Mizoram Election Results 2023: ରବିବାର ୪ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆଜି ମିଜୋରାମ ଭୋଟ୍ ଗଣତି ଆରମ୍ଭ ହୋଇଛି (Mizoram Election Results 2023) । ମିଜୋରାମରେ ସରକାର ଗଢିବ କିଏ (Mizoram govt) । ତାହାର କଳ୍ପନା ଜଳ୍ପନା ବି ଆରମ୍ଭ ହୋଇଛି।  ଏମ୍ଏନ୍ଏଫ ବା ମିଜୋ ନେସନାଲ ଫ୍ରଣ୍ଟ ଦଳ (Mizo National Front (MNF) ) ଏବେ ମିଜୋରାମରେ  ସରକାରରେ ରହିଛି। ଯଦି ଏଗଜିଟ୍ ପୋଲ ଆକଳନ ଦେଖିବା ତେବେ, ମିଜୋରାମବାସୀ ଜୋରାମ୍ ପିପୁଲ୍ସ ମୁଭମେଣ୍ଟ ପାର୍ଟି (Zoram People's Movement (ZPM)କୁ ଅଧିକ ପସନ୍ଦ କରୁଛନ୍ତି। ତେବେ, ତାଜା ସୂଚନା ମୁତାବକ ଏହି ଦଳ ଏବେ ଆଗରେ ରହିଛି।  ମିଜୋ ନ୍ୟାସନାଲ ଫ୍ରଣ୍ଟ, ବିଜେପି,କଂଗ୍ରେସ ଓ ମିଜୋରାମ ପିପୁଲ ମୁଭମେଣ୍ଟ ଭିତରେ କଡ଼ା ମୁକାବିଲା ରହିବ । ଆଜି  ୧୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି। ତେବେ, ଆମେ ଏଠାରେ ସୂଚନା ଦେବାକୁ ଚାହିଁବୁ ଯେ,  ମିଜୋରାମ୍ ଏମ୍ଏନ୍ଏଫ, ଜେଡ୍ପିଏଫ୍ ଓ କଂଗ୍ରେସ ୪୦ଟି ଲେଖାଏଁ ଆସନରେ ନିର୍ବାଚନ ଲଢିଛନ୍ତି । 


COMMERCIAL BREAK
SCROLL TO CONTINUE READING

ତେବେ, ତାଜା ସୂତନା ମୁତାବକ ଏମ୍‌ଏନ୍‌ଏଫ୍‌ ୧୦ଟି ଆସନରେ ଆସନରେ ଆଗୁଆ ଥିବା ବେଳେ ଜେଡ୍‌ପିଏମ୍‌ ୨୨ ଟି କଂଗ୍ରେସ ୧ଟି ଏବଂ ବିଜେପି ୨ ଆସନରେ ଆଗୁଆ ରହିଛି । ଗଣନା ଚାଲୁ ରହିଥିବା ବେଳେ ଆଗକୁ ପରିବର୍ତ୍ତନ ହୋଇପାରେ ।  ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ପ୍ରଥମ ଥର  ଆମ୍ ଆଦମି ପାର୍ଟି ଏଠାରେ ୪ଟି ଆସନରେ ପ୍ରାର୍ଥୀ ଛିଡା କରିଥିବା ବେଳେ ବିଜେପି ୧୩ଟି ଆସନରେ ପ୍ରାର୍ଥୀ ଦେଇଥିଲା। ସୂଚନା ଯୋଗ୍ୟ ଯେ, ୪୦ ଟି ଆସନ ବିଶିଷ୍ଟ ଏହି ବିଧାନସଭା ଲାଗି ନଭେମ୍ବର ୭ ତାରିଖରେ ଭୋଟଗ୍ରହଣ କରାଯାଇଥିଲା। ସମୁଦାୟ ୮ଲକ୍ଷ ୫୭ ହଜାର ଭୋଟର ଅର୍ଥାତ୍‍ ମିଜୋରାମର ୮୦ ପ୍ରତିଶତ ଭୋଟର ୧୭୪ଜଣ ପ୍ରାର୍ଥୀଙ୍କ ଭାଗ୍ୟକୁ ଇଭିଏମରେ କଏଦ କରିଥିଲେ।