ଭଲ ଖବର! କୃଷକଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ୨୦୦୦ ଟଙ୍କା, ଜାଣନ୍ତୁ କେବେ ଆସିବ ୯ମ କିସ୍ତି?
Advertisement
Article Detail0/zeeodisha/odisha935149

ଭଲ ଖବର! କୃଷକଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ୨୦୦୦ ଟଙ୍କା, ଜାଣନ୍ତୁ କେବେ ଆସିବ ୯ମ କିସ୍ତି?

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର (PM Kisan Samman Nidhi Yojana) ନବମ କିସ୍ତି (PM Kisan 9th Installment) ଖୁବ ଶୀଘ୍ର କୃଷକଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣ ମଧ୍ୟ ପିଏମ କିସାନ ସମ୍ମାନ ନିଧି ଯୋଜନାରେ (PM Kisan Samman Nidhi Yojana) ପଞ୍ଜୀକୃତ କରିଛନ୍ତି, ତେବେ ଶୀଘ୍ର ନବମ କିସ୍ତି (PM Kisan 9th Installment) ଆପଣଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି । ପ୍ରଧାନମନ୍ତ୍ରୀ କିସାନ ସାମନ ନିଧି ଯୋଜନା ଅଧୀନରେ ସରକାର କୃଷକମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ଏହି ସହାୟତା ତିନୋଟି କିସ୍ତିରେ ଦିଆଯାଇଥାଏ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୧ ଅଗଷ୍ଟ ୨୦୨୧ ରୁ ନବମ କିସ୍ତି କୃଷକଙ୍କ ଆକାଉଣ୍ଟରେ ଆସିବା ଆରମ୍ଭ କରିବ ।

ଦେଶର ୧୦.୯୦ କୋଟି କୃଷକ ଏପର୍ଯ୍ୟନ୍ତ ପିଏମ କିସାନ ସମ୍ମାନ ନିଧି ଯୋଜନାର ଲାଭ ପାଇଛନ୍ତି । ସରକାରଙ୍କ ଦ୍ୱାରା ୧୩୭୧୯୨ କୋଟି ଟଙ୍କା ରିଲିଜ କରାଯାଇଛି । ସରକାର ଏପର୍ଯ୍ୟନ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଆଠଟି କିସ୍ତିର ଟଙ୍କା ଟ୍ରାନ୍ସଫର କରି ସାରିଛନ୍ତି । ଅଷ୍ଟମ କିସ୍ତିରେ ସରକାର ପ୍ରାୟ ୯.୫ କୋଟି ଚାଷୀଙ୍କ ପାଇଁ ୨୦ ହଜାର କୋଟି ଟଙ୍କା ରିଲିଜ କରିଥିଲେ । 

ଅଧିକ ପଢ଼ନ୍ତୁ: ଭଲ ଖବର! ଜନ ଧନ ଆକାଉଣ୍ଟଧାରୀଙ୍କୁ ମିଳିବ ୧.୩ ଲକ୍ଷ ଟଙ୍କା, ଜାଣନ୍ତୁ କିପରି?

ଲିଷ୍ଟରେ ଏହିପରି ଯାଞ୍ଚ କରନ୍ତୁ ନିଜ ନାମ-
୧. ସର୍ବପ୍ରଥମେ ଆପଣଙ୍କୁ PM Kisan Yojana ର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in ଭିଜିଟ କରିବାକୁ ପଡିବ ।
୨. ଏହାର ହୋମ୍ ପେଜରେ ଆପଣଙ୍କୁ Farmers Corner ର ଏକ ବିକଳ୍ପ ଦେଖିବାକୁ ପାଇବେ ।
୩. Farmers Corner ବିଭାଗ ମଧ୍ୟରେ ଆପଣଙ୍କୁ Beneficiaries List ଉପରେ କ୍ଲିକ୍ କରିବାକୁ ପଡିବ ।
୪. ଏହାପରେ ଆପଣଙ୍କୁ ଡ୍ରପ୍ ଡାଉନ୍ ତାଲିକାରୁ ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଓ ଗ୍ରାମ ଚୟନ କରିବାକୁ ପଡିବ ।
୫. ଏହା ପରେ ଆପଣଙ୍କୁ Get Report ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ହିତାଧିକାରୀମାନଙ୍କର ସମ୍ପୂର୍ଣ୍ଣ ଲିଷ୍ଟ ଦେଖାଯିବ, ଯେଉଁଥିରେ ଆପଣ ଆପଣଙ୍କର ନାମ ଯାଞ୍ଚ କରିପାରିବେ ।

ଅଧିକ ପଢ଼ନ୍ତୁ: Govt Jobs: ରେଲୱେ ବାହାର କଲା ଷ୍ଟେସନ ମାଷ୍ଟର ପାଇଁ ନିଯୁକ୍ତି, ଏହିପରି କରନ୍ତୁ ଆବେଦନ

କିପରି ସ୍ଥିର ହୁଏ ନାମ
ଜମି ରେକର୍ଡ ଯାଞ୍ଚ କରିବା ପରେ କୃଷକଙ୍କ ଦ୍ୱାରା ଆବେଦନପତ୍ରରେ ସଂଲଗ୍ନ କରାଯାଇଥିବା ଜମି ଦସ୍ତାବିଜଗୁଡିକ ଯାଞ୍ଚ କରାଯାଇଥାଏ । ଯଦି ଏଗୁଡିକ ସଠିକ୍ ବୋଲି ଜଣାପଡେ, ତେବେ କିସାନ ସମ୍ମାନ ନିଧି ପୋର୍ଟାଲରେ ହିତାଧିକାରୀ ଲିଷ୍ଟରେ କୃଷକଙ୍କ ନାମ ଯୋଡା ଯାଇଥାଏ । ପୋର୍ଟାଲରେ କୃଷକ ପରିବାରର ନାମ ପଞ୍ଜିକରଣ କରିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଦାୟିତ୍ୱ ଅଟେ । ହିତାଧିକାରୀ ତାଲିକାରେ ନାମ ପଞ୍ଜିକୃତ ହେବା ପରେ ହିଁ କିସାନ ସମ୍ମାନ ନିଧି ଯୋଜନାର ମିଳୁଥିବା ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ ହୋଇଥାଏ ।