Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଜାରି ବେଳେ ବିଧାୟକ ସଂଖ୍ୟା ବଳରେ ଶକ୍ତିଶାଳୀ ହେବାରେ ଲାଗିଛନ୍ତି ବିଦ୍ରୋହୀ ଶିବ ସେନା ନେତା ଏକନାଥ ସିନ୍ଦେ। ଗୁରୁବାର ଗୌହାଟିସ୍ଥିତ ହୋଟେଲ ଠାରେ ପ୍ରାୟ ୪୨ ସମର୍ଥକ ବିଧାୟକଙ୍କ ଉପସ୍ଥିତରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଏକନାଥ ସିନ୍ଦେ। ସେମାନଙ୍କ ମଧ୍ୟରେ କେତେ ଶିବସେନା ଏବଂ କେତେ ସ୍ୱାଧିନ ତଥା ଅନ୍ୟ ଦଳର ବିଧାୟକ ଅଛନ୍ତି ତାହା ଜଣାପଡିନାହିଁ। ଅନ୍ୟ କେତେକ ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇ ଗୌହାଟି ଅଭିମୁଖେ ଯାତ୍ରା କରୁଥିବା କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ସଂକଟ ବେଳେ ବିଦ୍ରୋହୀ ଶିବ ସେନା ବିଧାୟକଙ୍କ ଏକ ଚିଠି ଭାଇରାଲ ହେବାରେ ଲାଗିଛି। ଯାହାକୁ ବାକି ରହିଥିବା ଶିବସେନା ବିଧାୟକଙ୍କ ଭାବନାର ପ୍ରତୀକ ବୋଲି କୁହାଯାଉଛି। ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଉପରେ ବିଭିନ୍ନ କାରଣକୁ ଅସନ୍ତୁଷ୍ଟ ହୋଇଉଠିଥିବା ଦଳୀୟ ବିଧାୟକ ତାଙ୍କୁ ଏକ ଖୋଲା ଚିଠି ଲେଖିଥିଲେ। ଏହାକୁ ସାମ୍ନାକୁ ଆଣି ବିଧାୟକଙ୍କ ଚିଠି ମାଧ୍ୟମରେ ଏକନାଥ ସିନ୍ଦେ ଖୋଲାଖୋଲି ଭାବେ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ଚ୍ୟାଲେଞ୍ଜ ଦେଇଥିଲେ।


ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏହି ଚିଠିରେ ନିଜ ଅସନ୍ତୋଷ ବାବଦରେ ଜଣାଇଥିଲେ ଅସନ୍ତୁଷ୍ଟ ବିଧାୟକ। ନିର୍ଦ୍ଧିଷ୍ଟ କେତେକ ବିଧାୟକଙ୍କୁ ଛାଡି଼ ବାକି ସମସ୍ତଙ୍କୁ ଅପମାନିତ କରାଯାଉଥିଲା। ଏପରିକି ଅସନ୍ତୁଷ୍ଟ ବିଧାୟକଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀର ବିକାଶ ଲାଗି ଆବଶ୍ୟକୀୟ ପାଣ୍ଠି ମିଳିବାରେ ମଧ୍ୟ ଅସୁବିଧା ହେଉଥିଲା। କେବଳ ସେତିକି ନୁହେଁ ଯେତେବେଳେ ଆଦିତ୍ୟ ଠାକରେ ଅଯୋଧ୍ୟା ଯାଇଥିଲେ ସେତେବେଳେ ବାକି ସମସ୍ତ ଶିବସେନା ବିଧାୟକଙ୍କୁ କାହିଁକି ଅଯୋଧ୍ୟା ଯିବାକୁ ଅନୁମତି ଦିଆୟାଇ ନଥିଲା।    


ଶିବସେନା ନେତା ସିନ୍ଦେଙ୍କ ସମର୍ଥକ ବିଧାୟକଙ୍କ ଦ୍ୱାରା ଲେଖାଯାଇଥିବା ଚିଠିରେ ସମ୍ପର୍କରୁ ଦୂରେଇ ରହିବା ସବୁଠାରୁ ବଡ ଅଭିଯୋଗ ହୋଇଛି। ଆପଣଙ୍କ ନିକଟରେ ଏକାଠି ହୋଇଥିବା କଥିତ ଚାଣକ୍ୟ ଆମକୁ ରାଜ୍ୟସଭା ତଥା ବିଧାନ ପରିଷଦ ନିର୍ବାଚନ ରଣନୀତିରୁ ଦୂରେଇ ରଖିଥିଲେ। ଯାହାର ଫଳାଫଳ ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସିଛି। ଆମକୁ କୁହାଯାଇଥିଲା ଆପଣ ଷଷ୍ଠ ମହଲାରେ ଆପଣ ଆମକୁ ଭେଟି ପାରନ୍ତି ହେଲେ ତାହା କେବେ ହୋଇ ନଥିଲା। 


ବିଧାନସଭା ନିର୍ବାଚନମଣ୍ଡଳୀରେ କାମ କରିବା ପାଇଁ ଅନେକ ଥର ଯୋଗାଯୋଗ କରିଛୁ, କିନ୍ତୁ ଆପଣ ଫୋନ୍‌ ଉଠାନ୍ତି ନାହିଁ। ଆମେ ଏହି ସବୁ ଜିନିଷ ଭୋଗୁଥିଲୁ ଏବଂ ସମସ୍ତ ବିଧାୟକ ଏହାକୁ ସହ୍ୟ କରିଥିଲେ। ଆମେ ଆପଣଙ୍କ ଆଖପାଖର ଲୋକଙ୍କୁ ଘଟଣା ବାବଦରେ କହିବାକୁ ଚେଷ୍ଟା କରିଥିଲୁ ହେଲେ କୌଣସି ସୁଫଳ ମିଳିନଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଜଣେ ଘନିଷ୍ଠ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାକୁ ପଡିବ। ଯେତେବେଳେ ଆପଣ ବର୍ଷା ଛାଡିଥିଲ ସେଠାରେ ବହୁତ ଜନସମାଗମ ହୋଇଥିଲା। ଏହା ଭଲ ଯେ ସାଧାରଣ ଲୋକଙ୍କ ପାଇଁ ପ୍ରଥମ ଥର ପାଇଁ ଏହି ବଙ୍ଗଳାର କବାଟ ଖୋଲା ହେଲା। ବିଗତ ଅଢେଇ ବର୍ଷ ଧରି ଏହି ବଙ୍ଗଳାର କବାଟ ବନ୍ଦ ରହିଥିଲା। ଏପରିକି ବିଧାୟକ ଭାବେ ଆପଣଙ୍କୁ ଭେଟିବା ପାଇଁ ଆମକୁ ଆପଣଙ୍କ ଘନିଷ୍ଠ ସହଯୋଗୀଙ୍କ ଆଗ-ପଛରେ ବୁଲିବାକୁ ପଡିଥାଏ। 


Also Read: Maharashtra Political Crisis: ଦଳ ପାଖରୁ କ'ଣ ଚାହୁଁଛନ୍ତି ବିଦ୍ରୋହୀ ଶିବସେନା ବିଧାୟକ?