ଭାରତୀୟ ଡ୍ରାଇଭିଂ ଲାଇସେନ୍ସକୁ ନେଇ ବହୁତ ବଡ଼ ଖବର ଦେଲେ ସରକାର !
International Driving Permit: ସୂଚନାଯୋଗ୍ୟ, ଯଦି ଆପଣ ବିଦେଶୀ ଭ୍ରମଣ ପାଇଁ ଯିବାକୁ ଚାହୁଁଛନ୍ତି ଏବଂ ସେଠାରେ ଗାଡି ଚଳାଇବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ଏକ ଅନ୍ତର୍ଜାତୀୟ ଡ୍ରାଇଭିଂ ଲାଇସେନ୍ସ (DL) ର ଆବଶ୍ୟକତା ହେବ ।
ନୂଆଦିଲ୍ଲୀ: ବିଭିନ୍ନ ସାର୍ବଜନୀନ ଅଭିଯୋଗ ମାଧ୍ୟମରେ ଭାରତ ସରକାର ଜାଣିବାକୁ ପାଇଛନ୍ତି ଯେ, ଅନେକ ଦେଶ ଭାରତୀୟ ନାଗରିକଙ୍କୁ ଦିଆଯାଇଥିବା ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ (International Driving Permit) କୁ ଗ୍ରହଣ କରୁନାହାଁନ୍ତି । ଏହି ସୂଚନା ANI ଦ୍ୱାରା ଟ୍ୱିଟରରେ ଦିଆଯାଇଛି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସେମାନଙ୍କ ଦ୍ୱାରା ଜାରି କରାଯାଇଥିବା ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ୍ (IDP) ର ପ୍ରଥମ ପୃଷ୍ଠାକୁ ଷ୍ଟାମ୍ପ୍ କରିବାକୁ ପରାମର୍ଶ ଦେଇଛି ।
ସୂଚନାଯୋଗ୍ୟ, ଯଦି ଆପଣ ବିଦେଶୀ ଭ୍ରମଣ ପାଇଁ ଯିବାକୁ ଚାହୁଁଛନ୍ତି ଏବଂ ସେଠାରେ ଗାଡି ଚଳାଇବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ଏକ ଅନ୍ତର୍ଜାତୀୟ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ହେବ । କିନ୍ତୁ ଏପରି କିଛି ଦେଶ ଅଛି ଯେଉଁଠାରେ ଗାଡି ଚଳାଇବା ପାଇଁ ଆପଣଙ୍କୁ ଅନ୍ତର୍ଜାତୀୟ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ନାହିଁ ।
ଅଧିକ ପଢ଼ନ୍ତୁ:-ଚୀନ୍ ବିରୋଧରେ ପ୍ରସ୍ତୁତ ଭାରତର 'ବ୍ରହ୍ମାସ୍ତ୍ର', ଚାହିଁଲେ ବି ଶତ୍ରୁ କରିପାରିବ ନାହିଁ ଆକ୍ରମଣ
ଆସନ୍ତୁ ଜାଣିବା କେଉଁ ଦେଶଗୁଡ଼ିକରେ ଭାରତର ଲାଇସେନ୍ସ କାର୍ଯ୍ୟ କରେ ଓ କ'ଣ ରହିଛି ସର୍ତ୍ତ:-
1. ବ୍ରିଟେନ
ବ୍ରିଟେନରେ ଭାରତୀୟ ଘରୋଇ ଡ୍ରାଇଭିଂ ଲାଇସେନ୍ସ ଗୋଟିଏ ବର୍ଷ ପାଇଁ ବୈଧ ଅଟେ । ଏଠାରେ ଆପଣ ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଇଂଲଣ୍ଡର ରାସ୍ତାରେ ଡ୍ରାଇଭିଂ କରିପାରିବେ । କିନ୍ତୁ ଆପଣ ପ୍ରତ୍ୟେକ ପ୍ରକାରର ଯାନ ଚଲାଇ ପାରିବେ ନାହିଁ । ଏଥିପାଇଁ କିଛି ପ୍ରତିବନ୍ଧକ ରହିଛି ।
2. ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆରେ ଭାରତୀୟମାନେ ଅଧ୍ୟୟନ, ଚାକିରି କିମ୍ବା ବୁଲିବା ପାଇଁ ବହୁ ପରିମାଣରେ ଯାଆନ୍ତି । କୁଇନ୍ସଲ୍ୟାଣ୍ଡର ନ୍ୟୁ ସାଉଥ ୱେଲ୍ସରେ ଭାରତୀୟ DL କୁ ତିନିମାସ ପାଇଁ ବ୍ୟବହାର କରାଯାଇପାରିବ । କିନ୍ତୁ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ଇଂରାଜୀରେ ହେବା ଉଚିତ୍ । ଏହାସହ ଗାଡି ଚଳାଇବା ପାଇଁ ଅନୁମତି ମଧ୍ୟ ରହିବା ଆବଶ୍ୟକ ।
3. ନ୍ୟୁଜିଲ୍ୟାଣ୍ଡ
ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ବୈଧ ଅଟେ । କିନ୍ତୁ ଏହା ଇଂରାଜୀରେ ହେବା ଜରୁରୀ । ଯଦି ଏହା ଇଂରାଜୀରେ ନାହିଁ, ତେବେ ଏହାକୁ ନ୍ୟୁଜିଲ୍ୟାଣ୍ଡର କୌଣସି ବୈଧ ଭାଷାରେ ଅନୁବାଦ କରିବାକୁ ଆବଶ୍ୟକ । ଆହୁରି ମଧ୍ୟ ନ୍ୟୁଜିଲ୍ୟାଣ୍ଡରେ କେବଳ ୨୧ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଗାଡି ଚଳାଇ ପାରିବେ ।
4. ଫ୍ରାନ୍ସ
ଫ୍ରାନ୍ସରେ ଭାରତୀୟ DL ରୁ ଡ୍ରାଇଭିଂ କରାଯାଇପାରିବ । କିନ୍ତୁ ଏହା ସେଠାକାର ଭାଷାରେ ହେବା ଜରୁରୀ । ଏହା ସେଠାରେ ୧ ବର୍ଷ ପାଇଁ ବୈଧ ରହିଥାଏ ।
ଅଧିକ ପଢ଼ନ୍ତୁ:-ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର !
5. ନରୱେ
ନରୱେରେ ଭାରତୀୟ DL ରୁ ୩ ମାସ ପାଇଁ ଡ୍ରାଇଭିଂ କରାଯାଇପାରିବ ।