Manipur Landslide: ପୂର୍ବତ୍ତୋର ରାଜ୍ୟ ମଣିପୁରର ନୋନୀ ଜିଲ୍ଲାର ଏକ ରେଳ ନିର୍ମାଣ ସ୍ଥଳରେ ହୋଇଥିବା ଭୂସ୍ଖଳନ ଘଟଣାରେ ରବିବାର ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୭ ହୋଇଛି। ନିଖୋଜ ରହିଥିବା ଆଉ ୨୫ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତ ବୁଧବାର ରାତିରେ ମଣିପୁର ନୋନୀ ଜିଲ୍ଲାର ତୁପୁଲ ରେଳ ଷ୍ଟେସନ ଠାରେ ହୋଇଥିଲା ଏହି ଭୂସ୍ଖଳନ। 


COMMERCIAL BREAK
SCROLL TO CONTINUE READING

ଗତ ଶନିବାର ତୁପୁଲ ଅଞ୍ଚଳରେଲ ହୋଇଥିବା ବର୍ଷା ଏବଂ ଭୂସ୍ଖଳନ କାରଣରୁ ଉଦ୍ଧାର କାର୍ଯ୍ୟ ହୋଇଥିବା କହିଛିନ୍ତି ଜଣେ ଅଧିକାରୀ। ଗୌହାଟିସ୍ଥିତ ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରୁ ୩୭ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୨୪ ଜଣ ଟେରିଟେରାଲ୍ ଆର୍ମି କର୍ମଚାରୀ, ପ୍ରାଦେଶିକ ସେନା ୧୩ କର୍ମଚାରୀ ଏବଂ ୫ଜଣ ସାଧାରଣ ନାଗରିକ ରହିଥିବା ଜଣାପଡ଼ିଥି । ନିଖୋଜ ରହିଥିବା ୬ ପ୍ରାଦେଶିକ ସେନା କର୍ମଚାରୀ ଏବଂ ଅନ୍ୟ ୧୯ ଜଣଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି।


ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା, ଆସାମ ରାଇଫଲ୍ସ, ଟେରିଟୋରିଆଲ୍ ଆର୍ମି, ରାଜ୍ୟ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ନିୟୋଜିତ ହୋଇଛନ୍ତି। ଖରାପ ପାଗ ସତ୍ତ୍ୱେ ଉଦ୍ଧାର ଅଭିଯାନ ଚାଲିଛି। ଗତକାଲି ରାତିରେ ପ୍ରବଳ ବର୍ଷା ହେବାରୁ ଭୂସ୍ଖଳନ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ପ୍ରାଦେଶିକ ସେନା କର୍ମଚାରୀ ଏବଂ ୫ ଜଣ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ରବିବାର ୭ ଜଣ ପ୍ରାଦେଶିକ ସେନା କର୍ମଚାରୀଙ୍କ ମୃତଦେହ ପଶ୍ଚିମବଙ୍ଗର ବାଗଡୋଗରା ଏବଂ କୋଲକାତା ଏବଂ ତ୍ରିପୁରାର ଅଗରତଲାକୁ ପଠାଯାଇଛି। ସେମାନଙ୍କ ପାର୍ଥିବ ଶରୀରକୁ ମଣିପୁର ରାଜଧାନୀ ଇମ୍ଫାଲ ଠାରେ ପୂର୍ଣ୍ଣ ସୈନ୍ୟ ସମ୍ମାନ ଦିଆଯାଇଛି।


ମଣିପୁର ନୋନୀ ଜିଲ୍ଲାର ତୁପୁଲ ୟାର୍ଡ ରେଳ ନିର୍ମାଣ ଶିବିରରେ ଏହି ଭୂସ୍ଖଳନ ହୋଇଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୭ ହୋଇଥିବା ବେଳେ ୨୫ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଉଦ୍ଧାର ହୋଇଥିବା ମୋଟ ମୃତଦେହ ମଧ୍ୟରୁ ୧୩ ସାଧାରଣ ନାଗରିକ ଏବଂ ଅନ୍ୟ ୨୪ ଜଣ ଟେରିଟୋରିଆଲ୍ ଆର୍ମି କର୍ମଚାରୀଙ୍କ ରହିଛି। ନିଖୋଜ ହୋଇଥିବା ୨୫ ଜଣଙ୍କ ମଧ୍ୟରୁ ୬ ଜଣ ସେନା କର୍ମଚାରୀ ଏବଂ ବାକି ୧୯ ଜଣ ସାଧାରଣ ନାଗରିକ ବୋଲି ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଅଭିଯାନ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି।


Also Read: Manipur: ଭୂସ୍ଖଳନରେ ୪୦ ଜଣରୁ ଅଧିକ ନିଖୋଜ, ୨୦ ଉଦ୍ଧାର