MLA property: ଗରିବ ବିଧାୟକ ତାଲିକାରେ ଓଡ଼ିଶାର ଏହି ନେତା, ରାଜ୍ୟର ବଜେଟ ଠାରୁ ଅଧିକ ବିଧାୟକଙ୍କ ସମ୍ପତ୍ତି, ପଢନ୍ତୁ ପୂରା ରିପୋର୍ଟ
ସବୁଠାରୁ କମ ସମ୍ପତ୍ତି ଥିବା ତାଲିକାରେ ଓଡ଼ିଶାର ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି। ତେବେ କମ ସମ୍ପତ୍ତି ଥିବା ତାଲିକାର ଶୀର୍ଷରେ ରହିଛନ୍ତି ପଶ୍ଚିମବଙ୍ଗର ବିଜେପି ବିଧାୟକ ନିର୍ମଳ କୁମାର ଧାରା, ଯାହାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୧୭ ଶହ ଟଙ୍କା।
MLA property: ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ଦେଶର ମୋଟ ବିଧାୟକଙ୍କ ସମ୍ପତ୍ତି ତାଲିକା କେତେ। ହୁଏତ ଆପଣ ଅନୁମାନ ଲଗାଇପାରିବେ ନାହିଁ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ ସମସ୍ତ ବିଧାୟକଙ୍କ ସମ୍ପତ୍ତିର ମୂଲ୍ୟ ପୂର୍ବୋତ୍ତର ତିନୋଟି ରାଜ୍ୟ ନାଗାଲାଣ୍ଡ, ମିଜୋରାମ ଓ ସିକ୍କିମ ବାର୍ଷିକ ବଜେଟ ଠାରୁ ଅଧିକ ରହିଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଦେଶର ୪୦୦୧ ବସିଥିବା ବିଧାୟକଙ୍କ ମୋଟ ସମ୍ପତ୍ତି ହେଉଛି ୫୪,୫୪୫ କୋଟି ଟଙ୍କା। ଯାହା ଉତ୍ତର ପୂର୍ବର ତିନୋଟି ରାଜ୍ୟ ନାଗାଲାଣ୍ଡ, ମିଜୋରାମ ଏବଂ ସିକ୍କିମର ୨୦୨୩-୨୪ ହୋଇଥିବା ବାର୍ଷିକ ବଜେଟ ଠାରୁ ଅଧିକ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ବଜେଟ ୪୯୧୦୩ କୋଟି ଟଙ୍କାର ବାର୍ଷିକ ବଜେଟ୍ ଠାରୁ ଅଧିକ ରହିଛି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଏବଂ ନ୍ୟାସନାଲ ଇଲେକ୍ସନ୍ ୱାଚ୍ (NEW) ମଙ୍ଗଳବାର ସେମାନଙ୍କ ରିପୋର୍ଟରେ ଏହି ସୂଚନା ଦେଇଛନ୍ତି। ସମଗ୍ର ଦେଶରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଧାୟକଙ୍କ ଆଫିଡେଭିଟ୍ ବିଶ୍ଳେଷଣ କରିବା ପରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ରାଜ୍ୟ | ମୋଟ ବାର୍ଷିକ ବଜେଟ |
ନାଗାଲାଣ୍ଡ | 23086 |
ମିଜୋରାମ | 14210 |
ସିକ୍କିମ | 11807 |
ମୋଟ | 49103 |
କଂଗ୍ରେସ ବିଧାୟକଙ୍କ ସମ୍ପତ୍ତି ବିଜେପି ନେତାଙ୍କର ଦୁଇଗୁଣା
ଏହି ରିପୋର୍ଟରେ ୪୦୦ ରାଜନୈତିକ ଦଳର ୪୦୦୧ ବସିଥିବା ବିଧାୟକ ଏବଂ ସ୍ୱାଧୀନ ବିଧାୟକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅନୁଯାୟୀ, ବିଧାୟକଙ୍କ ହାରାହାରି ସମ୍ପତ୍ତି ହେଉଛି ୧୩.୬୩ କୋଟି ଟଙ୍କା। ୧୩୫୬ ବିଜେପି ବିଧାୟକଙ୍କ ହାରାହାରି ସମ୍ପତ୍ତି ହେଉଛି ୧୧.୯୭ କୋଟି ଟଙ୍କା। ଯେଉଁଠାରେ ୭୧୯ କଂଗ୍ରେସ ବିଧାୟକଙ୍କ ହାରାହାରି ସମ୍ପତ୍ତି ହେଉଛି ୨୧.୯୭ କୋଟି ଟଙ୍କା।
