ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରକାଶ ପାଇଛି ସର୍ବଭାରତୀୟ ପରୀକ୍ଷା ଫଳ। ଏଥିରେ ଓଡ଼ିଶାର ସୋଏବ ଅପତାବ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି। ମୋଟ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି ସୋଏବ। ଶତ ପ୍ରତିଶତ ମାର୍କ ରଖି ସେ ଓଡ଼ିଶାର ଗୌରବ ପାଲଟିଛନ୍ତି। କିନ୍ତୁ ଫଳାଫଳ ବାହାରିବା ପରେ ଦିଲ୍ଲୀର ଆକାଂକ୍ଷା ମଧ୍ୟ ଶତପ୍ରତିଶତ ନମ୍ବର ରଖିଥିବା ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ଟପ୍ପର ଚୟନ ପାଇଁ NTAର ନିୟମାବଳୀ


  • ଯଦି ଗୋଟିଏ ସ୍ଥାନରେ ଦୁଇ କିମ୍ବା ତଦୁର୍ଦ୍ଧ ପରୀକ୍ଷାର୍ଥୀଙ୍କ ସମାନ ନମ୍ବର ଆସିଥାଏ, ତେବେ ବାୟୋଲୋଜି ବା ଜୀବବିଜ୍ଞାନରେ ଆସିଥିବା ସର୍ବାଧିକ ନମ୍ବର ଆଧାରରେ ସ୍ଥାନ ନିରୁପଣ କରାଯାଇଥାଏ। 

  • ସେହିପରି ବାୟୋଲୋଜୀରେ ଯଦି ସମାନ ନମ୍ବର ରହିଥାଏ ତେବେ ସେମାନଙ୍କର ରସାୟନ ବିଜ୍ଞାନ ବା କେମିଷ୍ଟ୍ରୀରେ ଆସିଥିବା ମାର୍କ ଅନୁଯାୟୀ ସ୍ଥାନ ନିରୁପଣ କରାଯାଇଥାଏ। 

  • ପୁନର୍ବାର ବାୟୋଲୋଜି ଓ କେମିଷ୍ଟ୍ରୀରେ ଯଦି ସମାନ ନମ୍ବର ଆସିଥାଏ, ତେବେ NEETରେ ସବୁଠାରୁ କମ ମାତ୍ରାରେ ଭୁଲ ଉତ୍ତର ଦେଇଥିବା ପରୀକ୍ଷାର୍ଥୀଙ୍କୁ ଶୀର୍ଷ ମାନ୍ୟତା ପ୍ରଦାନ କରାଯାଇଥାଏ। 

  • ସେହିପରି ପରୀକ୍ଷାର୍ଥୀଙ୍କ ବାୟୋଲୋଜି, କେମିଷ୍ଟ୍ରୀ, ତଥା NEET ପରୀକ୍ଷାରେ ଭୁଲ ସଂଖ୍ୟା ଯଦି ସମାନ ଆସେ, ତେବେ ସେମାନଙ୍କ ବୟସ ଅନୁଯାୟୀ ସେମାନଙ୍କୁ ଅଗ୍ରାଧିକାର ଦେଇଥାଏ ଏନଟିଏ।


ଆକାଂକ୍ଷା ଶତ ପ୍ରତିଶତ ନମ୍ବର ରଖିଥିଲେ ମଧ୍ୟ ତାଙ୍କୁ ଦ୍ୱିତୀୟ ସ୍ଥାନ ମିଳିଛି। ସେହିପରି ଟି। ସ୍ନିକିତା, ବିନୀତ ଶର୍ମା ଓ ଅମୃତା ଖୈତାନ ୭୧୫ ନମ୍ବର ରଖି ଗୋଟିଏ ସ୍ଥାନରେ ରହିଛନ୍ତି। ତେବେ ଯୁଗ୍ମ ଶୀର୍ଷ ସ୍ଥାନ ପାଇଥିଲେ ମଧ୍ୟ ଆକାଂକ୍ଷା ଓ ସୋଏବଙ୍କ ମଧ୍ୟରେ ସୋଏବଙ୍କୁ ଟପ୍ପର ଭାବେ ଘୋଷଣା କରାଯାଇଛି। ଏନଟିଏ (National Testing Agency) ଅନୁଯାୟୀ ଏହି ଫଳାଫଳ ଘୋଷଣା କରାଯାଇଛି। ଏନଟିଏ ମୁତାବକ ଯ଼ୁଗ୍ମ ସଫଳତା ହାସଲ କରିଲେ ଉଭୟଙ୍କ ବୟସ ଓ ମାର୍କକୁ ଆଧାର କରି ଟପ୍ପର ଘୋଷଣା କରାଯାଇଥାଏ। 


ଅଧିକ ପଢନ୍ତୁ: ଇତିହାସ ରଚିଲେ ଓଡ଼ିଶାର ଶୋଏବ ଅଫତାବ


ଏହି କାରଣରୁ ଆକାଂକ୍ଷା ଓ ସୋଏବ ଶତପ୍ରତିଶତ ମାର୍କ ରଖିଥିଲେ ମଧ୍ୟ ସୋଏବଙ୍କୁ ଟପ୍ପର ଘୋଷଣା କରିଛି ଏନଟିଏ। ସେହିପରି ୭୧୫ ନମ୍ବର ରଖିଥିଲେ ମଧ୍ୟ ବୟସର ଅନ୍ତର କାରଣରୁ T। Snikitaଙ୍କୁ ତୃତୀୟ ସ୍ଥାନ, ବିନୀତ ଶର୍ମାଙ୍କୁ ଚତୁର୍ଥ ଓ ଅମୃତା ଖୈତାନଙ୍କୁ ପଞ୍ଚମ ବୋଲି ଘୋଷଣା କରିଛି ଏନଟିଏ।