CWG 2022: ଇତିହାସ ରଚିଲେ ଲାଲରିନ୍ନୁଙ୍ଗା ଜେରେମି; ଭାରତ ପାଇଁ ଜିତିଲେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ
Advertisement
Article Detail0/zeeodisha/odisha1282161

CWG 2022: ଇତିହାସ ରଚିଲେ ଲାଲରିନ୍ନୁଙ୍ଗା ଜେରେମି; ଭାରତ ପାଇଁ ଜିତିଲେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ

Commonwealth Games 2022: ଭାରତର ଯୁବ ଭାରୋତ୍ତୋଳକ ଜେରେମି ଲାଲରିନ୍ନୁଙ୍ଗା (Jeremy Lalrinnunga) ପୁରୁଷ ୬୧ କିଲୋଗ୍ରାମ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କମନୱେଲଥ ଗେମ୍ସ-୨୦୨୨ ରେ ଏହା ହେଉଛି ଭାରତ ପାଇଁ ପଞ୍ଚମ ତଥା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ଜେରେମିଙ୍କୁ ପୂର୍ବରୁ ମିରାବାନୁ ଚାନୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ।

ସାଙ୍କେତିକ ଫଟୋ

Commonwealth Games 2022: ଭାରତୀୟ ଯୁବ ଭାରୋତ୍ତୋଳକ (Indian weightlifter) ଜେରେମି ଲାଲରିନ୍ନୁଙ୍ଗା (Jeremy Lalrinnunga) କମନୱେଲଥ ଗେମ୍ସ-୨୦୨୨ ରେ ଭାରତ ପାଇଁ ଇତିହାସ ରଚିଛନ୍ତି । ଏହି ୧୯ ବର୍ଷୀୟ ଭାରୋତ୍ତୋଳକ ପୁରୁଷ ୬୭ କିଲୋଗ୍ରାମ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କମନୱେଲଥ ଗେମ୍ସ ୨୦୨୨ ରେ ଏହା ହେଉଛି ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ (Gold Medal) । କମନୱେଲଥ ଗେମ୍ସରେ ୩୦୦ କିଲୋଗ୍ରାମ (୧୪୦ + ୧୬୦ କେଜି) ଉଠାଇବାରେ ଲାଲରିନ୍ନୁଙ୍ଗାଙ୍କ ଉଦ୍ୟମ ସଫଳ ହୋଇଥିଲା । ଜେରେମି ଚାରି ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ତ୍ରିରଙ୍ଗାର ଗୌରବ ବୃଦ୍ଧି କରିଛନ୍ତି । ୨୦୧୮ ଯୁବ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବ୍ୟତୀତ ସେ ଗତ ବର୍ଷ କମନୱେଲଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ । ବର୍ତ୍ତମାନ ସେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ସ୍ୱର୍ଣ୍ଣ ପଦକ ପାଇବେ ବୋଲି ଆଶା କରାଯାଉଛି ।

କମନୱେଲଥ ଗେମ୍ସରେ ଭାରତ ଏପର୍ଯ୍ୟନ୍ତ ୫ ଟି ପଦକ ଜିତିଛି ଓ ସମସ୍ତ ପଦକ ଭାରୋତ୍ତୋଳନରେ ଆସିଛି । ଭାରତ ଏପର୍ଯ୍ୟନ୍ତ ଦୁଇଟି ସ୍ୱର୍ଣ୍ଣ ପଦକ, ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି । ଲାଲରିନ୍ନୁଙ୍ଗା ଜେରେମିଙ୍କ ପୂର୍ବରୁ, ୩୦ ଜୁଲାଇ (ଶନିବାର), ସଂକେତ ମହାଦେବ ସରଗର ପୁରୁଷ ୫୫ କିଲୋଗ୍ରାମ ଓଜନ ବର୍ଗରେ ରୌପ୍ୟ ପ୍ୟ ପଦକ ଜିତିଥିଲେ । ଏହା ପରେ ଗୁରୁରାଜ ପୂଜାରୀ୬୧ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ଏଥି ସହିତ ଅଲିମ୍ପିକ୍ ପଦକ ବିଜେତା ମିରବାଇ ଚାନୁ ୪୯ କିଲୋଗ୍ରାମ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । କମନୱେଲଥ ଗେମ୍ସରେ ବିନ୍ଦିଆରାଣି ଦେବୀ ଭାରତକୁ ଚତୁର୍ଥ ପଦକ ପ୍ରଦାନ କରିଥିଲେ । ସେ ୫୫ କିଲୋଗ୍ରାମ ଓଜନ ବର୍ଗରେ ରୌପ୍ୟ ଜିତିଥିଲେ । କମନୱେଲଥ ଗେମ୍ସ ଇତିହାସରେ ଭାରୋତ୍ତୋଳନରେ ଏହା ହେଉଛି ଭାରତର ୧୩୦ ତମ ପଦକ । ଭାରତ ଅପେକ୍ଷା କେବଳ ଅଷ୍ଟ୍ରେଲିଆ ଅଧିକ ପଦକ ଜିତିଛି ।

ଏହା ବି ପଢ଼ନ୍ତୁ: ଜିମ୍ବାୱେ ଗସ୍ତ ପାଇଁ ଦଳରେ ବିରାଟଙ୍କୁ କାହିଁକି କରାଯାଇନାହିଁ ସାମିଲ? ଏହା ହେଉଛି କାରଣ

ଏହା ବି ପଢ଼ନ୍ତୁ: ଝାଡଖଣ୍ଡର ୩ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କଲେ ସୋନିଆ ଗାନ୍ଧୀ, ଜାଣନ୍ତୁ ମାମଲା