ସେନାର ଖର୍ଚ୍ଚ ହ୍ରାସ କରିବାକୁ ଯୋଜନା କରୁଛନ୍ତି ମୋଦି ସରକାର, ନୂଆ ପ୍ରସ୍ତାବକୁ ନେଇ ସୃଷ୍ଟି ହେଲା ଆଲୋଡ଼ନ
ଏହି ପ୍ରସ୍ତାବରେ ଜାନୁୟାରୀ ୧୫ (ସ୍ଥଳ ସେନା ଦିବସ)କୁ ହେବାକୁ ଥିବା ଆର୍ମି ଡେ ସମାରୋହକୁ ବନ୍ଦ କରିବା, ଅକ୍ଟୋବର ୯ରେ ଅନୁଷ୍ଠିତ ହେବାକୁ ଥିବା ଅଲଗା ଅଲଗା ରେଜିମେଣ୍ଟର ପରେଡ ବନ୍ଦ କରିବା, ସୈନ୍ୟ ଅଧିକାରୀଙ୍କ ପାଇଁ ବ୍ୟକ୍ତିଗତ ମେସ୍ ବନ୍ଦ କରିବା ଏବଂ ପିସ୍ ଷ୍ଟେସନ ୟୁନିଟ୍ସରେ ସିଏସଡି କ୍ୟାଣ୍ଟିନ ବନ୍ଦ କରିବା ପରି ପ୍ରସ୍ତାବ ଦିଆଯାଇଛି ।
ନୂଆଦିଲ୍ଲୀ: ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ଭାରତୀୟ ସେନାରେ ହୋଇଥିବା ପ୍ରମୁଖ ପରିବର୍ତ୍ତନ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ, ଭାରତ ସରକାର ସେନାର 'ଖର୍ଚ୍ଚ ହ୍ରାସ' ଏବଂ 'ସମ୍ବଳର ଉତ୍ତମ ବ୍ୟବହାର' ପାଇଁ ଅନେକ ପରିବର୍ତ୍ତନ ପ୍ରସ୍ତାବ ଦେଇଛନ୍ତି । ଖବରକାଗଜରେ କୁହାଯାଇଛି ଯେ ଏହା ସେନାରେ ଆଲୋଡ଼ନ ସୃଷ୍ଟି କରିଛି ।
ଏହି ପ୍ରସ୍ତାବରେ ଜାନୁୟାରୀ ୧୫ (ସ୍ଥଳ ସେନା ଦିବସ)କୁ ହେବାକୁ ଥିବା ଆର୍ମି ଡେ ସମାରୋହକୁ ବନ୍ଦ କରିବା, ଅକ୍ଟୋବର ୯ରେ ଅନୁଷ୍ଠିତ ହେବାକୁ ଥିବା ଅଲଗା ଅଲଗା ରେଜିମେଣ୍ଟର ପରେଡ ବନ୍ଦ କରିବା, ସୈନ୍ୟ ଅଧିକାରୀଙ୍କ ପାଇଁ ବ୍ୟକ୍ତିଗତ ମେସ୍ ବନ୍ଦ କରିବା ଏବଂ ପିସ୍ ଷ୍ଟେସନ ୟୁନିଟ୍ସରେ ସିଏସଡି କ୍ୟାଣ୍ଟିନ ବନ୍ଦ କରିବା ପରି ପ୍ରସ୍ତାବ ଦିଆଯାଇଛି ।
ଅଧିକ ପଢ଼ନ୍ତୁ:-କୋରୋନା ଟୀକାକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ପିଏମ ମୋଦି
ଏହି ପରାମର୍ଶଗୁଡ଼ିକ ସେନାର ଆଭ୍ୟନ୍ତରୀଣ ବ୍ୟବସ୍ଥାର ସମୀକ୍ଷା ପରେ ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟର ଅଂଶ ଅଟେ । ଏହି ରିପୋର୍ଟର ଶୀର୍ଷକ ରହିଛି: ମାନବ ଶକ୍ତି ଏବଂ ସମ୍ବଳର ଅପ୍ଟିମାଇଜେସନ୍: ସେନାରେ ଅଭ୍ୟାସ ଏବଂ ସୁବିଧାଗୁଡ଼ିକର ସମୀକ୍ଷା ।
ଅଧିକ ପଢ଼ନ୍ତୁ:-ପାକିସ୍ତାନରେ ପୁଣି ଭୟଙ୍କର ରୂପ ଧାରଣ କରୁଛି କୋରୋନା, ଚେତାବନୀ ଜାରି କଲା ସରକାର
ଖବରକାଗଜରେ କୁହାଯାଇଛି ଯେ ଏହି ରିପୋର୍ଟକୁ ସେନାର ମୁଖ୍ୟ ମୁଖ୍ୟାଳୟ ଏବଂ ବୋର୍ଡକୁ ପଠାଯାଇଛି । ପ୍ରସ୍ତାବରେ ଗଣତନ୍ତ୍ର ଦିବସ ଓ ବିଟିଂ ରିଟ୍ରିଟ ସେରିମନିରେ ବ୍ୟବହୃତ ସେନା ବ୍ୟାଣ୍ଡ, ପାଇପ୍ ଏବଂ ଡ୍ରମ୍ ସଂଖ୍ୟା ୩୦ ରୁ ୧୮ କୁ ହ୍ରାସ କରିବାକୁ ଏହି ପ୍ରସ୍ତାବରେ କୁହାଯାଇଛି । ଏହି ପ୍ରସ୍ତାବରେ କୁହାଯାଇଛି ଯେ ବିଜୟ ଦିବସ ଏବଂ କାର୍ଗିଲ ବିଜୟ ଦିବସରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡିକ ସର୍ବନିମ୍ନ ସ୍ତରରେ ଆୟୋଜିତ କରାଯାଉ ।