେ ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବଙ୍କ ଦେହରେ କିଛି ଦୁର୍ବୃତ୍ତ ମନ୍ତ୍ରୀଙ୍କ ଦେହରେ ବାଇଡଙ୍କ ବା ବିଛୁଆତି ଫଳ ବା ପାଉଡର କିମ୍ବା ଲଗାଇ ଦେଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ହିଁ ମନ୍ତ୍ରୀଙ୍କ ଦେହ ଖରାପ ହେବାକୁ ଲାଗିଲା। 


COMMERCIAL BREAK
SCROLL TO CONTINUE READING

ଅବସ୍ଥା ଏମିତି ହୋଇଥିଲା ଯେ, ମନ୍ତ୍ରୀ କୁଣ୍ଡେଇ ହୋଇ ହୋଇ ନୟାନ୍ତ ହୋଇପଡ଼ିଥିଲେ।  ପୀଡିତ ମନ୍ତ୍ରୀ ଗାଁରେ ଗାଧୋଇବା ପାଇଁ ବିଚ୍ ରାସ୍ତାରେ ଲୋକଙ୍କ ଭିଡରେ ପୋଷାକ ବଦଳାଇଥିଲେ । ସେଠାରେ ଗାଧୋଇବା ପରେ ଅନ୍ୟ ଏକ ସ୍ଥାନକୁ ଯିବା ପରେ ଆରାମ ପାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶ ସରକାରରେ, ମୁଙ୍ଗାଓଲିର ରାଜ୍ୟ ମନ୍ତ୍ରୀ ତଥା ବିଧାୟକ ବ୍ରିଜେନ୍ଦ୍ର ସିଂ ଯାଦବ (Brijendra Singh Yadav)  ବିଜେପି ବିକାଶ ଯାତ୍ରାର ଏକ ଅଂଶ ଭାବରେ ବିଧାନସଭା ନିର୍ବାଚନମଣ୍ଡଳୀରେ (Assembly Constituency) ଗାଁକୁ ଯାଇ ଲୋକଙ୍କୁ ଭେଟିବାକୁ ଯିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। 


ଲୋକଙ୍କ ନିକଟରେ ସରକାରଙ୍କ ଯୋଜନା (Government Scheme) ବିଷୟରେ ସୂଚନା ଦେବା ବ୍ୟତୀତ ମନ୍ତ୍ରୀ ଭିତ୍ତି ପ୍ରସ୍ତର ଏବଂ ଭୂମି ପୂଜନ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ସୂଚନାନୁସାରେ, ମୁଙ୍ଗାୱାଲି ବିଧାନସଭାର ଦେବରାଜୀ ଗ୍ରାମ ବିଷୟରେ ଏହି ଘଟଣା କ୍ରମ କୁହାଯାଉଛି। ଯେତେବେଳେ ମନ୍ତ୍ରୀ ମୁଙ୍ଗାୱାଲୀ ସଭାର ଦେବରାଜୀ ଗ୍ରାମରେ ଜନସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେତେବେଳେ କିଛି ଦୁର୍ଦ୍ଦାନ୍ତ ଲୋକ ତାଙ୍କ ଶରୀରରେ ବିଛୁଆତି ପରି କିଛି ଲଗାଇଦେଇଥିଲେ ଯାହା ଫଳରେ ତାଙ୍କ ଶରୀରରେ କୁଣ୍ଡେଇ ହେବା ପରିସ୍ଥିତି ଦେଖାଦେଇଥିଲା । 


ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହାକୁ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଖୁବ ଜୋରରେ ଭାଇରାଲ (Viral Video) ହେବାରେ ଲାଗିଛି। ମନ୍ତ୍ରୀ ନିଜର ପୋଷାକ ଖୋଲି ରାସ୍ତା ମଝିରେ ଛିଡ଼ା ହୋଇ ଗାଧୋଉଥିବାର ନଜର ଆସିଛି।  ଏହାପରେ ମନ୍ତ୍ରୀ ନିଜର ପୋଷାକ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ତେବେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏହା ସନ୍ଦେହ କରାଯାଉଛି ଯେ, ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସମୟରେ କେହି ଫୁଷ୍ପଗୁଚ୍ଛ ଦେବା ସମୟରେ ସେହି ଫୁଲତୋଡାରେ କେହି ବିଛୁଆତି କି ବାଇଡ଼ଙ୍କ କିମ୍ବା କୁଣ୍ଡେଇ ହେବା ପାଉଡର ପକାଇ ଧରାଇଦେଇଥିଲେ ଯାହା ଫଳରେ ମନ୍ତ୍ରୀ କୁଣ୍ଡେଇ ହୋଇ ହୋଇ ନାକେଦମ ହୋଇଥିଲା ।


Also Read: Indian Parliament: ଆପଣ ଜାଣନ୍ତି କି ସଂସଦରେ ନାହିଁ 420 ନମ୍ବର ସିଟ୍? ଏହି ସିଟ୍ ନମ୍ବରକୁ ଦିଆଯାଇଛି ଅନ୍ୟ ଏକ ନମ୍ବର, ଏହା ରହିଛି କାରଣ


Also Read: Indian Railway: କେତେ ଟଙ୍କା ହେବ ବୁଲେଟ୍ ଟ୍ରେନ୍ ଟିକେଟ, ଉତ୍ତର ରଖିଲେ ରେଳମନ୍ତ୍ରୀa