ନୂଆଦିଲ୍ଲୀ: Moscow Meet: ଆଫଗାନିସ୍ତାନ (Afghanistan) ରେ ତାଲିବାନ ଶାସନ (Taliban Rule) କୁ ନେଇ ସାରା ବିଶ୍ୱରେ ଚିନ୍ତା ରହିଛି । ଯଦିଓ ତାଲିବାନ (Taliban) ନିଜର କିଛି ପଦକ୍ଷେପ ମାଧ୍ୟମରେ ଏକ ନରମ ଆଭିମୁଖ୍ୟ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛି, ତଥାପି ଏଥିରେ ସନ୍ଦେହ ରହିଛି । ଏହି କ୍ରମରେ ଆଜି ଅର୍ଥାତ ଅକ୍ଟୋବର ୨୦ରେ ଆଫଗାନିସ୍ତାନକୁ ନେଇ ଋଷ (Russia) ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ  ଋଷର ବୈଦେଶିକ ମନ୍ତ୍ରଣାଳୟ (Russian Foreign Ministry) ଘୋଷଣା କରିଥିଲା ଯେ ଅକ୍ଟୋବର ୨୦ରେ  ତାଲିବାନ ସହ ୧୦ଟି ଦେଶର ବୈଠକ ହେବ । ଏହି ଦେଶଗୁଡ଼ିକରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହି ବୈଠକରେ ଆଫଗାନିସ୍ତାନର ଭବିଷ୍ୟତ ଓ ମିଳିତ ସରକାର ଉପରେ ଆଲୋଚନା ହେବ ।


COMMERCIAL BREAK
SCROLL TO CONTINUE READING

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ତାଲିବାନ (Taliban) ର ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା ପରେ ଏହି ବୈଠକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ତାଲିବାନକୁ ନା କେବଳ ଆଫଗାନିସ୍ତାନ (Afghanistan) ର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦୁନିଆର ଦେଶଗୁଡିକର ସ୍ୱୀକୃତି ଆବଶ୍ୟକ କରୁଛି, ବରଂ ତାକୁ ଆର୍ଥିକ ସହାୟତାର ମଧ୍ୟ ଆବଶ୍ୟକତା ରହିଛି । ଆଜି (ବୁଧବାର) ର ବୈଠକରେ ଋଷ (Russia), ଭାରତ (India), ଚୀନ (China), ପାକିସ୍ତାନ (Pakistan), ଇରାନ (Iran) ଏବଂ ମଧ୍ୟ ଏସୀୟ ଦେଶ (Central Asian countries) ତାଲିବାନ (Taliban) ସହ ଆଲୋଚନା କରିବେ । ବୈଠକ ପରେ ମିଳିତ ବୟାନ ମଧ୍ୟ ଜାରି କରାଯିବ । ଆମେରିକା (America) ମଧ୍ୟ ଏହି ବୈଠକରେ ଯୋଗଦେବାର ଥିଲା କିନ୍ତୁ ସେ ବର୍ତ୍ତମାନ ଅଂଶଗ୍ରହଣ କରିପାରିବ ନାହିଁ । ଆମେରିକାର ବୈଦେଶିକ ବିଭାଗ (US State Department) କହିଛି ଯେ ସେ ଭବିଷ୍ୟତରେ ଏହି ଫୋରମର ବୈଠକରେ ଯୋଗଦେବ ।


ଅଧିକ ପଢ଼ନ୍ତୁ:-ଏଣିକି ଋଷ ସହ ହାତ ମିଳାଇ ଆଫଗାନିସ୍ତାନରେ ଆମେରିକା କରିବ ପ୍ରହାର; ଏହିପରି ଆତଙ୍କୀଙ୍କ ହେବ ବିନାଶ



ମସ୍କୋ ଫର୍ମାଟ୍ ବୈଠକର ଉଦ୍ଦେଶ୍ୟ 


ତେବେ ଆୟୋଜକ ଦେଶ ଋଷ (Russia) ଅନୁଯାୟୀ, ଏହି ବୈଠକର ମୂଳ ମୁଖ୍ୟ ଉଦ୍ଦେଶ୍ୟ ଆଫଗାନିସ୍ତାନରେ ତାଲିବାନକୁ କ୍ଷମତାକୁ ଫେରିବା ପରେ ସେଠାରେ ପୁନଃନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଓ ମାନବିକ ସହାୟତା ପାଇଁ ସହଯୋଗ ବୃଦ୍ଧି କରିବା ।


ଆଫଗାନିସ୍ତାନର ନ୍ୟୁଜ୍ ଚ୍ୟାନେଲ ଟୋଲୋ ନ୍ୟୁଜ୍ ଅନୁଯାୟୀ ତାଲିବାନ ପ୍ରତିନିଧି ଦଳ ଏହି ବୈଠକରୁ ବହୁତ ଆଶା ରଖିଛି । ସେମାନେ ଅନୁଭବ କରୁଛି ଯେ ଏହି ସମ୍ମିଳନୀ ମାଧ୍ୟମରେ ଅନ୍ୟ ଦେଶ ସହ ରାଜନୈତିକ ଓ ଆର୍ଥିକ ସମ୍ପର୍କ ସୁଦୃଢ଼଼ ହେବ ଓ ବର୍ତ୍ତମାନର ସରକାରର ସ୍ୱୀକୃତି ପାଇଁ ଆଧାର ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।


