କୋଲକାତା: Mamata Banerjee: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal CM) ମମତା ବାନାର୍ଜୀ (Mamata Banerjee) ପୁଣି ଥରେ ନିଜ ଦଳର ସାଂସଦ (TMC MP) ମହୁଆ ମୈତ୍ର (Mahua Moitra) ଙ୍କୁ ଉପଦେଶ ପ୍ରଦାନ କରିଛନ୍ତି । ମହୁଆ ମୈତ୍ର ନିଜର ପକ୍ଷ ଆକ୍ରମଣାତ୍ମକ ଭାବେ ରଖିବା ପାଇଁ ବେଶ ଜଣାଶୁଣା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଓ ସଂଗଠନର କାର୍ଯ୍ୟରେ ହସ୍ତକ୍ଷେପ ନକରୁ । ମହୁଆ ମୈତ୍ର ବର୍ତ୍ତମାନ ସମୟରେ କୃଷ୍ଣନଗର ଲୋକସଭା ଆସନରୁ ତୃଣମୂଳ କଂଗ୍ରେସର ସଂସଦର ଅଛନ୍ତି । କୋଲକାତାର ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକରେ ନଦିଆର କରିମପୁର ବିଧାନସଭା ଆସନକୁ ନେଇ ଦିଦି କହିଛନ୍ତି ଯେ, ସେ ଏଠାକାର ପ୍ରସଙ୍ଗ ମୁର୍ଶିଦାବାଦ ସାଂସଦ ଆବୁ ତାହିରଙ୍କ ଉପରେ ଛାଡ଼ି ଦିଅନ୍ତୁ ।
 
ଏଠାରେ କହି ରଖୁଛୁ ଯେ, ମହୁଆ ମିତ୍ର ୨୦୧୬ରେ କରିମପୁରରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଏହି କାରଣରୁ ସେଠାରୁ ତାଙ୍କର ଏକ ବିଶେଷ ଯୋଗାଯୋଗ ରହିଛି । ଟିଏମସି ସାଂସଦ ସେଠାରେ ଥିବା କାର୍ଯ୍ୟରେ ମଧ୍ୟ ହସ୍ତକ୍ଷେପ କରୁଛନ୍ତି, ଯାହା ପରେ ବର୍ତ୍ତମାନ ମମତା ବାନାର୍ଜୀ ତାଙ୍କୁ ଚେତାବନୀ ଦେଇଛନ୍ତି । ଲୋକସଭା ନିର୍ବାଚନରେ ​​ଟିଏମସି ମହୁଆ ମୈତ୍ରଙ୍କୁ ମୈଦାନକୁ ଓହ୍ଲାଇଥିଲା । ପରେ ଉପନିର୍ବାଚନରେ ବିମଲେନ୍ଦୁ ସିହ୍ନା ରୟ ​​ବିଜୟ ଲାଭ କରିଥିଲେ । ଏହା ବ୍ୟତୀତ ସେଠାକାର ପ୍ରଭାରୀ ଅବୁ ତାହିରଙ୍କୁ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଏହି ପ୍ରସଙ୍ଗରେ ମମତା ବାନାର୍ଜୀ କହିଛନ୍ତି ଯେ, କରିମପୁର ବିଧାନସଭା ନିର୍ବାଚନମଣ୍ଡଳୀ ଆଉ ମହୁଆ ମୈତ୍ରଙ୍କ ଅଧୀନରେ ନାହିଁ, ବରଂ ଆବୁ ତାହିର ଏହାର ପ୍ରଭାରୀ ଅଛନ୍ତି । ସେ ସେଠାରେ ଥିବା ପ୍ରସଙ୍ଗଗୁଡ଼ିକୁ ଦେଖି ନେବେ । ବାସ୍ତବରେ ବିଗତ କିଛି ଦିନ ଧରି ମହୁଆ ମୈତ୍ରଙ୍କୁ ନେଇ ଅଭିଯୋଗ କରାଯାଇଥିଲା । କୁହାଯାଇଥିଲା ଯେ, ମହୁଆ କରୀମପୁର ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତି ଓ ସମାନ୍ତରାଳ ସଂଗଠନଗୁଡିକ ପରିଚାଳନା କରନ୍ତି । ଏଥିରେ କିଛି ନେତା ଓ ଅଞ୍ଚଳର ଅଧିକାରୀଙ୍କ ସହଯୋଗ ରହିଛି । କେବଳ ଏତିକି ନୁହେଁ ଦଳର ଗାଇଡଲାଇନକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି ।


ଏହା ବି ପଢ଼ନ୍ତୁ:-ରାସନ ଡିଲର ହେବା ପାଇଁ ଏପରି କରନ୍ତୁ ଆବେଦନ, ହେବ ମୋଟା ଅଙ୍କର ରୋଜଗାର; ଜାଣନ୍ତୁ ପୂରା ପ୍ରକ୍ରିୟା


ଏହା ବି ପଢ଼ନ୍ତୁ:-ଏସିଆ କପ ସହ ଏହି ଖେଳାଳିଙ୍କ ଟି-20 କ୍ୟାରିୟର ମଧ୍ୟ ହେଲା ଶେଷ!


ଏହା ବି ପଢ଼ନ୍ତୁ:-ଘନୀଭୂତ ହେଉଛି ଲଘୁଚାପ, ରାଜ୍ୟର ଏସବୁ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା!


 


ସ୍ଥାନୀୟ ବିଧାୟକଙ୍କ ସମେତ ଅନେକ ନେତା ମହୁଆ ମୈତ୍ରଙ୍କ ହସ୍ତକ୍ଷେପକୁ ନେଇ ଅସନ୍ତୁଷ୍ଟ ଥିଲେ । ସେପଟେ ବର୍ତ୍ତମାନ ମହୁଆଙ୍କୁ ମମତା ବାନାର୍ଜୀଙ୍କ ତରଫରୁ ମିଳିଥିବା ତାଗିଦ ପରେ ବିଧାୟକ ବିମଲେନ୍ଦୁ ସିହ୍ନା ରୟ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, କରିମପୁରବାସୀଙ୍କ ପାଇଁ ଏହା ଲାଭଦାୟକ ହେବ । କରିମପୁରକୁ ଆସି ମହୁଆ ମୈତ୍ର କେବଳ ସମସ୍ୟା ସୃଷ୍ଟି କରନ୍ତି । ତାଙ୍କ ଉପସ୍ଥିତି ଯୋଗୁଁ କରିମପୁରରେ ଏହି ସଂଗଠନ ବହୁତ କ୍ଷତି ସହିଛି ।