ନୂଆଦିଲ୍ଲୀ: ବିଶ୍ୱର ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଭାରତ ପାଖରେ ଥିବା ଅତ୍ୟାଧୁନିକ ହତିଆର ସହ ଭାରତର ରଣନୀତି ସାରା ବିଶ୍ୱରେ ବେଶ ଚର୍ଚ୍ଚିତ। କୌଣସି ଦେଶକୁ ତାହାର ସେନାର ଅତ୍ୟାଧୁନିକ ହତିଆର ହିଁ ଶକ୍ତି ପ୍ରଦାନ କରିଥାଏ। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳିଛି ଯେ, ସରକାରଙ୍କୁ ଭାରତୀୟ ସେନା ଯେବେ ବି ଅତ୍ୟାବଶ୍ୟକୀୟ ହତିଆର ମାଗିଥାଏ ତାହା ସମୟରେ ମିଳିନଥାଏ। କିନ୍ତୁ ମୋଦି ସରକାର ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଯାହାଦ୍ୱାରା ସେନାକୁ ଆଉ ହତିଆର ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ।


COMMERCIAL BREAK
SCROLL TO CONTINUE READING

ଅସ୍ତ୍ରଶସ୍ତ୍ର କିଣିବାକୁ ଆସିଥିବା ପ୍ରସ୍ତବର ଫାଇଲ ଗୁଡ଼ିକ ବର୍ଷ ବର୍ଷ ଧକି ପ୍ରତିରକ୍ଷା ମନ୍ତ୍ରାଳୟର ଟ୍ରେଜେରୀରେ ପଡ଼ି ରହିଥାଏ। ଟଙ୍କା ଅନୁମୋଦନ ଠାରୁ ଆରମ୍ଭ କରି ଅସ୍ତ୍ର କ୍ରୟ ଭିତରେ ଅନେକ ପ୍ରକ୍ରିୟା ରହିଛି। ଆଉ ଏହି ପ୍ରକ୍ରିୟା ମଧ୍ୟରେ ପ୍ରାୟ ୪ରୁ ୫ ବର୍ଷ ସମୟ ଲାଗିଯାଇଥାଏ। କେବଳ ଏତିକି ନୁହେଁ କିଛି ବଡ ବଡ଼ ଡିଲରେ ୧୦ରୁ ୧୨ ବର୍ଷ ମଧ୍ୟ ସମୟ ଲାଗିଯାଇଥାଏ। ଯାହା ଫଳରେ ଆଜିର ଆଧୁନିକ ହତିଆର ଆମ ସେନାର ଯବାନଙ୍କ ନିକଟରେ ପହଞ୍ଚିଲା ବେଳକୁ ପୁରୁଣା ହୋଇଯାଇଥାଏ। ତେବେ ଶତ୍ରୁ ନିକଟରେ ଥିବା ଅତ୍ୟାଧୁନିକ ହତିଆର ଆମ ଯବାନମାନଙ୍କ ମୋନବଳକୁ ଦୁର୍ବଳ କରିଦେଇଥାଏ। 


Also Read: Imran Khan may arrest: ଇମ୍ରାନ ଖାନଙ୍କୁ ଗିରଫ ପାଇଁ ପ୍ରସ୍ତୁତ କମାଣ୍ଡୋ, କଠୋର ହେଲା ଗଣମାଧ୍ୟମ