ଅଧିକ ପଢ଼ନ୍ତୁ:-ତାଲିବାନକୁ ନେଇ ବହୁତ ବଡ଼ ନିଷ୍ପତ୍ତି ନେଲା ଋଷ



ଦ୍ୱିତୀୟ ଥର ପାଇଁ ତାଲିବାନ ସହ ଭାରତର ଆଲୋଚନା


ତାଲିବାନ (Taliban) ସହ ଏହା ଭାରତ (India) ର ଦ୍ୱିତୀୟ ଆଲୋଚନା ହେବ । ଏହାପୂର୍ବରୁ ଅଗଷ୍ଟ ୩୧ରେ ଭାରତ ଓ ତାଲିବାନ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ତାଲିବାନର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଜିର ବୈଠକ ସରକାର ଗଠନ ପରେ ପ୍ରଥମ ଆନୁଷ୍ଠାନିକ ବୈଠକ ହେବ ।



ଏବେ ତାଲିବାନକୁ ମାନ୍ୟତା ଦେବ ନାହିଁ ଋଷ


ବୈଠକ ପୂର୍ବରୁ ଋଷର ବୈଦେଶିକ ମନ୍ତ୍ରୀ ସେର୍ଜଇ ଲାଭ୍ରୋଭ (Russian Foreign Minister Sergei Lavrov) ସ୍ପଷ୍ଟ କରିଛନ୍ତି ଯେ ଋଷ (Russia) ଏବେ ତାଲିବାନ (Russia) କୁ ସ୍ୱୀକୃତି ଦେବ ନାହିଁ । ସେ କହିଛନ୍ତି ଯେ ଇସଲାମିକ ସଂଗଠନ ସରକାର ଗଠନ ଉପରେ ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ କରିନାହିଁ । ଏକ ମିଳିତ ସରକାର ଗଠନ କରିବାର ପ୍ରତିଶ୍ରୁତି ମଧ୍ୟ ସେ ମନେ ପକାଇ ଦେଇଛନ୍ତି ।


ସରକାର ଦୋହା ଟିମକୁ ଅଣଦେଖା କରିଛି


ବାସ୍ତବରେ ମଧ୍ୟବର୍ତ୍ତୀ ତାଲିବାନ ସରକାର (Taliban Government) ରେ ଶାନ୍ତି ଆଲୋଚନା କରିଥିବା ଦୋହା ଟିମକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ଏକ ମିଳିତ ସରକାରର ପ୍ରତିଶ୍ରୁତି ସତ୍ତ୍ୱେ ବାହାର ଲୋକଙ୍କୁ ସ୍ଥାନ ଦିଆଯାଇ ନଥିଲା । ପାକିସ୍ତାନ ଦ୍ୱାରା ଅନୁଦାନ ପ୍ରାପ୍ତ ଆତଙ୍କବାଦୀ ସଂଗଠନ ହକ୍କାନି ଗୋଷ୍ଠୀ (Haqqani group) ର ଲୋକମାନେ କ୍ୟାବିନେଟରେ ଅନେକ ପଦବୀ ଅକ୍ତିଆର କରିଛନ୍ତି । ଏ ସମ୍ପର୍କରେ ତାଲିବାନ ମଧ୍ୟରେ ବିବାଦ ବଢ଼ୁଥିବାର ଖବର ମଧ୍ୟ ଆସିଛି । ଏବେ ଏହା ଦେଖିବାକୁ ପଡ଼ିବ ଯେ ଆଜିର ବୈଠକରେ ଆଫଗାନିସ୍ତାନର ଭବିଷ୍ୟତ ଦିଗ କ’ଣ ସ୍ଥିର ହେଉଛି?


ଏହା ବି ପଢ଼ନ୍ତୁ:-କ୍ୟାପଟେନ ଅମରିନ୍ଦର ଗଢ଼ିବେ ନୂଆ ଦଳ, ବିଜେପି ସହ କରିବେ ମେଣ୍ଟ!


ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା ତୈଳ ଦର, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ପେଟ୍ରୋଲ-ଡିଜେଲର ନୂଆ ରେଟ୍


ଏହା ବି ପଢ଼ନ୍ତୁ:-ଏକ ମାତ୍ର ଭଲ କାମ: ତାଲିବାନ ନେଲା ଏଭଳି ଏକ ପଦକ୍ଷେପ, ଦୁନିଆ କରୁଛି ପ୍ରଶଂସା


ଏହା ବି ପଢ଼ନ୍ତୁ:-ଏହି ଆସନରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!


ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