ନୂଆଦିଲ୍ଲୀ: Twitterରେ ଟ୍ରେଣ୍ଡ କରୁଛି Mia Khalifa। ଇଣ୍ଟର ନ୍ୟାସନାଲ Pop star ରିହାନା, ପରିବେଶ ସୁରକ୍ଷାକର୍ମୀ ଗ୍ରେଟା ଥନବର୍ଗଙ୍କ ପରେ ପୂର୍ବତନ Porn star ମିଆ ଖଲିଫା, କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଗୋଟିଏ ଟ୍ୱିଟରେ ସେ କୃଷକଙ୍କ ବିଷୟରେ କହୁଥିବା ବେଳେ ଅନ୍ୟ ଏକ ଟ୍ୱିଟରେ ନାଁ ନନେଇ ବଲିଉଡ୍ କ୍ୱିନ କଙ୍ଗନା ରଣାୱତଙ୍କୁ କଟାକ୍ଷ କରିଛନ୍ତି। ସେପଟେ କୃଷକ ଆନ୍ଦୋଳନରେ ବିଦେଶୀ ସେଲବ୍ରିଟିଙ୍କ ମନ୍ତବ୍ୟ ପରେ ବୈଦେଶିକ ମନ୍ତ୍ରାଳୟ ଏକ ସ୍ପଷ୍ଟିକରଣ ଜାରି କରିଛି। 


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ରାତିରେ ରିହାନା ଏକ ଟ୍ୱିଟ କରି ଦିଲ୍ଲୀରେ ଆନ୍ଦୋଳନକାରୀ କୃଷକଙ୍କ ସ୍ଥିତି ଉପରେ ପ୍ରଶ୍ନ ଉଠାଇଥିଲେ। ଆଉ କଙ୍ଗନା ରଣାୱତ କୃଷକଙ୍କୁ ଆତଙ୍କୀ ବୋଲି କହିବା ସହ ରିହାନାଙ୍କ  ଟ୍ୱିଟର ଜବାବ ରଖିଥିଲେ। ପରିବେଶ ସୁରକ୍ଷାକର୍ମୀ ଗ୍ରେଟା ଥନବର୍ଗ (GretaThunberg) ଙ୍କ ସମେତ ଅନେକ ବିଦେଶୀ ସେଲିବ୍ରିଟି ମଧ୍ୟ କୃଷକଙ୍କୁ ସମର୍ଥନ ଜଣାଇଥିବା ନିଜ ନିଜ ସୋସିଆଲ ମିଡିଆ ସାଇଟରେ ପ୍ରକାଶ କରିଛନ୍ତି।    



ଆଉ କୃଷକ ଆନ୍ଦୋଳନର ସେହି ସମର୍ଥନ ରେସରେ ଯୋଡ଼ି ହୋଇଛନ୍ତି ପୂର୍ବତନ ପର୍ଣ୍ଣ ଷ୍ଟାର ମିଆ ଖଲିଫା (Mia Khalifa)। ସେ କୃଷକ ଆନ୍ଦୋଳନ (Farmer Protest) କୁ ନେଇ ବୁଧବାର ସକାଳେ ୨ଟି ଟ୍ୱିଟ କରିଛନ୍ତି। ପ୍ରଥମଟିରେ ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗା ଉଠାଇଥିବା ବେଳେ ଦିଲ୍ଲୀରେ ଇଣ୍ଟରନେଟ କଟାଯାଇଥିବା କଥା କହୁଛନ୍ତି। ଯଦିଓ ସେ ତାଙ୍କ ଲେଖାରେ ପ୍ରଶ୍ନବାଚୀ ଓ ଆଶ୍ଚଯ୍ୟ ସୂଚକ ଚିହ୍ନ ଲଗାଇଛନ୍ତି। କିନ୍ତୁ ତାଙ୍କ ଶବ୍ଦରେ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଉଥିବା ସ୍ପଷ୍ଟ ଜଣାପଡୁଛି।



