Weather Update: ଗଭୀର ଅବପାତରେ ପ୍ରଭାବରେ ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାରୁ ରେଡ଼ ୱାର୍ଣ୍ଣିଂ
Advertisement

Weather Update: ଗଭୀର ଅବପାତରେ ପ୍ରଭାବରେ ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାରୁ ରେଡ଼ ୱାର୍ଣ୍ଣିଂ

Weather Update: ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଆଉ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Weather Update: ରାଜ୍ୟରେ ପ୍ରବଳ ବର୍ଷା (Heavy rain) ଲାଗି ରହିଥିବା ବେଳେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଆଉ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ଆକଳନ କରାଯାଇଛି । ଏମିତି କି, ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ କେନ୍ଦୁଝର ଓ ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି  । ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ସୁନ୍ଦରଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ନେଇ ରେକର୍ଡ କରାଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ମୁହାଁ ହୋଇ ୨୪ ଘଣ୍ଟା ଭିତରେ ଗାଙ୍ଗେୟ ପଶ୍ଚିମବଙ୍ଗରେ ପହଁଞ୍ଚିବ । ଫଳରେ ଏହାର ପ୍ରଭାବରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅସମ୍ଭାଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ଼ ୱାର୍ଣ୍ଣିଂ (Red alert) ଜାରି କରାଯାଇଛି । ସେହିଭଳି କନ୍ଧମା, କଳାହାଣ୍ତି, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେପଟେ ଗଭୀର ଅବପାତ ପ୍ରଭାବରେ ଓଡ଼ିଶା ଉପକୂଳରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ମଧ୍ଯ ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏପରି କି, ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ, ଚାଷ ଜମି ଅଞ୍ଚଳରେ ପାଣି ଜମିବା ସହ ସମ୍ବେଦନଶୀଳ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ୩ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ ।

pic.twitter.com/K9roTaaOAx

Also Read-ରାଜ୍ୟ ପାଇଁ ଗୌରବ: ‘ଜାଗରଣ ଫିଲ୍ମ ଫେଷ୍ଟିଭାଲ’ରେ ପ୍ରଦର୍ଶିତ ହେବ ହିମାଂଶୁ ଖଟୁଆଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ

ପ୍ରକାଶ ଥାଉ କି, ମଙ୍ଗଳବାର ଦିନ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ବିଲେଇସରଦା ଗାଁରେ ବଜ୍ରପାତରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ୨୭ ବର୍ଷୀୟା ରୀତା ନିଜ ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଫେରିବା ବାଟରେ ଘଡ଼ଘଡ଼ି ସହ ବର୍ଷା ହେବାରୁ ସେ ଏକ ଗଛ ନିକଟରେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ସୋମବାର ଦିନ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ (Thunderstorm) ହୋଇଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛଥିଲେ । ଡ଼ିହିଡି ଥାନା କାଁପଡ଼ ଗାଁର ଜେମା ମଳିକ ବିଲରେ କାମ କରିବା ବେଳେ ବଜ୍ରପାତ ଘଟି ତାଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ବାସୁଦେବପୁର ବ୍ଲକରେ କୁଳମଣି ମଳିକ ଓ ତାଙ୍କ ପୁଅ ବିଲରୁ କାମ ସାରି ଫେରିବା ବାଟରେ ବଜ୍ରପାତରେ ଯୋଗୁଁ ଉଭୟ ଆହତ ହୋଇଥିଲେ । ସେହିଦିନ ସାବରଙ୍ଗ ତୋରଣ ପଦା ଗ୍ରାମର ଜଣେ ମହିଳା ମଧ୍ଯ ବଜ୍ରପାତରେ ଆହତ ହୋଇଥିଲେ ।