ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ପାଇଁ କ୍ରମାଗତ ଭାବରେ ଖୁସି ଖବର ଆସୁଛି । ଅଷ୍ଟମ ବେତନ ଆୟୋଗକୁ ନେଇ ମଧ୍ୟ ଏକ ନୂତନ ଅପଡେଟ୍ ଆସିଛି । ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଆଗାମୀ ସମୟରେ ନୂଆ ଫର୍ମୂଲାରେ କର୍ମଚାରୀଙ୍କ ଦରମା ବୃଦ୍ଧି (Salary Hike) ପାଇବ । ବାସ୍ତବରେ, ଏହା ପୂର୍ବରୁ ୨୦୧୬ ମସିହାରେ ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଲାଗୁ କରାଯାଇଥିଲା । ବିଗତ ଦିନରେ ଅର୍ଥ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀ (Pankaj Chaudhary) ଲୋକସଭାରେ ନୂତନ ସୂଚନା ଦେଇଥିଲେ । ସେ କହିଥିଲେ ଯେ, କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ବେତନ ସ୍ଥିର କରିବାକୁ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନ କରିବାର କୌଣସି ଯୋଜନା ନାହିଁ । କିନ୍ତୁ ନୂଆ ଫର୍ମୂଲାରେ କେନ୍ଦ୍ର କର୍ମଚାରୀଙ୍କ ଦରମା ପ୍ରତିବର୍ଷ ସ୍ଥିର ହେବ ।


COMMERCIAL BREAK
SCROLL TO CONTINUE READING

ଆମର ସହଯୋଗ ୱେବସାଇଟ୍ ଜୀ ବିଜନେସ୍ ଅନୁଯାୟୀ, ପଙ୍କଜ ଚୌଧୁରୀ ଏକ ପ୍ରଶ୍ନର ଜବାବରେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ବେତନ, ଭତ୍ତା ଏବଂ ପେନସନକୁ ସଂଶୋଧନ କରିବା ପାଇଁ ସରକାର ଅଷ୍ଟମ ବେତନ ଆୟୋଗ ଠାରୁ ଭିନ୍ନ କିଛି ଚିନ୍ତା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଅଷ୍ଟମ ବେତନ ଆୟୋଗ ଉପରେ କୌଣସି ବିଚାର କରାଯାଉନାହିଁ । କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଦରମା, ଭତ୍ତା ଏବଂ ପେନସନ୍ ସମୀକ୍ଷା କରିବା ପାଇଁ ଏକ ପେ କମିଶନ ଗଠନ ହେବାର ଆବଶ୍ୟକତା ନାହିଁ ।


ଏହା ବି ପଢ଼ନ୍ତୁ:-ଡାକଘର ଗ୍ରାହକଙ୍କ ପାଇଁ ଖୁସି ଖବର, କେବଳ ୧୫୦୦ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ କେମିତି?


ଏହା ବି ପଢ଼ନ୍ତୁ:-ବିହାରର 'ଚାରା ଦୁର୍ନୀତି' ପରି ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଲା ବଡ଼ 'ରାସନ ଦୁର୍ନୀତି', ବାଇକକୁ କୁହାଯାଇଛି ଟ୍ରକ୍


ଏହା ବି ପଢ଼ନ୍ତୁ:-କଂଗ୍ରେସରେ ଥମିବାର ନା ନେଉନି କଳହ, ରାହୁଲ ଗାନ୍ଧୀଙ୍କ ରାଲିରୁ ଗାଏବ ଥିଲେ ଅନେକ ବଡ଼ ନେତା; ମୋଦି ସରକାରଙ୍କୁ ଭୁରି ଭୁରି ପ୍ରଶଂସା କଲେ ଦଳର ଏହି ବଡ଼ ନେତା


 


କ'ଣ ହେବ ନୂଆ ଫର୍ମୂଲା?


ବର୍ତ୍ତମାନ କର୍ମଚାରୀଙ୍କ ଦରମା ଆକ୍ରୋଏଡ୍ ଫର୍ମୂଲା (Aykroyd Formula) ଦ୍ୱାରା ସ୍ଥିର ହେବ । ଏହି ଫର୍ମୂଲା ଅନୁସାରେ କର୍ମଚାରୀଙ୍କ ଦରମା ମୁଦ୍ରାସ୍ଫୀତି, ଜୀବନଧାରଣ ମୂଲ୍ୟ ଏବଂ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ଯୋଡ଼ା ଯିବ । ଅର୍ଥାତ କର୍ମଚାରୀଙ୍କ ପଦୋନ୍ନତି ମଧ୍ୟ ସେହି ଅନୁଯାୟୀ କରାଯିବ । ତେବେ ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ପରାମର୍ଶ ଭଲ, କିନ୍ତୁ ଏପର୍ଯ୍ୟନ୍ତ ସେପରି କୌଣସି ଫର୍ମୂଲାକୁ ବିଚାର କରାଯାଇ ନାହିଁ । ଅନ୍ୟପକ୍ଷରେ, ଅଷ୍ଟମ ବେତନ ଆୟୋଗ କେବେ ଆସିବ ସେ ସମ୍ପର୍କରେ କୌଣସି ନିଶ୍ଚିତତା ନାହିଁ ।


ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ସପ୍ତମ ବେତନ ଆୟୋଗର ସୁପାରିଶରେ ଜଷ୍ଟିସ ମାଥୁର କହିଥିଲେ ଯେ, ଆମେ ଆକ୍ରୋଡ ସୂତ୍ର ଅନୁଯାୟୀ ବେତନ ସଂରଚନା ସ୍ଥିର କରିବାକୁ ଚାହୁଁଛୁ । ଏହି ନିୟମରେ କୋଷ୍ଟ୍ ଅଫ୍ ଲିଭିଂକୁ ମଧ୍ୟ ଧ୍ୟାନକୁ ରଖାଯାଇଥାଏ । ଏହି ଫର୍ମୂଲା ୱାଲାସ୍ ରୁଡେଲ୍ ଆୟକରାୟଡ ପ୍ରଦାନ କରିଥିଲେ । ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ର ସରକାର କର୍ମଚାରୀଙ୍କ ସର୍ବନିମ୍ନ ଦରମା ୭,୦୦୦ରୁ ବଢ଼ାଇ ୧୮,୦୦୦ ଟଙ୍କା କରିଥିଲେ । ଜଷ୍ଟିସ ମାଥୁର ସୁପାରିଶରେ କହିଛନ୍ତି ଯେ, ସରକାର ପ୍ରତିବର୍ଷ ମୂଲ୍ୟ ସୂଚକାଙ୍କ ଅନୁଯାୟୀ କେନ୍ଦ୍ର କର୍ମଚାରୀଙ୍କ ଦରମା ସମୀକ୍ଷା କରିବା ଆବଶ୍ୟକ ।