ନୂଆଦିଲ୍ଲୀ: ଚୀନ (China) ପ୍ରରୋଚନାରେ ଭାରତ (India) କୁ ନାଲି ଆଖି ଦେଖାଉଥିବା ନେପାଳ (Nepal) ପୁଣି ଏକ ଅଜବ କାରନାମାକୁ ନେଇ ଚର୍ଚ୍ଚାକୁ ଆସିଛ । ପୂର୍ବରୁ ପାହାଡି ରାଜ୍ୟ ଉତ୍ତରାଖଣ୍ଡ (Uttarakhand) ସୀମାନ୍ତରେ ଅବସ୍ଥିତ ଲିପୁଲେଖ (Lipulekh), କାଳାପାଣି (Kalapani), ଲିମ୍ପିୟାଧୁରା (Limpiyadhura) ପ୍ରଭୃତି ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦାବି କରୁଥିବା ନେପାଳ ଏବେ ପୁଣି ଥରେ ଚୀନ ଭଳି ଭାରତୀୟ କ୍ଷେତ୍ର ଉପରେ ପକାଇଛି ନଜର ।


COMMERCIAL BREAK
SCROLL TO CONTINUE READING

ଉପରୋକ୍ତ ୩ଟି ଭାରତୀୟ ଅଞ୍ଚଳକୁ ଛାଡି ଏବେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ (Dehradun), ରାଜ୍ୟର ପ୍ରମୁଖ ସହର ନୈନିତାଲ (Nainital) ହାତେଇବାକୁ ଚାହୁଁଛି ନେପାଳ । 'ଗ୍ରେଟର ନେପାଳ' (Greater Nepal) ଅଭିଯାନ ମାଧ୍ୟମରେ ନେପାଳ ଚାହୁଁଛି ଯେ, ଭାରତର ଅନେକ ଅଞ୍ଚଳ ଏହାର ଅଧିକାର ମଧ୍ୟକୁ ଆସିଯାଉ ।


ଏହି ଅଭିଯାନ ମାଧ୍ୟମରେ ନେପାଳ ଉତ୍ତରାଖଣ୍ଡ ସମେତ ହିମାଚଳ ପ୍ରଦେଶ (Himachal Pradesh), ଉତ୍ତର ପ୍ରଦେଶ (Uttar Pradesh), ବିହାର (Bihar), ସିକ୍କିମ (Sikkim) ଆଦି ରାଜ୍ୟର ଅବସ୍ଥିତ ଅନେକ ସହରକୁ ନିଜ ଅଧକାରର୍ଭୂକ୍ତ କ୍ଷେତ୍ର ବୋଲି ଦର୍ଶାଉଛି । 


ଦେଶରେ କ୍ଷମତାସୀନ ଥିବା ନେପାଳ କମ୍ୟୁନିଷ୍ଟ ପାର୍ଟି-ଏନସିପି(NCP-Nepalese Communist Party), ୟୁନିଫାଏଡ ନେପାଳ ନେସନାଲ ଫ୍ରଣ୍ଟ (Unified Nepal National Front-UNNF) ସଙ୍ଗଠନ ସହ ମିଶି  ଗ୍ରେଟର ନେପାଳ ଅଭିଯାନ ଚଳାଇଛି । ଏହା ମାଧ୍ୟମରେ ସେମାନେ ବିଭିନ୍ନ ଭାରତୀୟ ଅଞ୍ଚଳକୁ ନେପାଳର ବୋଲି ଦର୍ଶାଉଛନ୍ତି । 


ବିଗତ କିଛ ଦିନ ହେବ ଚୀନ ପ୍ରରୋଚନାରେ ଭାରତ ବିରୋଧି ଅଭିଯାନରେ ମାତି ରହିଛନ୍ତି ନେପାଳରେ କ୍ଷମତାସୀନ ଓଲି ସରକାର । ଉତ୍ତର-ପୂର୍ବ ଭାରତୀୟ (North-East India) କ୍ଷେତ୍ର ପୂର୍ବରୁ ଲିପୁଲେଖ, କାଲାପାନି, ଲିମ୍ପିୟାଧୁରା ଆଦି ଅଞ୍ଚଳକୁ ନିଜ ଅଧିକୃତ କ୍ଷେତ୍ର ଭାବେ କହିବାକୁ ପଛଘୁଞ୍ଚିା ଦେଇନାହାଁନ୍ତି । ଚୀନକୁ ନିଜର ବନ୍ଧୁ ବୋଲି ଭାବୁଥିବା ଓଲି ସରକାର ତାଙ୍କ ଦେଶରେ କରାଯାଉଥିବା ହସ୍ତକ୍ଷେପ ପ୍ରସଙ୍ଗରେ ମୁହଁ ଖୋଲୁନଥିବା ବେଳେ, ଚୀନ ନେପାଳର ଅନେକ ଅଞ୍ଚଳକୁ ନିଜ ଦଖଲକୁ ନେଇ ସାରିଲାଣି । ଏପରିକି ଭଗବାନ ରାମ (Lord Ram) ଙ୍କୁ ନେପାଳୀ ବୋଲି ମଧ୍ୟ ଦର୍ଶାଇଛନ୍ତି ନେପାଳର କମ୍ୟୁନିଷ୍ଟ ସରକାର।   


ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ଯେବେ ରାମ ମନ୍ଦିର (Ram Mandir) ନିର୍ମାଣ ଲାଗି ଅଯୋଧ୍ୟାରେ ଭୂମି ପୂଜନ (Ayodhya Bhumi Pujan) କରାଯାଉଥିଲା ସେତେବେଳେ ନେପାଳ ପକ୍ଷରୁ କୁହାଯାଇଥିଲା, ପ୍ରକୃତ ଅଯୋଧ୍ୟା ଯାହା ପ୍ରସିଦ୍ଧ ହିନ୍ଦୁ ମହାପୁରୁଷ ରାମାୟଣରେ ବର୍ଣ୍ଣିତ ନେପାଳର ବିରଗଞ୍ଜ ନିକଟସ୍ଥ ଏକ ଗ୍ରାମ । ପ୍ରଭୁ ରାମ ସେଠାରେ ଜନ୍ମ ହୋଇଥିଲେ । ଭଗବାନ ରାମ ନେପାଳର ରାଜକୁମାର ଥିଲେ, ଭାରତର ନୁହେଁ । କେବଳ ଏତିକି ନୁହେଁ ନେପାଳରେ ଅଯୋଧ୍ୟାକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ନତତ୍ତ୍ୱ ବିଭାଗର ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି ବୋଲି ନେପାଳ ପ୍ରଧାନମନ୍ତ୍ରୀ କହିଥିଲେ । 
 
ଏଠାରେ ଏକ ମଜାଦାର କଥା ହେଉଛି ଅନ୍ୟ ଦେଶର ଜମି ଉପରେ ଚୀନ ଯେପରି ନଜର ପକାଉଛି, ଠିକ ସେହି ରାସ୍ତାରେ ଅଗ୍ରସର ହେଉଛି ନେପାଳ । ଭାରତ ପରେ ଏବେ ଚୀନ, ଋଷୀୟ ସହର (Russian City) ଭ୍ଲାଡିଭଷ୍ଟକ (Vladivostok) ସହର ଉପରେ ଅଧିକାର ଦାବି କରିଛି । ଅନ୍ୟପଟେ ଏହାକୁ ଅନୁସରଣ କରି ନେପାଳ ଭାରତୀୟ କ୍ଷେତ୍ରକୁ ନିଜର ବୋଲି ଦର୍ଶାଉଛି ।