କାଏରୋ: ସାମୁଦ୍ରିକ ବାଣିଜ୍ୟ କାରବାର ପାଇଁ ବିଶ୍ୱର ଅନ୍ୟତମ ପ୍ରମୁଖ ଜଳପଥ ଭବେ ଜଣାଶୁଣା ସୁଏଜ କେନାଲ ସ୍ଥିତ ଏ ପର୍ଯ୍ୟନ୍ତ ସୁଧୁରିନାହିଁ। ଉଭୟ ଭୂମଧ୍ୟ-ଲୋହିତ ସାଗରକୁ ଯୋଡୁଥିବା ଏହି କେନାଲରେ ଏକ ମାଲବାହୀ ଜାହାଜ ନିୟନ୍ତ୍ରଣ ହରାଇ ଫସି ରହିବାରୁ ଏହି ସାମୁଦ୍ରିକ ଅଞ୍ଚଳରେ ଟ୍ରାଫିକ ଜାମ ହୋଇଯାଇଛି। ଗତ ୪ ଦିନ ଧରି ଏହି  ଜାହାଜ ସେଠାରେ ଫସିରହିଛି।


COMMERCIAL BREAK
SCROLL TO CONTINUE READING

ଚୀନ (China) ବନ୍ଦରରୁ ମାଲ ନେଇ ୟୁରୋପ (Europe) ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଭରଗ୍ରୀନ ନାମକ ଏକ ମାଲବାହୀ ଜାହାଜ (Evergreen Container) ନିୟନ୍ତ୍ରଣ ହରାଇ ଗତ ୨୪ ତାରିଖରେ ସୁଏଜ କେନାଲ (Suez Canal) ଠାରେ ଫସିଯାଇଥିଲା। ଏହି ଜାହାଜ ସେବେ ଠାରୁ କେନାଲରେ ଫସି ରହିବା କାରଣରୁ ଭୂମଧ୍ୟ ସାଗର (Mediterranean Sea) ଏବଂ ଲୋହିତ ସାଗର (Red Sea) ଅଞ୍ଚଳରେ ଟ୍ରାଫିକ ଜାମ ହୋଇଯାଇଛି। 



Also Read: କେନାଲରେ ଫସିଗଲା କଣ୍ଟେନର; ସମୁଦ୍ରରେ ଟ୍ରାଫିକ ଜାମ


ଗତ ୪ ଦିନ ଧରି ଏହି ମାଲବାହୀ ଜାହାଜ ବିଶ୍ୱର ଏହି ଜଳପଥରେ ଫସି ରହିବା କାରଣରୁ ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କାରବାର ପ୍ରଭାବିତ ହୋଇଛି। ଏ ଘଟଣାକୁ ନେଇ ସୋସିଆଲ ମିଡିଆରେ ଅନେକ ମୀମ୍ସ (Memes) ସେୟାର ହୋଇଛି। ସୁଏଜ କେନାଲରେ ସୃଷ୍ଟି ହୋଇଥିବା ଏପରି ସ୍ଥିତର ପ୍ରଭାବ ଏବେ ଭାରତର ସାମୁଦ୍ରିକ ବାଣିଜ୍ୟ କାରବାର ଉପରେ ପଡିଛି। ଏହି ସମସ୍ୟାର ସମାଧାନ କରିବା ଲାଗି ବିଦେଶରୁ ହେଉଥିବା ଆମଦାନୀ-ରପ୍ତାନୀ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଭାରତୀୟ ବାଣିଜ୍ୟକ ଜାହାଜକୁ ସୁଏଜ କେନାଲ ପରିବର୍ତ୍ତେ କେପ ଅଫ୍ ଗୁଡ ହୋପ (Cape of Good Hope) ଜଳପଥରେ ଯାତ୍ରା କରିବାକୁ ପରାମର୍ଶ ଦେଇଛନ୍ତି ଭାରତ ସରକାର। ହେଲେ ଏହା ଦ୍ୱାରା ୟୁରୋପ ଅଭିମୁଖେ ଯାତ୍ରା କରୁଥିବା କୌଣସି ଜାହାଜକୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଆହୁରି ଅଧିକ ୧୫ ଦିନ ସମୟ ଲାଗିବ। 



 




ଏ ଘଟଣା ଘଟିବା ପରେ ପ୍ରାୟ ୨ ଶହରୁ ଅଧିକ ଜାହାଜ ଉଭୟ ଭୂମଧ୍ୟ-ଲୋହିତ ସାଗର ଅଞ୍ଚଳରେ ଫସି ରହିଛନ୍ତି। ଏହି ଜଳମାର୍ଗ ଦେଇ ଦୈନିକ ୧୦ ବିଲିୟନ ଆମେରିକୀୟ ଡଲାରର ବାଣିଜ୍ୟ କାରବାର ହୋଇଥାଏ। ଯଦି ଫସି ରହିଥିବା ମାଲବାହୀ ଜାହାଜକୁ ସୁଏଜ କେନାଲରୁ କାଢିବା ଲାଗି ଆହୁରି ୨-୩ ଦିନ ସମୟ ଲାଗେ ତାହେଲେ ଏହି ଜଳପଥରେ ଯାତାୟତ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଲାଗି ଆହୁରି ସପ୍ତାହେ ସମୟ ଲାଗିବ। ସେତବେଳକୁ ପ୍ରାୟ ୩୫୦ ଜାହାଜ ଏହି ସାମୁଦ୍ରିକ ଅତିକ୍ରମ କରିବାକୁ ଅପେକ୍ଷା କରିଥିବେ। 


    


ଆଫ୍ରିକୀୟ ଦେଶ ଇଜିପ୍ଟ ଠାରେ ଅବସ୍ଥିତ ସୁଏଜ କେନାଲ ଉଭୟ ଭୂମଧ୍ୟ-ଲୋହିତ ସାଗରକୁ ଯୋଡୁଥାଏ। ଏହି ମାନବ ନିର୍ମିତ ଜଳମାର୍ଗ ଦ୍ୱାରା ଏସୀୟା-ୟୁରୋପ ମହାଦେଶରେ ଅବସ୍ଥିତ ଦେଶଙ୍କ ମଧ୍ୟରେ ସାମୁଦ୍ରିକ ବାଣିଜ୍ୟ କାରାବର ହୋଇଥାଏ। ଗତ ମଙ୍ଗଳବାର ୨ ଲକ୍ଷ ୨୪ ହଜାର ଟନ ବିଶିଷ୍ଟ ଏହି ମାଲବାହୀ ଜାହାଜ ଚୀନ ଚୀନ ବନ୍ଦରରୁ ମାଲ ନେଇ ୟୁରୋପ ଅଭିମୁଖେ ଯାଉଥିବା ବେଳେ ପ୍ରବଳ ବେଗରେ ପବନ ବହିବା କାରଣରୁ ଏହି କେନାଲରେ ଫସି ଯାଇଥିଲା। ସେବେଠାରୁ ଏହି ଜାହାଜ କେନାଲକୁ ଅବରୋଧ କରି ରଖିଛି। ଯାହାର ଫଳ ସ୍ୱରୂପ  ପେଟ୍ରୋଲିୟମ ଉତ୍ପାଦ, କାର୍ବନିକ ରସାୟନ, ଲୁହା, ଇସ୍ପାତ, ଅଟୋମୋବାଇଲ, ଯନ୍ତ୍ରାଂଶ, କପଡା, ହସ୍ତଶିଳ୍ପ, ଆସବାବପତ୍ର, ଚମଡା ଆଦି କାରବାର ପ୍ରଭାବିତ ହୋଇଛି।