Madras High Court: ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ (Madurai Bench) ଅନଲାଇନ୍ ବିବାହକୁ (Online marriage) ଅନୁମତି ଦେଇଛନ୍ତି, ଯାହା ପରେ ତାମିଲନାଡୁର ଜଣେ ମହିଳା ଡିଜିଟାଲ୍ ମାଧ୍ୟମରେ ଭାରତୀୟ ମୂଳ ଆମେରିକୀୟ ନାଗରିକଙ୍କୁ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଜଷ୍ଟିସ୍ ଜି.ଆର ସ୍ୱାମୀନାଥନ୍ ଏକ ଲିଖିତ ଆବେଦନ ଶୁଣିବା ପରେ ଦେଖିଲେ ଯେ ବିବାହ କରିବାର ଅଧିକାର ହେଉଛି ଏକ ମୌଳିକ ମାନବିକ ଅଧିକାର ଓ ସ୍ୱତନ୍ତ୍ର ବିବାହ ଅଧିନିୟମ (Special Marriage Act), ୧୯୫୪ ର ଧାରା ୧୨ ଓ ୧୩ ର ତିଆରି ଏଥିପାଇଁ ହୋଇଛି ଯେ ଏହି ଅଧିକାର ପ୍ରଭାବି ହୋଇପାରିବ ।


COMMERCIAL BREAK
SCROLL TO CONTINUE READING

ଏହି ଆବେଦନରେ ଆବେଦନକାରୀ ବାସମି ସୁଦର୍ଶନୀ ପି.ଏନ୍ ପ୍ରତିବାଦୀ ସବ୍-ରେଜିଷ୍ଟ୍ରାର କନ୍ୟାକୁମାରୀଙ୍କୁ ରାହୁଲ ଏଲ. ମଧୁଙ୍କ ସହିତ ତାଙ୍କର ବିବାହ ଅନଲାଇନରେ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ଏହାକୁ ନେଇ ଅଦାଲତ କହିଛନ୍ତି, ଆଇନର ଧାରା ୧୨ (୨) ଅନୁଯାୟୀ ବିବାହ ଯେକୌଣସି ରୂପରେ ସମାରୋହ ହୋଇପାରେ, ଯାହାକୁ ଉଭୟ ପକ୍ଷ ବାଛି ପାରିବେ ।


ଯେହେତୁ ଆଇନକୁ ଟେକ୍ନୋଲୋଜିର ଗତି ସହିତ ତାଳମେଳ ରଖିବାକୁ ପଡିଥାଏ, ଏଥିପାଇଁ ଏଠାରେ ବିବାହରେ ଜଡିତ ପକ୍ଷଙ୍କ ପସନ୍ଦ ଆଇନଗତ ଭାବରେ ଜରୁରୀ । ଆବେଦନକାରୀ ନିଜ ଯାଚିକାରେ କହିଥିଲେ ଯେ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ, ୧୯୫୪ ଅନୁଯାୟୀ ଏହି ବିବାହ ପଞ୍ଜିକୃତ କରାଯାଉ ଓ ବିବାହ ପ୍ରମାଣପତ୍ର ପ୍ରଦାନ କରାଯାଉ ।


ସୁଦର୍ଶନୀଙ୍କ ପିତାମାତା ମଧ୍ୟ ଅନଲାଇନ୍ ବିବାହ ପାଇଁ ଅନୁମତି ଦେଇଛନ୍ତି ବୋଲି ସେ ପିଟିସନରେ କହିଛନ୍ତି । ସେ କହିଛନ୍ତି, "ଆମେ ଦୁହେଁ ହିନ୍ଦୁ ଧର୍ମ ଅନୁସରଣ କରୁ । ଆମେ ଏଠାରେ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ବିବାହ କରିବାକୁ ଯୋଗ୍ୟ ଅଟୁ । ଏହି ଅଧିନିୟମ ଅନୁଯାୟୀ ବିବାହ କରିବାକୁ ଆମେ ଅନଲାଇନରେ ଆବେଦନ କରିଛୁ ।"


ଆବେଦନପତ୍ରରେ କୁହାଯାଇଛି ଯେ ଆମେ ଦୁହେଁ ବ୍ୟକ୍ତିଗତ ଭାବେ ବିବାହ ପାଇଁ ରେଜିଷ୍ଟ୍ରାରଙ୍କ ନିକଟରେ ହାଜର ହୋଇଥିଲେ କିନ୍ତୁ ଆମ ବିବାହ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ୩୦ ଦିନର ସର୍ତ୍ତ ଯୋଗୁଁ ଆମେ ଦୁହେଁ ଅପେକ୍ଷା କରିଥିଲୁ । କିନ୍ତୁ ୩୦ ଦିନ ପରେ ମଧ୍ୟ ରେଜିଷ୍ଟ୍ରାର ଆମ ବିବାହ ଆବେଦନ ଉପରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି।


ଏହା ବି ପଢ଼ନ୍ତୁ: କେତେ ଦିନ ପର୍ଯ୍ୟନ୍ତ ୟୁକ୍ରେନ ସହ ଯୁଦ୍ଧ କରିବ ଋଷ? ଆମେରିକାର କଲା ବଡ ଦାବି


ଏହା ବି ପଢ଼ନ୍ତୁ: CWG 2022: ଇତିହାସ ରଚିଲେ ଲାଲରିନ୍ନୁଙ୍ଗା ଜେରେମି; ଭାରତ ପାଇଁ ଜିତିଲେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