ନୂଆଦିଲ୍ଲୀ: 7th Pay Commission Latest News: କେନ୍ଦ୍ର କର୍ମଚାରୀ (Central Government Employees) ଙ୍କୁ ଦିଆଯାଉଥିବା ଚିଲଡ୍ରେନ ଏଜୁକେଶନ ଅଲାଉନ୍ସ (CEA) ସମ୍ପର୍କରେ କେନ୍ଦ୍ର ସରକାର (Central Government)  ସ୍ପଷ୍ଟୀକରଣ ଦେଇଛନ୍ତି । କୋଭିଡ-19 (COVID-19) ଲକଡାଉନ୍ (Lockdown) କୁ ଦୃଷ୍ଟିରେ ରଖି ଚିଲଡ୍ରେନ ଏଜୁକେଶନ ଅଲାଉନ୍ସ  (Children Education Allowance-CEA) ଦାବି ପାଇଁ କେନ୍ଦ୍ର ସ୍ୱ-ପ୍ରମାଣପତ୍ର (self-certification) କୁ ଅନୁମତି ଦେଇଛି । ଏହା ପ୍ରାୟ ୫୨ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକ ବଡ ରିହାତି ପ୍ରଦାନ କରିବ । କାରଣ ତାଲା ପଡିଥିବାରୁ ସିଏଏ ଦାବି କରିବା କଷ୍ଟକର ହୋଇପଡିଥିଲା । ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT) ଏ ବାବଦରେ ଏକ ଅଫିସ୍ ମେମୋରଣ୍ଡମ୍ (OM) ଜାରି କରିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ବିଦାୟ ଦିଲୀପ କୁମାର: ପେଶୱାରର ୟୁସୁଫ୍ ଯିଏ ବନିଯାଇଥିଲେ ବଲିଉଡର ଟ୍ରାଜେଡି କିଙ୍ଗ୍
 
ବାସ୍ତବରେ, କେନ୍ଦ୍ର ସରକାରୀ କର୍ମଚାରୀମାନେ ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁଯାୟୀ CEA ଅଧୀନରେ ମାସକୁ ୨୨୫୦ ଟଙ୍କା ପାଆନ୍ତି । COVID-19 ମହାମାରୀ ଓ ପରବର୍ତ୍ତୀ ଲକଡାଉନ୍ ଯୋଗୁଁ କେନ୍ଦ୍ର ସରକାରୀ କର୍ମଚାରୀମାନେ CEA ଦାବି କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କାରଣ ପିଲାଙ୍କ ରେଜଲ୍ଟ କିମ୍ବା ରିପୋର୍ଟ କାର୍ଡ ସ୍କୁଲଗୁଡିକ ଦ୍ୱାରା ଏସଏମଏସ କିମ୍ବା ଇମେଲ ମାଧ୍ୟମରେ ପଠାଯାଇ ନଥିଲା । ଏପରିକି ଫି ମଧ୍ୟ ଅନଲାଇନରେ ଜମା କରାଯାଇଥିଲା ।


ଅଧିକ ପଢ଼ନ୍ତୁ:-ଦିଲ୍ଲୀରେ ସେଞ୍ଚୁରୀ ମାରିଲା ପେଟ୍ରୋଲ, ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍


ଏହି ଉପାୟରେ କରାଯାଇପାରିବ କ୍ଲେମ୍ 


ନିର୍ଦ୍ଦିଷ୍ଟ ମୋଡ୍ ବ୍ୟତୀତ ସଂପୃକ୍ତ କର୍ମଚାରୀ ସ୍ୱ-ପ୍ରମାଣପତ୍ର ମାଧ୍ୟମରେ କିମ୍ବା ରେଜଲ୍ଟ, ରିପୋର୍ଟ କାର୍ଡ କିମ୍ବା ଇ-ମେଲ୍ କିମ୍ବା SMS ର ପ୍ରିଣ୍ଟଆଉଟ୍ ମାଧ୍ୟମରେ ଏହି କ୍ଲେମ୍ କରାଯାଇପାରିବ । ଏହି ରିହାତି କେବଳ ମାର୍ଚ୍ଚ, ୨୦୨୦ ଓ ମାର୍ଚ୍ଚ ୨୦୨୧ ଶେଷ ହେବାକୁ ଥିବା ଶିକ୍ଷାବର୍ଷ ପାଇଁ ପ୍ରଯୁଜ୍ୟ ହେବ ।


ଅଧିକ ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୯୦୦ରୁ ଉର୍ଦ୍ଧ୍ୱ ଲୋକ


ସମାଧାନ ହୋଇଥିବା କ୍ଲେମଗୁଡିକ ପୁନଃ ଖୋଲା ନଯାଉ


DoPT ଏହା ମଧ୍ୟ କହିଛି ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସପକ୍ଷରେ ପୂର୍ବରୁ ସମାଧାନ ହୋଇସାରିଥିବା CEA ଦାବିଗୁଡିକର ମାମଲା ଖୋଲିବାର କୌଣସି ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ପିଲାମାନଙ୍କର ବିଦ୍ୟାଳୟ ଏବଂ ହଷ୍ଟେଲ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ କରିବା ପାଇଁ CEA ପ୍ରଦାନ କରିଥାଏ । କର୍ମଚାରୀମାନଙ୍କୁ ମାସିକ ୨୨୫୦ ଟଙ୍କା ହାରରେ CEA ଦିଆଯିବା ଉଚିତ ବୋଲି ସପ୍ତମ ବେତନ ଆୟୋଗ ସୁପାରିଶ କରିଥିଲା ।