କୁହାଯାଏ ଯେ କଠିନ ପରିଶ୍ରମର ଫଳ ସର୍ବଦା ମିଠା ହୋଇଥାଏ । ଯେତେବେଳେ ଆପଣ କୌଣସି ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରନ୍ତି ଏବଂ ସଫଳତା ହାସଲ ହୁଏ ତେବେ ଖୁସିର କୌଣସି ଠିକଣା ରହି ନଥାଏ । ଏହି କ୍ରମରେ NEET 2020 ର ଫଳାଫଳ ଘୋଷଣା କରାଯାଇଛି । ଆଉ ଏଥିରେ ଓଡ଼ିଶାର ଶୋଏବ ଅଫତାବ ଟପ୍ କରିଛନ୍ତି । ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସରେ ଟପ୍ପର ହ
Trending Photos
ଭୁବନେଶ୍ୱର: କୁହାଯାଏ ଯେ କଠିନ ପରିଶ୍ରମର ଫଳ ସର୍ବଦା ମିଠା ହୋଇଥାଏ । ଯେତେବେଳେ ଆପଣ କୌଣସି ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରନ୍ତି ଏବଂ ସଫଳତା ହାସଲ ହୁଏ ତେବେ ଖୁସିର କୌଣସି ଠିକଣା ରହି ନଥାଏ । ଏହି କ୍ରମରେ NEET 2020 ର ଫଳାଫଳ ଘୋଷଣା କରାଯାଇଛି । ଆଉ ଏଥିରେ ଓଡ଼ିଶାର ଶୋଏବ ଅଫତାବ ଟପ୍ କରିଛନ୍ତି । ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସରେ ଟପ୍ପର ହେବାରେ ସୋଏବ ହେଉଛନ୍ତି ଓଡ଼ିଶାର ପ୍ରଥମ ଛାତ୍ର । ସେ NEET 2020 ପରୀକ୍ଷାରେ ଶୀର୍ଷରେ ରହି ଇତିହାସ ସୃଷ୍ଟି କରିଛନ୍ତି ।
NEET ଫଳାଫଳର ମେରିଟ୍ ତାଲିକାରେ ଶୋଏବ ଅଫତାବ୍ ୭୨୦ରୁ ୭୨୦ ଅଙ୍କ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି । ଶୋଏବ ଟାଇମ୍ସନାଓକୁ କହିଛନ୍ତି ଯେ ତାଙ୍କ ବାପା ଓଡ଼ିଶାରେ ନିର୍ମାଣ ବ୍ୟବସାୟରେ ଅଛନ୍ତି । ଫଳରେ ସେ କୋଟାରେ କୋଚିଂ କରିବାରେ ସକ୍ଷମ ହୋଇପାରିଛନ୍ତି । ତାଙ୍କର ପାଠପଢ଼ା ପାଇଁ ତାଙ୍କ ମା' ଓ ଛୋଟ ଭଉଣୀ ତାଙ୍କ ସହ ରାଜସ୍ଥାନର କୋଟାଠାରେ ରହୁଛନ୍ତି । କୋଟାର ଏକ କୋଚିଂ ସେଣ୍ଟରରେ ସେ ନାମ ଲେଖାଇ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ।