Archaeological Report on Gateway of India: ମୁମ୍ବାଇ ଉପକୂଳରେ ଅବସ୍ଥିତ ଦେଶର ସାମୁଦ୍ରିକ ପ୍ରବେଶ ପଥ ଉପରକୁ ମାଡ଼ିଆସୁଛି ବିପଦ। ସମୁଦ୍ର କୂଳରେ ଅବସ୍ଥିତ ଏହି ଐତିହାସିକ କୋଠା ପ୍ରାୟ ଶହେ ବର୍ଷ ପୁରୁଣା। ଆସନ୍ତା ବର୍ଷ ଏହି କୋଠା ଏହାର ୧୦୦ ବର୍ଷର ପୂର୍ତ୍ତି ପୂରଣ କରିବ। ମହାରାଷ୍ଟ୍ର ପ୍ରତ୍ନତତ୍ତ୍ୱ ବିଭାଗ କୋଠାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଏକ ଗଠନମୂଳକ ଅଡିଟ୍ ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟ ମାଧ୍ୟମରେ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ପ୍ରତ୍ନତତ୍ତ୍ୱ ବିଭାଗ (Maharashtra Archaeological Department) ରିପୋର୍ଟ ଅନୁଯାୟୀ, ଭାରତର ସାମୁଦ୍ରିକ ପ୍ରବେଶ ପଥର ମୂଳଦୁଆ ଏବଂ କାନ୍ଥରେ ଫାଟ ସୃଷ୍ଟି ହେଉଛି। ଯେଉଁ କାରଣରୁ କୋଠା ଦୁର୍ବଳ ହେବାରେ ଲାଗିଛି। ଯାହାକୁ ମରାମତି କରିବା ଆବଶ୍ୟକ।  ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ମହାରାଷ୍ଟ୍ର ସରକାରଙ୍କୁ (Maharashtra Govt) ଭାରତର ପ୍ରବେଶ ଦ୍ୱାର ମରାମତି କରିବାକୁ ଅନୁରୋଧ କରିଛି।


୧୯୨୪ ମସିହାରେ ମୁମ୍ବାଇ ସମୁଦ୍ର କୂଳରେ (Mumbai Beach) ନିର୍ମିତ ହୋଇଥିଲା ଦେଶର ସାମୁଦ୍ରିକ ପ୍ରବେଶ ଦ୍ୱାର। କୁହାଯାଏ ଯେ ସେହି ସମୟରେ ରାଜା ଜର୍ଜ ପଞ୍ଚମଙ୍କୁ (King George V) ସ୍ୱାଗତ କରିବା ପାଇଁ ଏହାର ନିର୍ମାଣ କରାଯାଇଥିଲା। ରାଜା ଜର୍ଜ ପଞ୍ଚମଙ୍କ ଭାରତ ଗସ୍ତ (India Tour of King George V) ସମୟରେ ପ୍ରଥମେ ଏହି ଫାଟକ ଦେଇ ପ୍ରବେଶ କରିଥିଲେ। ଏହା ସହିତ ଇଂରେଜ ସରକାର (British Govt) ଏହି ପ୍ରବେଶ ଦ୍ୱାର ଦେଇ ଭାରତ ଛାଡିଥିଲା। ଇଂରେଜ ଚାଲିଯିବା ପରେ ଭାରତ ବ୍ରିଟିଶ ଶାସନ କବଳରୁ ମୁକ୍ତ ହୋଇଥିଲା।


ଗେଟୱେ ଅଫ ଇଣ୍ଡିଆ (Gateway Of India) ଅର୍ଥାତ ଭାରତର ସାମୁଦ୍ରିକ ପ୍ରବେଶ ପଥର ସୁରକ୍ଷା ଦାୟିତ୍ୱ ମହାରାଷ୍ଟ୍ର ସରକାରଙ୍କ ଉପରେ ନ୍ୟସ୍ତ ରହିଛି। ରାଜ୍ୟ ସରକାର ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ହେଲେ ମହାରାଷ୍ଟ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗଟିୱାର (Maharashtra Culture Minister Sudhir Mungantiwar) ନିଶ୍ଚିତ କରିଛନ୍ତି ଯେ ଗେଟୱେ ଅଫ୍ ଇଣ୍ଡିଆ ମରାମତି ପାଇଁ ପ୍ରାୟ ୮ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି। ଖୁବ୍ ଶୀଘ୍ର ଏହି ରାଶି ଆବଣ୍ଟିତ କରାଯିବ ଏବଂ ଏହି ପୁରୁଣା ଐତିହାସିକ କୋଠା ମରାମତି ହେବ।


ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଛି ବର୍ଷ ପୂର୍ବେ ସମୁଦ୍ରରେ ଆସିଥିବା ଝଡ଼ କାରଣରୁ ଗେଟୱେ ଅଫ ଇଣ୍ଡିଆ ନିକଟରେ ରହିଥିବା କାନ୍ଥ ଭାଙ୍ଗି ଯାଇଥିଲା। ସେବେଠାରୁ ଏହା ଉପରକୁ ବିପଦ ମାଡ଼ି ଆସୁଥିବା ନେଇ ଆଭାସ ମିଳିଥିଲା।