Mukesh Ambani Family: ଦେଶର ପ୍ରସିଦ୍ଧ ଉଦ୍ୟୋଗପତି ମୁକେଶ ଅମ୍ବାନୀ ବର୍ତ୍ତମାନ ଭାରି ଖୁସି । କାରଣ ତାଙ୍କ ଘରକୁ ଖୁସି ଖବର ଆଣିଛନ୍ତି ତାଙ୍କ ସୁକନ୍ୟା ଇଶା ଅମ୍ବାନୀ । ବିଶିଷ୍ଟ ଉଦ୍ୟୋଗପତି ପ୍ରଥମେ ଜେଜେ ହୋଇଥିଲେ ଏବେ ଅଜା ହୋଇଛନ୍ତି । ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଏହା ଯାଆଁଳା ଶିଶୁଙ୍କ ମଧ୍ୟରେ ଜଣେ ଶିଶୁକନ୍ୟା ଓ ଶିଶୁପୁତ୍ର ରହିଛନ୍ତି। ଇଶା ଅମ୍ବାନୀ ହେଉଛନ୍ତି ଭେଟେରାନ ବ୍ୟବସାୟୀ ଅଜୟ ପିରାମଲଙ୍କ ବୋହୂ । ଇଶାଙ୍କ ଯାଆଁଳା ଶିଶୁ ହେବା ପରେ ଏମାନଙ୍କ ନାମ କରଣ ମଧ୍ୟ କରାଯାଇଛି। ଶିଶୁକନ୍ୟାର ନାମ ଆଦିଆ ଏବଂ ପୁଅର ନାମ କୃଷ୍ଣା ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ଇଶାଙ୍କ (Isha Ambani) ସହ ଦୁଇ ଶିଶୁ ମଧ୍ୟ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀ ଦେଶର ବିଶିଷ୍ଚ ଶିଳ୍ପପତି ଆନନ୍ଦ ପିରାମଲଙ୍କ (Anand Piramal) ୨୦୧୮ ଡିସେମ୍ବରରେ ବିବାହ କରିଥିଲେ। ଏହି ବିବାହ ରାଜକୀୟ ଢଙ୍ଗରେ ସମ୍ପନ୍ନ କରାଯାଇଥିଲା । ଦୁନିଆର କୋଣ ଅନୁକୋଣରୁ ଅତିଥି ମାନେ ଏହି ବିବାହରେ ସାମିଲ ହୋଇଥିଲେ। ଏହି ଆଲିସାନ ବାହାଘରରେ ପ୍ରାୟ ୧୧୦ କୋଟି ଖର୍ଚ୍ଚ ହୋଇଥିବା ସୂଚନା ରହିଛି। 


Also Read: Inflation 2022: ଜାଣନ୍ତୁ ମୁଦ୍ରାସ୍ଫିତି ଅନୁସାରେ କେଉଁ ରାଜ୍ୟ ଲାଭରେ, କିଏ ସହୁଛି କ୍ଷତି


ମାତ୍ର ୨୩ ବର୍ଷ ବୟସରେ ଇଶା ଏଣ୍ଟ୍ରି କରିଥିଲେ ବିଜିନେସ ଫିଲ୍ଡରେ । ବହୁତ କମ ବୟସରେ ସେ ତାଙ୍କ ପିତା ମୁକେଶ ଅମ୍ବାନୀଙ୍କୁ (Mukesh Ambani) ରିଲାଏନ୍ସ ବ୍ୟବସାୟ (Reliance Business)ପରିଚାଳନାରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ । ଅକ୍ଟୋବର ୨୦୧୪ ରେ ତାଙ୍କୁ ରିଲାଏନ୍ସ ରିଟେଲ (Reliance Retail) ଓ ରିଲାଏନ୍ସ ଜିଓ(Reliance Jio) ବୋର୍ଡରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାନିତ କରାଯାଇଥିଲା । ମୁକେଶ ଅମ୍ବାନୀ ୨୦୨୦ ରେ ଜେଜେ ହୋଇଥିଲେ, ଯେତେବେଳେ ଆକାଶ ଅମ୍ବାନୀଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।


Also Read: Safest cars: ସୁରକ୍ଷା ଦୃଷ୍ଟିରୁ 5Star,୬ ଲକ୍ଷରୁ ଆରମ୍ଭ କାର୍ ର ମୂଲ୍ୟ


ଯଦି ଆମେ ଇଶାଙ୍କ ସମ୍ପତ୍ତି (Isha Ambani Property) ବିଷୟରେ କଥା ହେବା ତେବେ, ଫୋର୍ବସ୍ ଇଶା ଅମ୍ବାନୀଙ୍କ ସମ୍ପତ୍ତିକୁ ୨୦୧୮ ମସିହାରେ ୭୦ ମିଲିୟନ୍ ଡଲାର ଆକଳନ କରିଥିଲା । ରିଲାଏନ୍ସ ଗ୍ରୁପରେ ତାଙ୍କ ବାପାଙ୍କୁ ସାହାଯ୍ୟ କରିବା ପୂର୍ବରୁ ଇଶା ମଧ୍ୟ କାମ କରିଥିଲେ । ସେ ନ୍ୟୁୟର୍କରେ କିଛି ସମୟ ପାଇଁ McKinsey&Companyରେ ବ୍ୟବସାୟ ଆନାଲିଷ୍ଟସ୍ ଭାବରେ କାର୍ଯ୍ୟ କରିଥିବା ସୂଚନା ରହିଛି।