Lok Sabha: ଲୋକସଭାରେ ଅଦାନୀ ଝଡ଼, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ
Advertisement
Article Detail0/zeeodisha/odisha2533124

Lok Sabha: ଲୋକସଭାରେ ଅଦାନୀ ଝଡ଼, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

Lok Sabha: ଆଜି  ଲୋକସଭାର ପ୍ରଶ୍ନକାଳରେ ବିରୋଧି ଦଳଙ୍କ ଦ୍ୱାରା ଉଠାଯାଇଥିବା ଅଦାନୀ ପ୍ରସଙ୍ଗର ଗୃହ ଉଠିଥିଲା ପଡିଥିଲେ। ଫଳରେ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା। ପରେ ଦିନ ୧୨ଟା ପରେ ସଭାପତି ଗୃହ ଚଲଇବା ପାଇଁ  ଉଦ୍ୟମ କରିଥିଲେ। ହେଲେ...

Lok Sabha: ଲୋକସଭାରେ ଅଦାନୀ ଝଡ଼, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

Lok Sabha: ଆଜି  ଲୋକସଭାର ପ୍ରଶ୍ନକାଳରେ ବିରୋଧି ଦଳଙ୍କ ଦ୍ୱାରା ଉଠାଯାଇଥିବା ଅଦାନୀ ପ୍ରସଙ୍ଗର ଗୃହ ଉଠିଥିଲା ପଡିଥିଲେ। ଫଳରେ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା। ପରେ ଦିନ ୧୨ଟା ପରେ ସଭାପତି ଗୃହ ଚଲଇବା ପାଇଁ  ଉଦ୍ୟମ କରିଥିଲେ। ଏହି ଅବସରରେ ବିଭିନ୍ନ କମିଟିର ରିପୋର୍ଟକୁ ଉପସ୍ଥାପନ କରାଯାଇଥିଲା। କିନ୍ତୁ ବିରୋଧିଙ୍କ ହଟୋଗୋଳ ବନ୍ଦ ହୋଇନ ଥିଲା। ଗୃହର ମଧ୍ୟ ଭାଗକୁ  ବିରୋଧି ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗୃହକାର୍ଯ୍ୟକୁ ସଭାପତି ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। 

ଆଜି  ଲୋକସଭାର ପ୍ରଶ୍ନକାଳରେ ବିରୋଧି ଦଳଙ୍କ ଦ୍ୱାରା ଉଠାଯାଇଥିଲା ଅଦାନୀ ପ୍ରସଙ୍ଗ।  ଗୃହ ଆରମ୍ଭରୁ ଆଜି ବାଚସ୍ପତି ପ୍ରଥମେ ପ୍ରଶ୍ନକାଳ ଆରମ୍ଭ କରିବାକୁ ଆଦେଶ ଦେଇଥିଲେ। ପ୍ରଶ୍ନ ସଂଖ୍ୟା 21 ରେ ନୂତନ ସଦସ୍ୟ ଅରୁଣ ଗୋବିଲ ଙ୍କ ପ୍ରଶ୍ନରେ ଉତ୍ତର ରଖିବାକୁ ମନ୍ତ୍ରୀଙ୍କୁ କହିଥିଲେ। ସୂଚନା ପ୍ରସାରଣ ତଥା ଇଲେକ୍ଟ୍ରୋନିକ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ବାବଦରେ ଉତ୍ତର ରଖି କହିଥିଲ ଯେ, ସରକାର ଏ ବାବଦରେ ସଚେତନ ରହିଛନ୍ତି। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଏହି ସମସ୍ୟା ଦେଖା ଦେଇଛି। ପାଶ୍ଚାତ୍ୟ ସଂସ୍କୃତି ଏବଂ ଭାରତୀୟ ସଂସ୍କୃତି  ଭିତରେ ଥିବା ପ୍ରଭେଦ ଏହାକୁ ଜଟିଳ କରୁଛି। ଏଣୁ ସରକାର ଏ ଦିଗରେ ଯତ୍ନବାନ ରହିବାବାଶ୍ୟକ ପଦକ୍ଷେପ ନେଉଛନ୍ତି।
 
ଗୃହ ପକ୍ଷରୁ ଏ-ବାବଦରେ ଏକ ସ୍ଥାୟୀ କମିଟି କରାଯାଇ ସବୁ ଦଳ ଏବଂ ଲୋକଙ୍କ ଭିତରେ ସମ ମନୋଭାବ ସୃଷ୍ଟି ଲାଗି ଉଦ୍ୟମ କରିବାକୁ ସେ ଗୁରୁତ୍ବ ଦେଇଥିଲେ।ଏବେ ସୂଚନ ପ୍ରଯୁକ୍ତି ବିଦ୍ୟା ଆଇନ 2000 ଅଧୀନରେ ପ୍ରସ୍ତୁତ ମଧ୍ୟବର୍ତ୍ତୀ ଆଇନ ଦ୍ୱାରା ସୋସିଆଲ ମେଡିଆ ନିୟନ୍ତ୍ରଣ କରାଯାଉଛି। କୌଣସି ବି ବିଷୟ ଦେଶ ବିରୋଧୀ ବି ଅଶ୍ଳୀଳ ହେଲା ସେ ପ୍ଲାଟଫର୍ମକୁ ବନ୍ଦ କରାଯାଉଛି। ଏହି ନିୟମ ବଳରେ ମାର୍ଚ୍ଚ 2024 ମସିହାରେ 18ଟି ott ପ୍ଲାଟଫର୍ମକୁ ନିଷିଦ୍ଧ ଘୋଷମ କରାଯାଇଛି। ପ୍ରକାଶକଙ୍କୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିବ ପାଇଁ ott ରେ ପ୍ରସାରିତ ବିଷୟକୁ 5ଭାଗରେ ବିଭକ୍ତ କରିବାକୁ କୁହାଯାଇଛି. ବୟସ ଅନୁସାରେ ଦର୍ଶକଙ୍କ ଲାଗି ଏହି ବର୍ଗିଭୁତ ବିଷୟ ପ୍ରସାରଣରେ ପ୍ରତିବନ୍ଧ ଲାଗି ବ୍ୟବସ୍ଥା ଲାଗୁ କରିବାକୁ ଡିଜିଟାଲ ମେଡିଆ ଏଥିକସରେ ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ କହିଛନ୍ତି।