Maha Kumbh stampede Updates:ନୂଆଦିଲ୍ଲୀ: ଆଜି ପ୍ରୟାଗରାଜ ମହାକୁମ୍ଭରେ ମୌନୀ ଅମାବାସ୍ୟା ପୂର୍ବରୁ ବିଳମ୍ବିତ ରାତିରେ ସଙ୍ଗମ ସ୍ଥଳରେ ଅଘଟଣ। ଅମାବାସ୍ୟା ଥିବାରୁ ଆଜି ପ୍ରୟାଗରାଜରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଆସିଛନ୍ତି। ମାତ୍ର ବିଳମ୍ବିତ ରାତ୍ରିରେ ହଠାତ୍ ଦଳାଚକଟା ହୋଇଥିଲା। ଯଦିଓ ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି, ତଥାପି ଆଖଡା ପରିଷଦର ସହମତି କ୍ରମେ ଆଜି ମୌନୀ ଅମାବାସ୍ୟାରେ ପବିତ୍ର ସ୍ନାନକୁ ବାତିଲ କରିଦିଆଯାଇଛି। ସମସ୍ତ ୧୩ଟି ଆଖଡ଼ାର ସମ୍ମତି ପରେ ପବିତ୍ର ସ୍ନାନ ବାତିଲ କରାଯାଇଥିଲା। ଏବେ ବସନ୍ତ ପଞ୍ଚମୀରେ ସମାନ ସ୍ନାନ ହେବ। ଏହା ସହିତ ଆଖଡ଼ା ପରିଷଦ ମଧ୍ୟ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛି ଏବଂ ଭକ୍ତମାନଙ୍କୁ ସହଯୋଗ ପାଇଁ ନିବେଦନ କରିଛି।


COMMERCIAL BREAK
SCROLL TO CONTINUE READING

ରାତି ପ୍ରାୟ ୧.୩୦ ସମୟରେ ଘଟିଥିବା ଦଳାଚକଟାରେ ଅନେକ ଲୋକ ଦବି ହୋଇଯାଇଥିବା ରିପୋର୍ଟରୁ ସୂଚନା ରହିଛି। ୫୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି, ଯେଉଁମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହି ସମୟରେ, ପୋଲିସ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ଲୋକମାନେ ଆହତ ହୋଇଛନ୍ତି ଏବଂ ସେମାନଙ୍କ ପ୍ରିୟଜନଙ୍କଠାରୁ ଅଲଗା ହୋଇଛନ୍ତି। ହସ୍ପିଟାଲ ବାହାରେ ବ୍ୟାରିକେଡ୍ କରି ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦୁର୍ଘଟଣାସ୍ଥଳରେ NSG କମାଣ୍ଡୋମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉତ୍ତର ପ୍ରଦେଶ ପୋଲିସ ଦୁର୍ଘଟଣାସ୍ଥଳକୁ ଖାଲି କରି ସିଲ୍ କରିଦେଇଛି। ସେପଟେ ଘଟଣା ସମ୍ପର୍କରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।