 


ମିଆଙ୍କ ଦ୍ୱିତୀୟ ଟ୍ୱିଟ୍ ବିବାଦୀୟ। ସେ ଲେଖିଛନ୍ତି, "Paid actors, huh? Quite the casting director. ମୁଁ ବିଶ୍ୱାସ କରୁଛି ଯେ, ଆୱାର୍ଡ ସିଜିନ ସମୟରେ ସେମାନେ ତାଙ୍କୁ ନିରାଶ କରିବେ ନାହିଁ, ମୁଁ କୃଷକଙ୍କ ସହ ଅଛି।" ତେବେ ମିଆ ଏହି ଟ୍ୱିଟରେ କଙ୍ଗନାଙ୍କ ବିଷୟରେ ପରିଲିକ୍ଷିତ ହେଉଛି। କ୍ୱିନ ଫେମ୍ କଙ୍ଗାନା (Kangana Ranaut) ବିଗତ ବର୍ଷରେ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ତେଣୁ ସେ ସରକାରଙ୍କୁ ସମର୍ଥନ କରୁଛନ୍ତି ବୋଲି ମିଆ ପରୋକ୍ଷରେ ଅଭିଯୋଗ ଆଣିଛନ୍ତି।



କଙ୍ଗାନା ମଧ୍ୟ ରିହାନା ଓ ମିଆଙ୍କୁ କଡା ଜବାବ ଦେଇଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି ଯେ, ରିହାନାଙ୍କୁ ନେହା କକର ଓ ସୁନିଧି ଚୌହାନ ପରି ଜଣେ ସାଧାରଣ ସିଙ୍ଗର। ସେ କେବଳ କ୍ୟାମେରା ଲେନ୍ସରେ ନିତମ୍ବ ହଲେଇବା ଜାଣିଛନ୍ତି। ମିଆ ଖଲିଫାଙ୍କୁ ଟାର୍ଗେଟ କରିବାକୁ ଯାଇ କଙ୍ଗନା ପୁରା ଆମେରିକାବାଶୀଙ୍କୁ ଅସମ୍ମାନ କରିବାକୁ ଚେଷ୍ଟା କରିଛନ୍ତି। ୯୯ ପ୍ରତିଶତ ଭାରତୀୟ ଆମେରିକୀୟ ଜୀବନ ଶୈଳୀକୁ ପସନ୍ଦ କରନ୍ତି ନାହିଁ  ବୋଲି ସେ କହିଛନ୍ତି।



ଅନ୍ୟପଟେ କୃଷକ ଆନ୍ଦୋଳନକୁ ନେଇ ବିଦେଶୀ ସେଲିବ୍ରିଟି (Foreign celebraty) ଙ୍କ ମନ୍ତବ୍ୟ ପରେ ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟା ଦେଇଛି। ସେ ଏକ ବିଜ୍ଞପ୍ତି ପ୍ରକାଶ କରି କହିଛି ଯେ, ସମ୍ପୂର୍ଣ୍ଣ ସାମ୍ବିଧାନୀକ ଆଧାରରେ କୃଷି ବିଲ ପାରିତ ହେଲା ପରେ ଆଇନରେ ପରିଣତ ହୋଇଛି। ଅନ୍ୟର ପ୍ରରୋଚନାରେ ଆସି ଅଳ୍ପ ସଂଖ୍ୟକ କୃଷକ ଏହାକୁ ବିରୋଧ କରୁଛନ୍ତି। ତଥାପି ସରକାର ସେମାନଙ୍କ ସହ ଆଲୋଚନା କରୁଛନ୍ତି। ବିଦେଶୀ ସେଲିବ୍ରିଟି ଓ ଅନ୍ୟମାନେ ଯାହା ଦାବି କରୁଛନ୍ତି ତାହା ସଠିକ ନୁହେଁ ଓ ତାଙ୍କର ଦାୟୀତ୍ୱ ହୀନତା।