Devendra Fadnavis Resigned: ଲୋକସଭା ନିର୍ବାଚନ ୨୦୨୪ ଫଳାଫଳରେ ବିଜେପିକୁ ଅନେକ ରାଜ୍ୟରୁ ଝଟକା ଲାଗିଛି। ଯେଉଁଥିରେ ମହାରାଷ୍ଟ୍ରର ଗୋଟିଏ ନାମ ମଧ୍ୟ ସାମିଲି। ତେବେ ଫଳାଫଳ ପରେ ମହାରାଷ୍ଟ୍ରରୁ ବଡ ଖବର ଆସୁଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମହାରାଷ୍ଟ୍ରରେ ବିଜେପିର ପରାଜୟ ପରେ ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ଏହି ନିଷ୍ପତ୍ତି ନେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ଇସ୍ତଫା ଦେଇ ପରାଜୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ମୁଁ ମହାରାଷ୍ଟ୍ରରେ ଏଭଳି ଖରାପ ଫଳାଫଳର ମୁଁ ନିଜକୁ ଦାୟୀ ମନେ କରୁଛି। ମୁଁ ଦଳର ନେତୃତ୍ୱ ନେଉଥିଲି। ମୋତେ ମୋର ପଦବୀରୁ ମୁକ୍ତ କରିବାକୁ ମୁଁ ବିଜେପି ହାଇକମାଣ୍ଡକୁ ଅନୁରୋଧ କରୁଛି, ଯାହାଫଳରେ ମୁଁ ଆଗାମୀ ନିର୍ବାଚନ ପାଇଁ ଦଳକୁ ମଜବୁତ କରିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିପାରିବି।



ଉପ-ମୁଖ୍ୟମନ୍ତ୍ରୀ ଏକ ବୟାନ ଦେଇ କହିଛନ୍ତି ଯେ ମହାରାଷ୍ଟ୍ରରେ ଆସିଥିବା ଫଳାଫଳ ଯୋଗୁଁ ଆମର ଆସନ ହ୍ରାସ ପାଇଛି। ଏହି ପରାଜୟ ପାଇଁ  ମୁଁ ନିଜକୁ ଦାୟୀ ମନେ କରୁଛି। ଯେଉଁଠାରେ ଅଭାବ ଥାଏ, ଏହା ଉପରେ କାର୍ଯ୍ୟ କରାଯିବ। ମୁଁ ପଳାତକା ଲୋକ ନୁହେଁ। ଆମେ ଏକ ନୂତନ ରଣନୀତି ପ୍ରସ୍ତୁତ କରିବୁ ଓ ଜନସାଧାରଣଙ୍କ ମଧ୍ୟରେ କାର୍ଯ୍ୟ କରିବୁ।


ଆପଣଙ୍କୁ କହିରଖୁଛୁ ଯେ ଏଥର ମହାରାଷ୍ଟ୍ରରେ ବିଜେପି ବହୁତ ଖରାପ ପ୍ରଦର୍ଶନ କରିଛି। ରାଜ୍ୟରେ ମୋଟ ୪୮ ଟି ଲୋକସଭା ଆସନ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ​​କେବଳ ବିଜେପି ୨୩ ଟି ଆସନ ଜିତିଥିଲା। କିନ୍ତୁ ଏଥର ବିଜେପି ମାତ୍ର ୯ଟି ଆସନ ଜିତିଛି। ଗତଥର କଂଗ୍ରେସ ପାର୍ଟି ୧ ଟି ଆସନ ଜିତିଥିବା ବେଳେ ଏଥର କଂଗ୍ରେସ ରାଜ୍ୟରେ ୧୩ଟି ସିଟ୍ ଜିତିଛି।