ନୂଆଦିଲ୍ଲୀ: ସୋସିଆଲ ମିଡିଆ (Social Media) ରେ ଏକ ପୋଷ୍ଟ ଭାଇରାଲ (Viral Post) ହୋଇଛି । ଦାବି କରାଯାଇଛି ଯେ, କୋରୋନା ମହାମାରୀ ଯୋଗୁଁ ମୋଦି ସରକାର (Modi Government) ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ (School & Collage Students) ଙ୍କୁ ସେମାନଙ୍କ ଫିସ୍ (Fees) ଭରିବା ପାଇଁ ୧୧,୦୦୦ ଟଙ୍କା ପ୍ରଦାନ କରୁଛନ୍ତି । ଏହି ପୋଷ୍ଟରେ ଏକ ଲିଙ୍କ୍ ସେୟାର କରାଯାଉଛି ଏବଂ ଏହାର ସାହାଯ୍ୟରେ ଆପଣ ଟଙ୍କା ପାଇ ପାରିବେ ବୋଲି ଦାବି କରାଯାଉଛି ।


COMMERCIAL BREAK
SCROLL TO CONTINUE READING

ଗୋଟିଏ ୱେବସାଇଟ୍ ଦାବି କରିଛି ଯେ, କୋରୋନା ଭୂତାଣୁ ମହାମାରୀ ଯୋଗୁଁ ଛାତ୍ରମାନେ ସ୍କୁଲ ଏବଂ କଲେଜ ଫି ଦେବାକୁ ଅସମର୍ଥ । ତେଣୁ ସରକାର ସମସ୍ତ ଛାତ୍ରଙ୍କୁ ୧୧,୦୦୦ ଟଙ୍କା ମାଗଣା  ଅର୍ଥ ରାଶି ପ୍ରଦାନ କରୁଛନ୍ତି । ଯାହାଦ୍ୱାରା ସେମାନେ ନିଜର ଫିସ୍ ସହଜରେ ଦେଇପାରିବେ ।


ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ: ଚକ୍ରବ୍ୟୁହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ! 



PIB Fact Check ଦାବି କରିଛି ଯେ ଏହି ୱେବସାଇଟ୍ ଫର୍ଜି । କେନ୍ଦ୍ର ସରକାର ଏଭଳି ଘୋଷଣା କରିନାହାଁନ୍ତି । ଅଜାଣତରେ ଲିଙ୍କ ଉପରେ କ୍ଲିକ୍ କରିବା କିମ୍ବା ଆପଣଙ୍କର ବ୍ୟକ୍ତିଗତ ସୂଚନା ବାଣ୍ଟିବା ମଧ୍ୟ ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ ।


ଅଧିକ ପଢ଼ନ୍ତୁ:-ସାବଧାନ ! ବିନା OTPରେ ହିଁ ସଫା ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ରକ୍ଷା ପାଇବାର ଅଛି ତ କରନ୍ତୁ ଏହି କାମ


PIB Fact Check କ’ଣ କରେ ?


PIB Fact Check କେନ୍ଦ୍ର ସରକାରଙ୍କ ନୀତି / ଯୋଜନା / ବିଭାଗ / ମନ୍ତ୍ରଣାଳୟ ବିଷୟରେ ଭୁଲ ତଥ୍ୟର ପ୍ରସାରକୁ ରୋକିବା ପାଇଁ କାର୍ଯ୍ୟ କରିଥାଏ । ସରକାରଙ୍କ ସହ ଜଡିତ କୌଣସି ଖବର ସତ କି ମିଥ୍ୟା ତାହା ଜାଣିବା ପାଇଁ PIB ଫ୍ୟାକ୍ଟ ଚେକ୍ ର ସାହାଯ୍ୟ ନିଆଯାଇପାରେ । ଜଣେ ସ୍କ୍ରିନସଟ୍, ଟ୍ୱିଟ୍, ଫେସବୁକ୍ ପୋଷ୍ଟ କିମ୍ବା ହ୍ୱାଟସ୍ ଆପ୍ ନମ୍ବର 918799711259 ରେ URL କୁ PIB ଫ୍ୟାକ୍ଟ ଚେକକୁ ପଠାଇ ପାରିବେ କିମ୍ବା ଏହାକୁ pibfactcheck@gmail.com କୁ ମେଲ୍ କରିପାରିବେ ।