18 Lakh Earthen Lamps on Mahashivratri: ମହାଶିବରାତ୍ରୀ ଅବସରରେ ୧୮ ଲକ୍ଷ ଦୀପ ଜାଳି ଏକ ନୂଆ ରେକର୍ଡ କରିଛି ବାବା ମହାକାଳଙ୍କ ଉଜ୍ୱୈନ। ଯିଏ ଏହି ଦୃଶ୍ୟ ଦେଖିଲା, ସେ କେବଳ ଦେଖିବାରେ ଲାଗିଥିଲା। ଲାଗୁଥିଲା ଯେପରି ଭଗବାନ ଶିବଙ୍କ ବରଯାତ୍ରୀରେ ତାରା ଭୂମି ଉପରେ ଓହ୍ଲାଇଛନ୍ତି। ଉଜ୍ୱୈନ ନଗରୀରେ ଶିବ ଜ୍ୟୋତି ଆର୍ପଣମ୍ କାର୍ଯ୍ୟକ୍ରମରେ କ୍ଷୀପ୍ରା ନଦୀ କୂଳରେ ଏକକାଳୀନ ୧୮ ଲକ୍ଷ ୮୨ ହଜାର ଦୀପ ମହାଶିବରାତ୍ରୀ ଅବସରରେ ଜଲାଇ ଏକ ନୂଆ ରେକର୍ଡ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ମହାଶିବରାତ୍ରୀ ଅବସରରେ ୧୮ ଲକ୍ଷରୁ ଦୀପ ଜଲାଇ ବାବା ମହାକାଳଙ୍କ ନଗରୀ ଉଜ୍ୱୈନ ରାମନଗରୀ ଅଯୋଧ୍ୟା ରେକର୍ଡ ଭାଙ୍ଗିଦେଇଛି। ଯେଉଠି ଅଯୋଧ୍ୟାରେ ଦୀପାବଳି ଅବସରର ୧୫ ଲକ୍ଷ ଦୀପ ଜଳାଇ ରେକର୍ଡ କରିଥିଲା। ହେଲ ମହାଶିବରାତ୍ରୀ ଅବସରରେ ଏହା ଠାରୁ ଅଧିକ ଦୀପ ଜଳାଇ ଅଯୋଧ୍ୟା ରେକର୍ଡ ଭାଙ୍ଗିଛି ଉଜ୍ୱୈନ। ଏହି ରେକର୍ଡ ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଟିମ୍ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛି।


ମହାଶିବରାତ୍ରୀ ଅବସରରେ ବାବା ମହାକାଳଙ୍କ ନଗରୀ ଉଜ୍ୱୈନ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ଶିବରାତ୍ରୀ ଅବସରର ୧୮ ଲକ୍ଷ ଦୀପ ଜାଳି ଉଜ୍ୱୈନ ସହର ଏହାର ନାଁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ତାଲିକାରେ ପଞ୍ଜୀକୃତ କରିଛି। ସନ୍ଧ୍ୟା ହେବା ପରେ ଦୀପ ପ୍ରଜ୍ୱଳନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ଘାଟରେ ବିଦ୍ୟୁତ୍ ବନ୍ଦ ହୋଇଯାଇଥିଲା। ଯେଉଁଥିପାଇଁ ଦୀପରୁ ନିର୍ଗତ ଆଲୋକ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। 


ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ଏହା ପରେ ଯଥା କ୍ଷୀପ୍ରା ନଦୀ କୂଳରେ ଏକକାଳୀନ ୧୮ ଲକ୍ଷ ୮୨ ହଜାର ଦୀପ ମହାଶିବରାତ୍ରୀ ଅବସରରେ ଜଲାଯାଇଥିଲା।


ଏନେଇ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାଶିବରାତ୍ରୀ ଅବସରରେ ଉଜ୍ୱୈନ ବାସିନ୍ଦାଙ୍କୁ ଅଭିନନ୍ଦନ ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରଗତି କରୁଛି। ମଧ୍ୟ ପ୍ରଦେଶ କାହାଠାରୁ କମ୍ ନୁହେଁ। ମଧ୍ୟ ପ୍ରଦେଶ ଉପରେ ମହାକାଳ ମହାରାଜଙ୍କ ଆଶୀର୍ବାଦ ବର୍ଷା ହେଉଛି। ଶିବରାତ୍ରୀ ଅବସରରେ ଆୟୋଜିତ ହୋଇଥିବା ଦୀପୋତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗର୍ଭ ଗୃହରେ ବାବା ମହାକାଳଙ୍କ ଦର୍ଶନ କରିଥିଲେ। ନନ୍ଦୀ ହଲ ଠାରେ ବସି ବାବା ମହାକଲଙ୍କ ଆରତୀରେ ଅଂଶଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ।