ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) ମନ୍ତ୍ରୀମଣ୍ଡଳକୁ ଏହି ସପ୍ତାହରେ ସମ୍ପ୍ରସାରିତ କରାଯିବ ଓ ୨୦ ରୁ ୨୨ ମନ୍ତ୍ରୀ ଶପଥ ଗ୍ରହଣ କରିପାରିନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୬ ରୁ ୮ ଜୁଲାଇ ମଧ୍ୟରେ କ୍ୟାବିନେଟକୁ ବିସ୍ତାର କରାଯାଇପାରେ । କେନ୍ଦ୍ର କ୍ୟାବିନେଟରେ ବର୍ତ୍ତମାନ ୫୩ ମନ୍ତ୍ରୀ ଅଛନ୍ତି ଓ ସମ୍ପ୍ରସାରଣ ପରେ ୮୧ ଜଣ ସଦସ୍ୟ ରହିପାରନ୍ତି ।


COMMERCIAL BREAK
SCROLL TO CONTINUE READING

କେଉଁ ରାଜ୍ୟରୁ କିଏ ହୋଇପାରନ୍ତି ମନ୍ତ୍ରୀ?
ଉତ୍ତରପ୍ରଦେଶ: ମୋଦି ମନ୍ତ୍ରୀମଣ୍ଡଳରେ ଉତ୍ତରପ୍ରଦେଶରୁ ତିନି ଜଣଙ୍କୁ ଯୋଗାଯୋଗ ମନ୍ତ୍ରୀ ଭାବେ ସାମିଲ କରାଯିବ । ଆପନା ଦଳରୁ ଅନୁପ୍ରିୟା ପଟେଲ ମଧ୍ୟ କ୍ୟାବିନେଟରେ ସ୍ଥାନ ପାଇପାରନ୍ତି ।


ବିହାର: ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବିହାରରୁ ଦୁଇରୁ ତିନି ଜଣ ନେତାଙ୍କୁ ସାମିଲ କରାଯାଇପାରେ । ଏଥିରେ ବିଜେପିର ସୁଶୀଲ କୁମାର ମୋଦୀ, ଜେଡିଏର ଆରସିପି ସିଂ ଓ ଏଲଜେପିର ପଶୁପତି ପାରାଙ୍କ ନାମ ଆଗରେ ରହିଛି ।


ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରୁ ଜଣେ କିମ୍ବା ଦୁଇ ଜଣଙ୍କୁ ମୋଦି ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ । ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାକେଶ ସିଂଙ୍କ ନାମ ଏଥିରେ ସାମିଲ ରହିଛି ।


ଅଧିକ ପଢ଼ନ୍ତୁ: CBI ରାଡାରରେ ଅଖିଲେଶଙ୍କ ଡ୍ରିମ ପ୍ରୋଜେକ୍ଟ; ୪୦ଟି ସ୍ଥାନରେ ଚଢ଼ାଉ, ୧୯୦ ଜଣଙ୍କ ବିରୋଧରେ FIR


ମହାରାଷ୍ଟ୍ର: ମହାରାଷ୍ଟ୍ରରୁ ଜଣେରୁ ଦୁଇ ଜଣଙ୍କୁ ମୋଦି କ୍ୟାବିନେଟରେ ମନ୍ତ୍ରୀ ଭାବେ ସାମିଲ କରାଯାଇପାରେ । ଏଥିରେ ନାରାୟଣ ରାଣେଙ୍କ ନାମ ସାମିଲ ରହିଛି ।


ଜମ୍ମୁ କାଶ୍ମୀର ଓ ଲଦାଖ: ଜମ୍ମୁ କାଶ୍ମୀର ଓ ଲଦାଖରୁ ଜଣେ ଲେଖାଏଁ ନେତା ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରିନ୍ତି ।


ରାଜସ୍ଥାନ: ରାଜସ୍ଥାନରୁ ମଧ୍ୟ ଜଣକୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରାଯଇପାରେ ।


ଅଧିକ ପଢ଼ନ୍ତୁ: ଭଲ ଖବର! କୃଷକଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ୨୦୦୦ ଟଙ୍କା, ଜାଣନ୍ତୁ କେବେ ଆସିବ ୯ମ କିସ୍ତି?  


ଆସାମ: ଆସାମରୁ ଜଣେ କିମ୍ବା ଦୁଇ ଜଣ ନେତାଙ୍କୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ ସାମିଲ କରାଯାଇପାରେ । ଏଥିରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲଙ୍କ ନାମ ଆଗରେ ରହିଛି ।


ଅତିରିକ୍ତ ଚାର୍ଜରେ ଥିବା ୯ ଜଣ ମନ୍ତ୍ରୀ ଛାଡିପାରନ୍ତି ମନ୍ତ୍ରଣାଳୟ
- ପ୍ରକାଶ ଜାଭଡେକର 
- ପୀୟୁଷ ଗୋୟଲ 
- ଧର୍ମେନ୍ଦ୍ର ପ୍ରଧାନ
- ନିତିନ ଗଡକରୀ 
- ହର୍ଷ ବର୍ଦ୍ଧନ
- ନରେନ୍ଦ୍ର ସିଂ ତୋମାର 
- ରବି ଶଙ୍କର ପ୍ରସାଦ 
- ସ୍ମୃତି ଇରାନୀ 
- ହାର୍ଦ୍ଦିକ ସିଂ ପୁରୀ