ତାଲିବାନ ବିରୋଧରେ ପୋଷ୍ଟ ଲେଖି ଫସିଲେ କେରଳର ପୂର୍ବତନ ମନ୍ତ୍ରୀ, ମିଳିଲା ଏହି ଧମକ
ତାଲିବାନ ବିରୋଧରେ ସେ ନିଜ ଆଭିମୁଖ୍ୟରେ ସ୍ଥିର ରହିବେ ବୋଲି ମୁନିର୍ କହିଛନ୍ତି । ଆତଙ୍କବାଦୀ ସଂଗଠନକୁ ସମାଲୋଚନା କରି ମୁନିର ଅଗଷ୍ଟ ୧୭ ରେ ଏକ ଫେସବୁକ ପୋଷ୍ଟ କରିଥିଲେ ।
ନୂଆଦିଲ୍ଲୀ: ବରିଷ୍ଠ ମୁସଲିମ ଲିଗ୍ ବିଧାୟକ ତଥା କେରଳର ପୂର୍ବତନ ମନ୍ତ୍ରୀ ଏମ.କେ ମୁନିରଙ୍କୁ (MK Munir) ଏକ ଧମକ ମିଳିଛି । ସୋସିଆଲ ମିଡିଆରେ ତାଲିବାନ (Taliban) ବିରୋଧରେ ଏକ ପୋଷ୍ଟ ଲେଖିବା ଯୋଗୁଁ ତାଙ୍କୁ ଏହି ଧମକ ଦିଆଯାଇଛି । କୁହାଯାଉଛି ଯେ ଆଫଗାନିସ୍ତାନରେ (Afghansitan) ତାଲିବାନ ଯୁଦ୍ଧା ଦ୍ୱାରା ହୋଇଥିବା ଅତ୍ୟାଚାର ବିଷୟରେ ମୁନିର ସୋସିଆଲ ମିଡିଆରେ ଏକ ପୋଷ୍ଟ (Social Media Post) ଲେଖିଥିଲେ । ଏହାପରେ ତାଙ୍କୁ ଏକ ଅଜ୍ଞାତ ବ୍ୟକ୍ତିଠାରୁ ଧମକପୂର୍ଣ୍ଣ ଚିଠି ମିଳିଛି ।
ଚିଠିରେ କୁହାଯାଇଛି ଯେ ଯଦି ସେ ନିଜ ପୋଷ୍ଟକୁ ଅପସାରଣ ନ କରନ୍ତି, ତେବେ ତାଙ୍କ ଅବସ୍ଥା ଜୋସେଫ ସାର୍ (ଜଣେ ଶିକ୍ଷକ, ଯାହାର ପାପୁଲି ପିଏଫଆଇ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା କାଟି ଦିଆଯାଇଥିଲା) ଭଳି ହେବ । ତେବେ ତାଲିବାନ ବିରୋଧରେ ସେ ନିଜ ଆଭିମୁଖ୍ୟରେ ରହିବେ ବୋଲି ମୁନିର୍ କହିଛନ୍ତି । ଆତଙ୍କବାଦୀ ସଂଗଠନକୁ ସମାଲୋଚନା କରି ମୁନିର ଅଗଷ୍ଟ ୧୭ ରେ ଏକ ଫେସବୁକ ପୋଷ୍ଟ କରିଥିଲେ ।
ଅଧିକ ପଢ଼ନ୍ତୁ: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବାକୁ ଯାଉଛି 'ଫେଷ୍ଟିଭାଲ ଗିଫ୍ଟ', ପୁନର୍ବାର ବୃଦ୍ଧି ପାଇବ ଦରମା
ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ତାଲିବାନରେ ଭେଦଭାବ, ଉଗ୍ରବାଦୀ ମୌଳିକତା ଓ ଭେଦଭାବର ଏକ ପ୍ରତିକ୍ରିୟାଶୀଳ ରାଜନୈତିକ ଚିନ୍ତାଧାରା ରହିଛି ଯାହା ମାନବିକ ଅଧିକାରକୁ ସମ୍ମାନ କରେ ନାହିଁ । ଜାତି, ଧର୍ମ ନାମରେ ଏମାନେ ସମସ୍ତ ମାନବ-ବିରୋଧୀ ତଥା ନାରୀବାଦୀ ବିରୋଧୀ ରାଜନୀତି ଆଗକୁ ବଢାଉଛନ୍ତି, ଏହିପରି ସମସ୍ତ ଚିନ୍ତାଧାରା ବିପଜ୍ଜନକ ଓ ଲୋକଙ୍କ ମୁକ୍ତ ଜୀବନରେ ଏକ ପ୍ରତିବନ୍ଧକ ଅଟେ । ବିଶ୍ୱର ଯେକୌଣସି ସ୍ତରରେ ତାଲିବାନ ଅମାନବୀୟ ଓ ଏହାକୁ ବିରୋଧ କରାଯିବା ଆବଶ୍ୟକ ।"
ଅଧିକ ପଢ଼ନ୍ତୁ: PNB ଗ୍ରାହକମାନଙ୍କୁ ଝଟକା! ୧ ସେପ୍ଟେମ୍ବରରୁ ବ୍ୟାଙ୍କ କରିବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ
ଚିଠିରେ କ’ଣ ଲେଖାଯାଇଛି?
