ଭୋପାଲ: ମଧ୍ୟପ୍ରଦେଶ ମନ୍ତ୍ରୀ ତୁଲସୀ ରାମ ସିଲାୱଟଙ୍କୁ କୋରୋନା । ସେହିପରି ତାଙ୍କର ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ନିଜେ ମନ୍ତ୍ରୀ ତୁଲସୀ ରାମ ସିଲାୱଟ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ତାଙ୍କଠାରେ ଯଦିଓ କୋରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା, ତଥାପି ମଧ୍ୟ ସତର୍କତାମୂଳକ ଭାବେ ସେ ଟେଷ୍ଟ କରାଇଥିଲେ । ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋରୋନା ଟେଷ୍ଟ କରିବାକୁ କହିଥିଲେ ଶିବରାଜ । 



COMMERCIAL BREAK
SCROLL TO CONTINUE READING

ଏଠାରେ କହିରଖୁଛୁ, ଶନିବାର (July 25) ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କୋରୋନା ପଜିଟିଭ ବୋଲି ସ୍ପଷ୍ଟ ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । କୋରୋନା ପଜିଟିଭ ବୋଲି ନିଜେ ସେସିଆଲ ମିଡିଆ ମାଧ୍ୟମରେ କହିଥିଲେ ଶିବରାଜ । ଏପରିକି ସେ ଏବେ କ୍ୱାରେଣ୍ଟାଇନରେ ଥିବା ସୂଚନା ଦେଇଥିଲେ । ସେହିପରି ତାଙ୍କ ସହ କ୍ଲୋଜ କଣ୍ଟ୍ରାକ୍ଟରେ ଥିବା ସମସ୍ତଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା । 


ଶିବରାଜ ସିଂହ ଚୌହାନ ଟ୍ୱିଟ କରି କହିଥିଲେ, ''ପ୍ରିୟ ଦେଶବାସୀ, ମୋ ନିକଟରେ କୋଭିଡ ୧୯ ଲକ୍ଷଣ ଦେଖାଦେଇଥିଲା । ପରେ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ତେଣୁ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ସହଯୋଗୀଙ୍କୁ ମୁଁ ଅପିଲ କରୁଛି ଯେ, ସେମାନେ ମଧ୍ୟ କୋରୋନା ଟେଷ୍ଟ କରିନିଅନ୍ତୁ । ସେହିପରି ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ କ୍ୱାରେଣ୍ଟାଇନରେ ରୁହନ୍ତୁ ।''


ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଜଣେ କୋଭିଡ-୧୯ ରୋଗୀ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ କରିପାରିବ, ଯଦି ସେ ଠିକ୍ ସମୟରେ ଚିକିତ୍ସା ପାଇପାରିବ । ମୁଁ କୋରୋନା ଭାଇରସ୍ ସ୍ଥିତିକୁ ନେଇ ମାର୍ଚ୍ଚ ୨୫ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସମୀକ୍ଷା କରୁଛି । ଆଉ ଏବେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବୈଠକର ସମୀକ୍ଷା କରିବା ପାଇଁ ଚେଷ୍ଠା କରୁଛି ।