ଶ୍ରେଷ୍ଠ ୫ଟି ରାଜନୈତିକ ଦଳ
ରିପୋର୍ଟ ଅନୁଯାୟୀ ବିଜେପି ଦଳର ମୋଟ ୧୩୫୬ ଜଣ ବିଧାୟକ ରହିଥିବା ବେଳେ ତାଙ୍କର ମୋଟ ସମ୍ପତ୍ତି ୧୬୨୩୪ କୋଟି ଟଙ୍କା ରହିଛି। ସେହିପରି କଂଗ୍ରେସର ମୋଟ ୭୧୯ ଜଣ ବିଧାୟକ ରହିଛନ୍ତି।ସେମାନଙ୍କର ମୋଟ ସମ୍ପତ୍ତି ୧୫୭୯୮ କୋଟି ଟଙ୍କା ରହିଛି। ସେହିପରି ଓ୍ୱାଇଏସଆରସିର ୧୪୬ ଜଣ ବିଧାୟକ ରହିଥିବା ବେଳେ ତାଙ୍କର ମୋଟ ସମ୍ପତ୍ତି ୩୩୭୯ ରହିଛି। ଡିଏମକେର ୧୩୧ ବିଧାୟକଙ୍କ ସମ୍ପତ୍ତି ମୋଟ ୧୬୬୩ କୋଟି ଟଙ୍କା ରହିଛି। ଆପର ମୋଟ ୧୬୧ ଜଣ ବିଧାୟକ ରହିଛନ୍ତି, ଯାହାଙ୍କର ମୋଟ ସମ୍ପତ୍ତି ୧୬୪୨ କୋଟି ଟଙ୍କା ରହିଛି।
କର୍ଣ୍ଣାଟକ ବିଧାୟକ ସବୁଠାରୁ ଅଧିକ ଧନୀ
ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ଦାଖଲ ହୋଇଥିବା ଆଫିଡେଭିଟ୍ରେ ବିଧାୟକମାନେ ଏହି ତଥ୍ୟ ପ୍ରଦାନ କରିଥିଲେ। ରିପୋର୍ଟରେ କୁହାଯାଇଛି ଯେ ୨୮ଟି ରାଜ୍ୟସଭା ଏବଂ ଦୁଇଟି ୟୁନିଅନର ୪୦୩୩ଟି ମଧ୍ୟରୁ ମୋଟ ୪୦୦୧ ଜଣ ବିଧାୟକଙ୍କ ସମ୍ପତ୍ତି ତଥ୍ୟ ନିଆଯାଇଛି। ସବୁଠାରୁ କର୍ଣ୍ଣାଟକ ବିଧାୟକଙ୍କ ସମ୍ପତ୍ତି ଅଧିକ ରହିଛି। କର୍ଣ୍ଣାଟକ ବିଧାୟକଙ୍କ ସମ୍ପତ୍ତି ଦେଶରେ ସବୁଠାରୁ ଅଧିକ ରହିଛି। କର୍ଣ୍ଣାଟକଙ୍କ ବିଧାୟକଙ୍କ ମୋଟ ତାଲିକା ହେଉଛି ୧୪୩୫୯ ଟଙ୍କା ରହିଛି। ସେହିପରି ମହାରାଷ୍ଟ୍ରର ୨୮୪ ଜଣ ବିଧାୟକଙ୍କ ସମ୍ପତ୍ତି ୬୬୭୯ କୋଟି ଟଙ୍କା ରହିଛି। ଆନ୍ଧ୍ରପ୍ରଦେଶର ମୋଟ ୧୭୪ ଜଣ ବିଧାୟକଙ୍କ ମୋଟ ୪୯୧୪ କୋଟି ଟଙ୍କା ରହିଛି। ଉତ୍ତରପ୍ରଦେଶର ୪୦୩ ଜଣ ବିଧାୟକଙ୍କ ମୋଟ ସମ୍ପତ୍ତି ୩୨୫୫ କୋଟିର ବୋଲି ଜଣାପଡ଼ିଛି। ସେହିପରି ଗୁଜୁରାଟର ୧୮୨ ଜଣ ବିଧାୟକଙ୍କ ମୋଟ ସମ୍ପତ୍ତି ହେଉଛି ୨୯୮୭ କୋଟି ଟଙ୍କା ରହିଛି।
ତ୍ରିପୁରାରେ ସବୁଠାରୁ କମ ସମ୍ପତ୍ତି
ରିପୋର୍ଟ ଅନୁଯାୟୀ ସବୁଠାରୁ କମ ସମ୍ପତ୍ତି ଥିବା ବିଧାୟକଙ୍କ ରାଜ୍ୟ ମଧ୍ୟରେ ତ୍ରିପୁରା ସର୍ବନିମ୍ନରେ ରହିଛି। ତ୍ରିପୁରା ପରେ ମିଜୋରାମ, ମଣିପୁର, ସିକ୍କିମ ଓ ଝାଡ଼ଖଣ୍ଡ ରହିଛି। ତ୍ରିପୁରାର ୫୯ ଜଣ ବିଧାୟକଙ୍କ ସମ୍ପତ୍ତି ମାତ୍ର ୯୦ କୋଟି ଟଙ୍କା ରହିଛି। ତ୍ରିପୁରା ପରେ ମିଜୋରାମର ୪୦ ଜଣ ବିଧାୟକଙ୍କ ୧୯୦ କୋଟି ରହିଛି। ମଣିପୁରର ୬୦ ଜଣ ବିଧାୟକଙ୍କ ମୋଟ ସମ୍ପତ୍ତି ହେଉଛି ୨୨୫ କୋଟି ଟଙ୍କା। ସେହିପରି ସିକ୍କିମର ୩୨ ଜଣ ବିଧାୟକଙ୍କର ମୋଟ ୨୬୦ କୋଟି ଟଙ୍କା ରହିଛି। ସେହିପରି ଝାଡ଼ଖଣ୍ଡର ମୋଟ ବିଧାୟକ ୭୯ ଜଣ ରହିଥିବା ବେଳେ ୨୯୨ କୋଟି ଟଙ୍କା ରହିଛି।
