ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି! ଏହି ରାଜ୍ୟରେ ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ହେଲା ଶସ୍ତା
Maharashtra Petrol Diesel Price Cut: ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ମୂଲ୍ୟରେ ହ୍ରାସ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେଣୁ ବିଗତ ଦିନରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସରକାର ପେଟ୍ରୋଲ-ଡିଜେଲ ଦରରେ ବିଭିନ୍ନ ଭ୍ୟାଟ୍ ଓ ଟ୍ୟାକ୍ସକୁ ହ୍ରାସ କରିଥିଲେ । ଯାହା ଫଳରେ ତୈଳ ଦର କମ୍ ହୋଇ
ମୁମ୍ୱାଇ: Maharashtra Petrol Diesel Price Cut: ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ମୂଲ୍ୟରେ ହ୍ରାସ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେଣୁ ବିଗତ ଦିନରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସରକାର ପେଟ୍ରୋଲ-ଡିଜେଲ ଦରରେ ବିଭିନ୍ନ ଭ୍ୟାଟ୍ ଓ ଟ୍ୟାକ୍ସକୁ ହ୍ରାସ କରିଥିଲେ । ଯାହା ଫଳରେ ତୈଳ ଦର କମ୍ ହୋଇଥିଲା । ଏହି କ୍ରମରେ ବର୍ତ୍ତମାନ ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ପେଟ୍ରୋଲ ଓ ଡିଜେଲର ଆକାଶଛୁଆଁ ମୂଲ୍ୟରୁ ରାଜ୍ୟବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସିଏମ୍ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୬ ହଜାର କୋଟି ଟଙ୍କାର ଭାର ସରକାରଙ୍କ ଉପରେ ପଡ଼ିବ ।
ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧.୩୫ ଟଙ୍କା ରହିଛି । ସେହିପରି ଡିଜେଲ ଲିଟର ପିଛା ମୁମ୍ବାଇରେ ୯୭.୨୮ ଟଙ୍କା ରହିଛି । ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ମୁମ୍ୱାଇରେ ପେଟ୍ରୋଲ ଲିଟର ପିଛା ୧୦୬.୩୫ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୨୮ ଟଙ୍କା ହୋଇଯାଇଛି ।
ଏହାପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର କହିଥିଲେ ଯେ, ସେ ହେଉଛନ୍ତି ଜଣେ "ସେବକ" ଓ ତାଙ୍କ ସରକାର ମହାରାଷ୍ଟ୍ରର ସଂପୂର୍ଣ୍ଣ ବିକାଶ ତଥା ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ । ସିନ୍ଦେ କହିଛନ୍ତି ଯେ ବର୍ତ୍ତମାନ ଲୋକଙ୍କ କଲ୍ୟାଣ ପାଇଁ ନିଷ୍ପତ୍ତି ନିଆଯାଉଛି, ଯାହା ଅଢ଼େଇ ବର୍ଷ ପୂର୍ବେ ନିଆଯାଇଥାନ୍ତା, କିନ୍ତୁ ତାହା ହୋଇ ନଥିଲା । ୫୦ ଜଣ ବିଧାୟକଙ୍କୁ (ଯେଉଁମାନେ ତାଙ୍କ ସମର୍ଥନରେ ବିଦ୍ରୋହ କରିଥିଲେ) ଏକଜୁଟ ହେବାକୁ ପଡିବ ।
ଏହା ବି ପଢ଼ନ୍ତୁ:-ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି କି ଟଙ୍କା? ଚିନ୍ତା କରନ୍ତୁନି, ଜାଣନ୍ତୁ ଟଙ୍କା ଫେରିପାଇବାର ପୁରା ପ୍ରକ୍ରିୟା
ଏହା ବି ପଢ଼ନ୍ତୁ:-କେବେଠୁ ଆରମ୍ଭ ହୋଇଥିଲା କାଉଡ଼ି ଯାତ୍ରା, ଜାଣନ୍ତୁ କିଏ ଥିଲେ ପ୍ରଥମ କାଉଡ଼ିଆ..
ଏହା ବି ପଢ଼ନ୍ତୁ:-ଦିଲ୍ଲୀର ୩୦ଟି ସ୍ଥାନରେ ଲଗାଯାଇଛି 'ବିସ୍ଫୋରକ ସାମଗ୍ରୀ', ମାତ୍ର ୧୨ଟି ଖୋଜି ପାଇଲା ପୋଲିସ
ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ନିକଟରେ କହିଥିଲେ ଯେ ସେ ଚାହୁଁଛନ୍ତି ଯେ ଆଗାମୀ ନିର୍ବାଚନରେ ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ଭାବେ ଲଢ଼େଇ କରୁ । ଏହି ବିଷୟରେ ପଚରାଯିବାରୁ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ ପାୱାର ଜଣେ ବଡ ନେତା । ମୋ ପକ୍ଷରେ ୫୦ ଜଣ ବିଧାୟକ ଅଛନ୍ତି, ଯେଉଁମାନେ ବର୍ତ୍ତମାନ (ବିଜେପି ସହ) ମେଣ୍ଟରେ ଅଛନ୍ତି । ଆମେ ସମସ୍ତେ ରାଜ୍ୟର ବିକାଶ ଲକ୍ଷ୍ୟ ଆଡକୁ ଗତି କରୁଛୁ ଓ ଆମେ ରାଜନୀତିରେ ପଡ଼ିବାକୁ ଚାହୁଁନାହୁଁ ।