ନୂଆଦିଲ୍ଲୀ: NEET PG Exam 2022: ସ୍ଥଗିତ ହେବ ନାହିଁ NEET PG ପରୀକ୍ଷା । ଚଳିତ ବର୍ଷ ମେ' ୨୧ରେ ହେବାକୁ ଯାଉଥିବା NEET PG ପରୀକ୍ଷାକୁ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ (Supreme Court) । ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ବିରୁଦ୍ଧ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ଯାଚିକାରେ କୁହାଯାଇଥିଲା ଯେ, ୨୦୨୧ର ଡାକ୍ତରୀ ପିଜି ଆଡମିଶନ ପ୍ରକ୍ରିୟା ଜାରି ରହିଛି । ତେଣୁ ୨୦୨୨ ପରୀକ୍ଷାକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଉ ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) NEET PG ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଥିଲା ​​। NEET PG 2022 ର ପରୀକ୍ଷା ସ୍ଥଗିତ ରଖିବାକୁ IMA ଦ୍ୱାରା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆଙ୍କୁ ଏକ ଚିଠି ଲେଖିଥିଲା । ମେ' ୨୧ରେ NEET PG 2022 ପରୀକ୍ଷାର ଆୟୋଜନା କରାଯାଉଛି । ବିଗତ ଅନେକ ଦିନ ଧରି NEET PG 2021 କାଉନସେଲିଂରେ ବିଳମ୍ବ ଯୋଗୁଁ ଛାତ୍ରମାନେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଥିଲେ । ଏହା ପରେ ଆଇଏମଏ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ପରୀକ୍ଷା ତାରିଖ ଆଗକୁ ବଢ଼଼ାଇବାକୁ ଚିନ୍ତା କରିବାକୁ କହିଥିଲା ।


ଏହା ବି ପଢ଼ନ୍ତୁ:-ଯୁବ ବର୍ଗଙ୍କୁ ସୁଯୋଗ, କାର୍ଯ୍ୟକର୍ତ୍ତାଙ୍କୁ ପୁରସ୍କାର ଏବଂ ପରିବାରବାଦରୁ ଦୂରତା; ଜାଣନ୍ତୁ କଂଗ୍ରେସର ୯ଟି ବଡ଼ ପ୍ଲାନ୍


ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ


ଏହା ବି ପଢ଼ନ୍ତୁ:-ଭାରତର ଏହି ଯୁଦ୍ଧ ବିମାନକୁ ଡରନ୍ତି ଚୀନ ଓ ପାକିସ୍ତାନ, ସ୍ପିଡରେ F-16 କୁ ଦେଇଥାଏ ମାତ୍; ଜାଣନ୍ତୁ ଏହାର ଅନ୍ୟାନ୍ୟ ବିଶେଷତା


 


IMA ଆହୁରି ମଧ୍ୟ ଚିଠିରେ କହିଛି ଯେ, ରାଜ୍ୟରେ ଖାଲିଥିବା ପଦ ପାଇଁ କାଉନସେଲିଂ ମେ' ମାସ ମଧ୍ୟଭାଗରେ ଶେଷ ହେବାର ସମ୍ଭାବନା ରହିଛି । ଆଇଏମଏ ଚିଠିରେ ଉଲ୍ଲେଖ କରିଛି ଯେ, କୋରୋନା ମହାମାରୀ ସମୟରେ କୋରୋନା ଯୋଦ୍ଧା ଭାବେ କାର୍ଯ୍ୟ କରିଥିବା ୫ରୁ ୧୦ ହଜାର ଇଣ୍ଟର୍ନ, ସେମାନଙ୍କର ପରୀକ୍ଷା ସମାପ୍ତିରେ ବିଳମ୍ବ ଯୋଗୁଁ NEET PG ପାଇଁ ଉପସ୍ଥିତ ହୋଇପାରିବେ ନାହିଁ । ତେଣୁ ଛାତ୍ରମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି NEET PG ପରୀକ୍ଷାକୁ କିଛି ଦିନ ପାଇଁ ସ୍ଥଗିତ ରଖିବା ଆବଶ୍ୟକ । ତେବେ କୋର୍ଟ ଏହି ଦାବିକୁ ଖାରଜ କରିଛନ୍ତି । ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ବିରୁଦ୍ଧ ବୋଲି କୋର୍ଟ କହିଛନ୍ତି ।