Shocking News: ମହାରାଷ୍ଟ୍ରର ସମ୍ଭାଜୀନଗରରୁ ଏକତ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ସରକାରୀ ହସ୍ପିଟାଲର ଜଣେ ଡାକ୍ତର ଉଲଗ୍ନ ହୋଇ ବୁଲୁଥିବାର ନଜର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ନିଶାଗ୍ରସ୍ତ ଅବସ୍ଥାରେ ଡାକ୍ତର ଜଣକ ଏଭଳି କାଣ୍ଡ ଭିଆଇଛନ୍ତି। ହସ୍ପିଟାଲରେ ଲାଗିଥିବା ସିସିଟିଭି  ଫୁଟେଜରେ ଦେଖାଯାଇଛି ଯେ, ଡାକ୍ତର ଜଣକ ପୂରା ଉଲଗ୍ନ ହୋଇ ବୁଲୁଥିବାର ନଜର ଆସିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର । 


COMMERCIAL BREAK
SCROLL TO CONTINUE READING

ଏଠାର କହିରଖୁଛୁ ଯେ, ସମ୍ଭାଜୀନଗରକୁ ପ୍ରଥମେ ଔରଙ୍ଗାବାଦ ନାମରେ ଜଣାଯାଉଥିଲା । ଲୋକ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ତେବେ ଏହି ଭିଡିଓ ଦେଖି ଡାକ୍ତରଙ୍କ ଉପରେ ଖପ୍ପା ହେବାରେ ଲାଗିଛନ୍ତି । ପ୍ରକୃତରେ ବିଡାକିନ୍ ଗ୍ରାମୀଣ ସରକାରୀ ହସ୍ପିଟାଲରେ ଜଣେ ଡାକ୍ତର ପୂରା ଉଲଗ୍ନ ହୋଇ ବୁଲୁଥିଲେ। ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ହସ୍ପିଟାଲରେ ରୋଗୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ଡାକ୍ତରଙ୍କ ବୟସ ୪୫ ବର୍ଷ ହେବ ବୋଲି କୁହାଯାଉଛି। ତେବେ ଭିଡିଓ ଭାଇରାଲ ହେବା ପରେ ଉପରସ୍ତ ଅଧିକାରୀ ଏହି ଘଟଣାରେ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି। ତଦନ୍ତ ପରେ ଯଦି ଡାକ୍ତର ଦୋଷୀ ବୋଲି ସାବ୍ୟସ୍ତ ହୁଅନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 


Also Read: New Bridge: ମହାନଦୀ ଉପରେ ବିଜୁ ସେତୁର ଶିଳାନ୍ୟାସ, ଉପକୃତ ହେବେ ପଞ୍ଚାୟତବାସୀ