Imran Khan may arrest: ଇମ୍ରାନ ଖାନଙ୍କୁ ଗିରଫ ପାଇଁ ପ୍ରସ୍ତୁତ କମାଣ୍ଡୋ, କଠୋର ହେଲା ଗଣମାଧ୍ୟମ
Advertisement
Article Detail0/zeeodisha/odisha1313030

Imran Khan may arrest: ଇମ୍ରାନ ଖାନଙ୍କୁ ଗିରଫ ପାଇଁ ପ୍ରସ୍ତୁତ କମାଣ୍ଡୋ, କଠୋର ହେଲା ଗଣମାଧ୍ୟମ

ଶନିବାର ଇସ୍ଲାମାବାଦ୍ ରାଲିରେ ସାର୍ବଜନିକ ଭାଷଣରେ ଇମ୍ରାନ ଖାନ, ବରିଷ୍ଠ ପୋଲିସ ଅଧିକାରୀ, ଜଣେ ମହିଳା ନ୍ୟାୟାଧୀଶ, ରାଜ୍ୟ ସରକାରଙ୍କ ସଂସ୍ଥା ଓ ସରକାରୀ କର୍ମଚାରୀଙ୍କୁ ଧମକ ଦେଇଥିବା ନେଇ ଏତଲା ଦିଆଯାଇଛି। ଆତଙ୍କବାଦୀ ନିରୋଧି ଆଇନର ଦଫାରେ ମାମଲା ରୁଜୁ ହୋଇଛି। 

ଫାଇଲ ଫଟୋ

Imran Khan may arrest, ଇସ୍ଲାମାବାଦ: ଖୁବଶୀଘ୍ର ଗିରଫ ହୋଇ ପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଆତଙ୍କବାଦ ନିରୋଧି ଆଇନର ଏକାଧିକ ଦଫାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସର୍ବସାଧାରଣରେ ଇମ୍ରାନ ଖାନ ପୋଲିସ ଅଧିକାରୀ ଓ ବିଚାରପତିଙ୍କୁ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଇସ୍ଲାମାବାଦର ଏଫ୍-୯ ପାର୍କରେ ଦେଇଥିବା ଭାଷଣରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଖୋଲା ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।

ଶନିବାର ଇସ୍ଲାମାବାଦ୍ ରାଲିରେ ସାର୍ବଜନିକ ଭାଷଣରେ ଇମ୍ରାନ ଖାନ, ବରିଷ୍ଠ ପୋଲିସ ଅଧିକାରୀ, ଜଣେ ମହିଳା ନ୍ୟାୟାଧୀଶ, ରାଜ୍ୟ ସରକାରଙ୍କ ସଂସ୍ଥା ଓ ସରକାରୀ କର୍ମଚାରୀଙ୍କୁ ଧମକ ଦେଇଥିବା ନେଇ ଏତଲା ଦିଆଯାଇଛି। ଆତଙ୍କବାଦୀ ନିରୋଧି ଆଇନର ଦଫାରେ ମାମଲା ରୁଜୁ ହୋଇଛି। ଚିଫ୍ ଅଫ ଷ୍ଟାଫ୍ ଶାହବାଜ ଗିଲଙ୍କ ଦରିଫଦାରୀ ଓ ପୋଲିସ ତାଙ୍କୁ ଶାରୀରିକ ଏବଂ ଯୌନ ଶୋଷଣର ଅଭିଯୋଗ ଆଣି ଇମ୍ରାନ ଖାନ ନିଜ ଭାଷଣରେ ଆକ୍ରାମକତା ଦେଖାଇଥିଲେ। ବିଶେଷ କରି ସେ ଆଇଜିପି ଓ ପୋଲିସ ଡିଆଇଜିଙ୍କୁ ପରିମାଣ ଭୋଗିବାର ଧମକ ଦେଇଥିଲେ। 

Also Read: Nitish Kumar Convoy Attacked: ପାଟନାରେ ସିଏମ୍ ନୀତିଶ କୁମାରଙ୍କ କନଭୟ ଉପରେ ପଥରମାଡ

ଇମ୍ରାନ ଖାନ କହିଥିଲେ ଯେ, ପୋଲିସ ଆଇଜି ଓ ଡିଆଇଜିଙ୍କୁ ଆମେ ଛାଡିବୁ ନାହିଁ। ଏହା ବ୍ୟତୀତ ପିଟିଆଇ ସହ ନ୍ୟାୟଧୀଶ ଜେବା ଚୌଧୁରୀ ପକ୍ଷପାତିତା କରୁଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ନ୍ୟାୟଧୀଶ ଜେବା ଚୌଧୁରୀ ହିଁ ଶାହବାଜ ଗିଲଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ପଠାଇବା ସହ ତାଙ୍କୁ ରାୱଲପିଣ୍ଡିସ୍ଥିତ ଆଦିୟାଲା ଜେଲକୁ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ମହିଳା ଜଜଙ୍କୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଇମ୍ରାନ ଧମକ ଦେଇଥିଲେ। ଏହି ବୟାନ ପାଇଁ ଇମ୍ରାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ପାକିସ୍ତାନର କେନ୍ଦ୍ର ମନ୍ତ୍ରୀ ରାଣା ସନାଓଲ୍ଲାହ ଏହି ମାମଲାରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନ୍ୟାୟପାଳିକା ଓ ପୋଲିସକୁ ଧମକ ଦେବାପାଇଁ ଇମ୍ରାନ ଖାନ ଜବାବଦେହୀ ରହିବେ। ଆଇନ ଅନୁସାରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରୀ ସୁତ୍ରାନୁସାରେ, ଇମ୍ରାନ ଖାନଙ୍କୁ ଗିରଫ କରିବାପାଇଁ ଏକ କମାଣ୍ଡୋ ଟିମ୍ ପ୍ରସ୍ତୁତ ହେଉଛନ୍ତି। ଯେକୌଣସି ମୁହୂର୍ତ୍ତରେ ମଧ୍ୟ ତାଙ୍କୁ ଗିରଫ କରାଯାଇପାରେ।

Also Read: Europe Drought: ୫ଶହ ବର୍ଷର ରେକର୍ଡ ଭାଙ୍ଗିଲା ୟୁରୋପର ମରୁଡ଼ି, ମହାମାରୀକୁ ବଳିଯିବ ଏହି ସଂକଟ

ଅନ୍ୟପଟେ ଇମ୍ରାନଙ୍କ ଉପରେ ପାକିସ୍ତାନ ଗଣମାଧ୍ୟମ ପ୍ରାଧିକରଣ ସଂସ୍ଥା PEMRA ମଧ୍ୟ ପ୍ରତିବନ୍ଧକ ଲଗାଇଛି। ଇମ୍ରାନ ଖାନଙ୍କ ବିବାଦୀୟ ଭାଷଣକୁ ପ୍ରସାରଣ ନ କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଇମ୍ରାନ ଖାନଙ୍କ ସମର୍ଥନରେ ପିଟିଆଇ କର୍ମୀମାନେ ରାସ୍ତକୁ ଓଲ୍ଲାଇଛନ୍ତି। 

 

Also Read: ମିଜୋରାମ CM ଙ୍କ ଝିଅ ଡାକ୍ତରଙ୍କୁ ମାରିଲେ ଚାପୁଡ଼ା, କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ: Video