Stone Quarry Collapsed: ସୋମବାର ମିଜୋରାମର ହନଥିୟାଲ ଜିଲ୍ଲାର ଏକ ପାହାଡ ଉପରେ ଧସିଯାଇଛି ଏକ ପଥର ଖଣି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଛନ୍ତି। ନିଖୋଜ ହୋଇଯାଇଥିବା ଲୋକ ଏହି ଖଣି ମଧ୍ୟରେ ପୋତି ହୋଇ ଯାଇଥିବାର ସନ୍ଦେହ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ଜାରି ରହିଛି। ଜିଲ୍ଲାର ମୌଦଢ ଗ୍ରାମରେ ସୋମବାର ଦିନ ୨.୪୦  ମିନିଟ ସମୟରେ ପଖର ଖଣି ଧସିଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ଘଟିବା ସମୟରେ ଏବିସିଆଇ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ କମ୍ପାନୀ କର୍ମଚାରୀ ପଥର ଖଣିରେ କାମ କରୁଥିଲେ।


COMMERCIAL BREAK
SCROLL TO CONTINUE READING

ରାଜ୍ୟର ହନଥିୟାଲ ଜିଲ୍ଲାରେ ପଥର ଖଣି ଧସିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମିଜୋରାମ ବିପର୍ଯ୍ୟୟ ପରିଚାଳନା ଏବଂ ପୁନର୍ବାସ ବିଭାଗ ଅତିରିକ୍ତ ସଚିବ ଲାଲହରିୟାଟପୁଇୟା। ଏନେଇ ସଚିବ କହିଛନ୍ତି ଯେ ଖଣି ଭୁଶୁଡ଼ିବା ବେଳେ ପ୍ରାୟ ୧୫ ଜଣ ଲୋକ ସେଠାରେ ଥିଲେ। ହନଥିୟାଲ ଜିଲ୍ଲାପାଳଙ୍କ ଠାରୁ ମିଳିଥିବା ରିପୋର୍ଟ ବିଷୟରେ ଉଲ୍ଲେଖ କରି ସଚିବ କହିଛନ୍ତି ଯେ ଲୋକଙ୍କ ଦ୍ୱାରା ବ୍ୟବହୃତ ଖନନ ପ୍ରକ୍ରିୟା ଏହି ଦୁର୍ଘଟଣାର କାରଣ ହୋଇପାରେ। ଜିଲ୍ଲା ଅଧିକାରୀ କହିଛନ୍ତି ଏହି ଦୁର୍ଘଟଣା ବାବଦରେ ଖବର ମିଳିବା ପରେ  ଘଟଣାସ୍ଥଳକୁ ଏକ ଡାକ୍ତରୀ ଦଳ ପଠାଯାଇଛି।


Also Read: Manipur: ଭୂସ୍ଖଳନରେ ୩୭ ମୃତ, ୨୫ ନିଖୋଜ


ଅନ୍ୟପଟେ ହନଥିୟାଲ ଏସପି ବିନୀତ କୁମାର କହିଛନ୍ତି ଯେ ଏବିସିଆଇ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ କମ୍ପାନୀ କର୍ମଚାରୀ ଜିଲ୍ଲାର ମୌଦଢ ଗ୍ରାମରେ ଅବସ୍ଥିତ ପଥର ଖଣିରେ କାମ କରୁଥିବା ବେଳେ ଏହି  ଦୁର୍ଘଟଣା ଘଟିଛି। ଯେଉଁ ସମୟରେ ଦୁର୍ଘଟଣା ଘଟିଛି ସେହି ସମୟରେ ସେଠାରେ ପ୍ରାୟ ୧୨-୧୩ ଜଣ ଲୋକ କାମ କରୁଥିଲେ। ପଥର ଖଣି ଧସିବା ସମୟରେ ସେଠାରେ କାମ କରୁଥିବା ଜଣେ ଶ୍ରମିକ ଘଟଣାସ୍ଥଳରୁ ପଳୟନ କରିବାରେ ସଫଳ ହୋଇଥିଲେ। ମାତ୍ର ଅନ୍ୟ ୧୨ ଜଣ ପଳାୟନ କରିବାରେ ବିଫଳ ହେବା ସହ ପଥର ଖଣି ଅଳିଆ ଗଦା ତଳେ ପୋତି ହୋଇଯାଇଥିଲେ।


ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ଘଟିବାର କିଛି ସମୟ ପରେ ହନଥିୟାଲ ଜିଲ୍ଲା ଅଧିକାରୀ ଏବଂ ଏକ ଡାକ୍ତରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣା ବିଷୟରେ ଅବଗତ ରହିଥିବା ଲୋକେ କହିଥିଲେ ଯେ ଶ୍ରମିକ ଖଣି ଭଙ୍ଗା ରୁଜା କରି ପଥର ସଂଗ୍ରହ କରୁଥିଲେ। ସେତେବେଳେ ଖଣିର ଉପର ଭାଗରୁ ମାଟି ଧସି ଯାଇଥିଲା। 



 


Also Read: Manipur: ଭୂସ୍ଖଳନରେ ୪୦ ଜଣରୁ ଅଧିକ ନିଖୋଜ, ୨୦ ଉଦ୍ଧାର


ଉଦ୍ଧାର କାର୍ଯ୍ୟ ପାଇଁ ନିକଟସ୍ଥ ଗ୍ରାମରୁ ୟଙ୍ଗ ମିଜୋ ଆସୋସିଏସନ ସଙ୍ଗଠନର ସ୍ବେଚ୍ଛାସେବୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୌଦଢ ଗ୍ରାମ ହନଥିୟାଲ ଜିଲ୍ଲାର ଏକ ଛୋଟ ଗାଁ। ଯାହା ହନଥିୟାଲ ସହର ଠାରୁ ପ୍ରାୟ ୨୩ କିଲୋମିଟର ଦୂରରେ ଅବସ୍ଥିତ। ବର୍ତ୍ତମାନ ହନଥିୟାଲ୍-ଡନ୍ ଗ୍ରାମ ମଧ୍ୟରେ ଏକ ରାଜପଥ ନିର୍ମାଣ କରାଯାଉଛି। ରାଜପଥ ନିର୍ମାଣ ଦାୟିତ୍ୱରେ ଥିବା ଏହି ପଥର ଖଣିରୁ ପଥର ସଂଗ୍ରହ କରୁଛି।