Court summons Jacqueline Fernandez: ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ (Sukesh Chandrasekhar) ସହିତ ଜଡ଼ିତ ଅର୍ଥ ହେରଫେର (Money laundering) ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି ବଲିଉଡ଼ର (Bollywood) ନାଁ କରା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ। ହୋଇଥିବା ଅର୍ଥହେରଫେର ମାମଲାରେ ହୋଇଥିବା ଚାର୍ଜସିଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ (Jacqueline Fernandez) ନାଁ ଉଲ୍ଲେଖ କରିଛି ତଦନ୍ତକାରୀ ସଂସ୍ଥା (Enforcement Directorate)। ସେପଟେ ଏହି ଚାର୍ଜସିଟକୁ ଗ୍ରହଣ କରିଛନ୍ତି ମାନ୍ୟବର କୋର୍ଟ। ଆସନ୍ତା ୨୬ ତାରିଖରେ କୋର୍ଟରେ ହାଜର ହେବାକୁ ସମନ ମଧ୍ୟ ଜାରି ହୋଇଥିବା ସୂଚନା ରହିଛି। ଏହା ସହିତ ଜ୍ୟାକଲିନଙ୍କ ଓକିଲଙ୍କୁ ଏକ ନକଲ ମଧ୍ୟ ପ୍ରଦାନ କରିବାକୁ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨ଟି ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିସାରିଛନ୍ତି। ଏହି ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ ସମେତ ସମସ୍ତ ଅଭିଯୁକ୍ତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ। ଏଥି ସହ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏକ ଫିଲ୍ମର ସୁଟିଂ ପାଇଁ ପୋଲାଣ୍ଡ ଯିବାକୁ କୋର୍ଟଙ୍କ ଅନୁମତି ମାଗିଥିଲେ ଯାହାକୁ କୋର୍ଟ ଖାରଜ କରିଦେଇଥିଲେ।


ଏହାପୂର୍ବରୁ ଇଡି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମ୍ପତ୍ତି ୭ କୋଟି ୨୭ ଲକ୍ଷ ଟଙ୍କା ସଂଲଗ୍ନ କରି ଏହି ମାମଲାରେ ତାଙ୍କୁ ଅଭିଯୁକ୍ତ କରିଥିଲା। ଏହା ବ୍ୟତୀତ ମହାଠକ ସୁକେଶ ଜ୍ୟାକଲିନଙ୍କୁ ବହୁମୂଲ୍ୟ ଉପହାର ଏବଂ ନଗଦ ୭.୭ କୋଟି ଟଙ୍କା ଦେଇଥିବା ଅଭିଯୋଗ ହୋଇଛି।


ଇଡି ଏକ ବିବୃତ୍ତିରେ କହିଛି ଯେ ତଦନ୍ତ ବେଳେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ପାଖାପାଖି ୫.୭୧ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଛନ୍ତି। ଏହି ସବୁ ଉପହାର କଳା ବ୍ୟବସାୟରୁ ଅର୍ଜିତ ଅର୍ଥରେ କିଣାଯାଇଥିଲା। ସୁକେଶ ଚନ୍ଦ୍ରଶେଖର ତାଙ୍କର ଦୀର୍ଘ ଦିନର ସହଯୋଗୀଙ୍କ ମାଧ୍ୟମରେ ଏହି ଉପହାର ଦେଇଥିଲେ ଏବଂ ପିଙ୍କି ଇରାନୀଙ୍କ ସାହାଯ୍ୟରେ ଏହି ଉପହାର ସବୁ ପ୍ରଦାନ କରିଥିଲେ। ଅନ୍ତର୍ଜାତୀୟ ହାୱାଲା ଅପରେଟର ଅବତାର ସିଂ କୋଚରଙ୍କ ଜରିଆରେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ପରିବାର ସଦସ୍ୟଙ୍କୁ ୧,୭୨,୯୧୩ ଡଲାର ଏବଂ ୨,୬୭,୪୦ ଡଲାର ଦେଇଥିଲେ।


ସୂଚନାଯୋଗ୍ୟ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ୨୦୦ କୋଟିରୁ ଅଧିକ ଟଙ୍କା ଚୋରି ଅଭିଯୋଗ ହୋଇଛି। ଯେତେବେଳେ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ​​ଯେ ସୁକେଶ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଅନେକ ମହଙ୍ଗା ଉପହାର ମଧ୍ୟ ଦେଇଛନ୍ତି। ଏହା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଛି। ଏହା ପରେ ଇଡି ଚାର୍ଜସିଟ୍ ଦାଖଲ କରିଥିଲା। 


ଚାର୍ଜସିଟ୍ ଅନୁଯାୟୀ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଡିସେମ୍ବର ୨୦୨୦ରୁ ଜାନୁୟାରୀ ୨୦୨୧ ମଧ୍ୟରେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ସୁକେଶଙ୍କ ଡାକରାକୁ ଗ୍ରହଣ କରିନଥିଲେ। ଚାର୍ଜସିଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ସୁକେଶ ଚନ୍ଦ୍ରଶେଖରଙ୍କ ସହଯୋଗୀ ପିଙ୍କି ଇରାନୀ ତାଙ୍କୁ ଜ୍ୟାକଲିନଙ୍କୁ ଭେଟିଛନ୍ତି। ସୁକେଶ ତାଙ୍କ ସହଯୋଗୀ ପିଙ୍କି ମାଧ୍ୟମରେ ଜ୍ୟାକଲିନଙ୍କୁ ମହଙ୍ଗା ଉପହାର ପଠାଉଥିଲେ।