ସେହିପରି ବ୍ୟକ୍ତିଗତ ଧନୀ ବିଧାୟକଙ୍କ ତାଲିକାରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଶୀର୍ଷରେ ରହିଛନ୍ତି। ତାଙ୍କ ନିକଟରେ କେବଳ ୧୪୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ଦ୍ୱିତୀୟ ଏବଂ ତୃତୀୟ ଧନୀ ବିଧାୟକମାନେ ମଧ୍ୟ କର୍ଣ୍ଣାଟକର। ସେହିପରି ଧନୀ ତାଲିକାର ଦ୍ୱିତୀୟରେ ରହିଥିବା ବିଧାୟକ ହେଉଛନ୍ତି କର୍ଣ୍ଣାଟକର ଜଣେ ସ୍ୱାଧୀନ ବିଧାୟକ କେ.ଏଚ୍ ପୁଟ୍ଟସ୍ୱାମୀ ଗୌଡା। ତାଙ୍କର ୧୨୬୭ କୋଟି ଟଙ୍କା ସମ୍ପତ୍ତି ଅଛି। ତିନି ନମ୍ବରରେ କର୍ଣ୍ଣାଟକ ପ୍ରିୟା କୃଷ୍ଣଙ୍କ କଂଗ୍ରେସ ବିଧାୟକ ରହିଛନ୍ତି ଯାହାଙ୍କର ୧୧୫୬ କୋଟି ଟଙ୍କାର ସମ୍ପତ୍ତି ରହିଛି।
ସେହିପରି ସବୁଠାରୁ କମ ସମ୍ପତ୍ତି ଥିବା ତାଲିକାରେ ଓଡ଼ିଶାର ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି। ତେବେ କମ ସମ୍ପତ୍ତି ଥିବା ତାଲିକାର ଶୀର୍ଷରେ ରହିଛନ୍ତି ପଶ୍ଚିମବଙ୍ଗର ବିଜେପି ବିଧାୟକ ନିର୍ମଳ କୁମାର ଧାରା, ଯାହାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୧୭ ଶହ ଟଙ୍କା। ତାଙ୍କ ତଳକୁ ରହିଛନ୍ତି ଓଡ଼ିଶାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି। ଯାହାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧୫ ହଜାର ଟଙ୍କା। ସେହିପରି ପଞ୍ଜାବର ଆପ ବିଧାୟକ ନରିନ୍ଦର ପାଲ ସିଂ ଶବାନା ରହିଛନ୍ତି।
ସେହିପରି ଯଦି ଓଡିଶା ବିଧାୟକଙ୍କ କଥା ଦେଖାଯାଏ ତେବେ ୧ ରୁ ୧୦ କୋଟି ମଧ୍ୟରେ ବିଧାୟକଙ୍କ ତାଲିକା ଅଧିକ ରହିଛି। ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୫୫.୪୮ ପ୍ରତିଶତ ବିଧାୟକଙ୍କ ନିକଟରେ ୧ ରୁ ୧୦ କୋଟି ମଧ୍ୟରେ ସମ୍ପତ୍ତି ରହିଛି। ସେହିପରି ୩୨.୧୯ ପ୍ରତିଶତ ବିଧାୟକଙ୍କ ମଧ୍ୟରେ ୧୦ ଲକ୍ଷରୁ କୋଟିଏ ମଧ୍ୟରେ ରହିଛି। ୧୦ କୋଟିରୁ ଶହେ କୋଟି ମଧ୍ୟରେ ସମ୍ପତ୍ତି ଥିବା ବିଧାୟକଙ୍କ ତାଲିକା ବହୁତ କମ ରହିଛି। ମାତ୍ର ୯.୫୯ ପ୍ରତିଶତ ବିଧାୟକଙ୍କ ମଧ୍ୟରେ ୧୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ମାତ୍ର ୦.୬୮ ପ୍ରତିଶତ ବିଧାୟକଙ୍କ ନିକଟରେ ଏକ ଲକ୍ଷରୁ କମ ଟଙ୍କାର ସମ୍ପତ୍ତି ରହିଛି।
Also Read: School closed: ପ୍ରବଳ ବର୍ଷା ଯୋଗୁଁ ୫ଟି ଜିଲ୍ଲାରେ ସ୍କୁଲ ଛୁଟି
Also Read: Weather Update: ଗଭୀର ଅବପାତରେ ପ୍ରଭାବରେ ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାରୁ ରେଡ଼ ୱାର୍ଣ୍ଣିଂ