ଏହି ସମସ୍ୟାର ସମାଧା କରିବା ସହ ଭାରତୀୟ ସେନାର ମୋନବଳ ବଢାଇବାକୁ ମୋଦି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଡିଫେନ୍ସ ଆକାଉଜିସନ କାଉନସିଲ ଅନ୍ତର୍ଗତ ଡିଫେନ୍ସ ଆକାଉଜିସନ ପ୍ରୋସିଜିଓରରେ ପରିବର୍ତ୍ତନ କରାଯାଇଛି। ଏଥିରେ ଭାରତୀୟ ସେନାକୁ କିଛି କ୍ଷମତା ପ୍ରଦାନ କରାଯାଇଛି। ଜରୁରୀକାଳିନ ପରିସ୍ଥିତିରେ ସେନା ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ହତିଆର କିଣିପାରିବ। ଏଥିପାଇଁ ମିନିଷ୍ଚଟି ଡିଫେନ୍ସର କ୍ଲିୟରାନ୍ସ ଆବଶ୍ୟକତା ନାହିଁ। ସେନା ଚାହିଁଲେ ସିଧାସଳଖ ହତିଆର ନିର୍ମାଣ କରୁଥିବା କମ୍ପାନୀ ସହ ଡିଲ୍ କରିପାରିବ। ୩୦୦ କୋଟି ଏକ ଛୋଟ ବଜେଟ୍ କିନ୍ତୁ ଏହା କିଛିଟା ମାତ୍ରାରେ ସଠିକ ସମୟ ସେନାର ଆବଶ୍ୟକତାକୁ ପୂରଣ କରିପାରିବ।


ତେବେ ଏହା ପ୍ରଥମ ନୁହଁ, ସର୍ବପ୍ରଥମେ ୨୦୧୬ ମସିହାରେ ସେନାକୁ ଫ୍ରିହ୍ୟାଣ୍ଡ ଛଡା ଯାଇଥିଲା। ଫଳରେ ଭାରତୀୟ ସେନା ମାତ୍ର ତିନିମାସ ମଧ୍ୟରେ ଅତ୍ୟାଧୁନିକ ହତିଆର ପାଇ ପାରୁଥିଲା। ଉରି ଘଟଣା ପରେ ସେନାକୁ ହତିଆର କିଣିବାର କ୍ଷମତା ଦିଆଯାଇଥିଲା। ଯାହା ପରେ ପାକିସ୍ତାନ ଭିତରେ ସର୍ଜିକାଲ ଷ୍ଟ୍ରାଇକ କରିବାରେ ଭାରତୀୟ ସେନା ସଫଳତା ହାସଲ କରିଥିଲା। ସେହିପରି ୨୦୨୦ର ଗଲୱାନ ଘାଟି ସଂଘର୍ଷ ପରେ ସୀମାରେ ଚୀନର ଉତ୍ପାତ କମିଯାଇଛି। 


Also Read: Life sentenced for 375 years: ପୋଲିସକୁ ହତ୍ୟା କଲା ବୋଲି ୩୭୫ ବର୍ଷ କାରାଦଣ୍ତାଦେଶ ଦେଲେ କୋର୍


ପୁଣିଥରେ ଭାରତୀୟ ସେନାକୁ ହତିଆର କିଣିବାର କ୍ଷମତା ଦେଇ ଯବାନଙ୍କ ଆତ୍ମବିଶ୍ୱାସକୁ ମୋଦି ସରକାର ବଢାଇଦେଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଭାରତର ପଡୋଶୀ ଦେଶ ଗୁଡିକରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ଯେକୌଣସି ପରିସ୍ଥିତିରେ ଚୀନ ଓ ତାଇୱାନ ମଧ୍ୟରେ ଲଢେଇ ଆରମ୍ଭ ହୋଇପାରେ। ଏଥିପାଇଁ ଭାରତ ମଧ୍ୟ ନିଜକୁ ପ୍ରସ୍ତୁତ ରଖିବାକୁ ମନସ୍ଥ କରିଛି। ଆଉ ମୋଦି ସରକାର ଯେଉଁ ଉଦ୍ଦେଶ୍ୟରେ ଡିଫେନ୍ସ ଆକାଉଜିସନ ପ୍ରୋସିଜିଓରରେ ପରିବର୍ତ୍ତନ ଆଣିଛନ୍ତି, ତାହା ନିହାତି ଭାବେ ସଫଳ ହେବ ବୋଲି ଆଶା କରାଯାଉଛି।