ଏମ.କେ ମୁନିର କହିଛନ୍ତି, “ମୋତେ ଏକ ଅଜ୍ଞାତ ଦ୍ୱାରା ଧମକପୂର୍ଣ୍ଣ ଚିଠି ମିଳିଛି । ଏହି ଚିଠିରେ ୨୪ ଘଣ୍ଟା ମଧ୍ୟରେ ତାଲିବାନ ବିରୋଧରେ ମୁଁ କରିଥିବା ପୋଷ୍ଟକୁ ପ୍ରତ୍ୟାହାର କରିବାକୁ ଦର୍ଶାଯାଇଛି । ଏହା ନ କଲେ, ସେମାନେ ମୋତେ ଏବଂ ମୋ ପରିବାରକୁ ଜୋସେଫ ସାରଙ୍କ ପରି କରିବାକୁ ଧମକ ଦେଇଛନ୍ତି । ଚିଠିରେ ଲେଖାଯାଇଛି ଯେ, ମହିଳାମାନଙ୍କ ବିଷୟରେ କହିବାର ଆପଣଙ୍କର କୌଣସି ଅଧିକାର ନାହିଁ, ଯଦି ଏପରି କରନ୍ତି ତେବେ ଆପଣ ଏହା ନିଜ ଘରେ କରନ୍ତୁ । ଜଣେ ମହିଳା କିପରି ବଞ୍ଚିବା ଉଚିତ୍ ଆମେ ସ୍ଥିର କରିବୁ । ଏହି ପ୍ରସଙ୍ଗରେ ମୁନିର ସିଏମ ଓ ଡିଜିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ: କାବୁଲ ବିସ୍ଫୋରଣର ବଡ଼ ଖୁଲାସା, ଷଡଯନ୍ତ୍ରରେ ସାମିଲ ଥିବା IS-KP ମୁଖ୍ୟଙ୍କ ରହିଛି ପାକିସ୍ତାନୀ ଲିଙ୍କ୍
ସେ କହିଛନ୍ତି, "ତାଲିବାନ ପ୍ରତି ମୋର ଆଭିମୁଖ୍ୟ ଉପରେ ମୁଁ ଦୃଢ ଭାବରେ ଠିଆ ହୋଇଛି । ମୁଁ ଏହାକୁ ପ୍ରତ୍ୟାହାର କରିବି ନାହିଁ । ଯଦି ମୋତେ ଏହି ଷ୍ଟାଣ୍ଡ ବଦଳାଇବାକୁ ପଡେ ତେବେ ଏହାର ଅର୍ଥ ମୁଁ ଆଉ ନାହିଁ । ଏହି ଲୋକଙ୍କ ଅତ୍ୟାଚାରର ସମ୍ମୁଖୀନ ହେବା ମୋ ପାଇଁ ଭଲ । ସୟଦ ମହମ୍ମଦ ଅଲି ସିହାବ ଥାଙ୍ଗଲଙ୍କ ସମୟରୁ ତାଲିବାନ ଭଳି ସମସ୍ତ ଉଗ୍ରବାଦୀ ସଂଗଠନ ବିରୋଧରେ ଆମ ଦଳ ଛିଡା ହୋଇଥିଲା । ଆମେ ସେହି ପରିସ୍ଥିତିକୁ କେବେ ପରିବର୍ତ୍ତନ କରିନାହୁଁ । ଏହା ମଧ୍ୟ ମୁସଲିମ ଲିଗର ଷ୍ଟାଣ୍ଡ ।”