ପାଟନା: ବିହାର ପୋଲିସ (Bihar Police) ବର୍ତ୍ତମାନ ବିକ୍ଷୋଭକାରୀ (Protesters) ଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବ । ଏଥିପାଇଁ ଏକ ନୂତନ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ଏହା ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ଯଦି ଆପଣ ପ୍ରଦର୍ଶନ କରିବା ସମୟରେ ଧରାପଡିବେ, ତେବେ ଆପଣଙ୍କର ଆଚରଣ ପ୍ରମାଣପତ୍ର ଉପରେ ଏହାର ପ୍ରଭାବ ଦେଖାଯିବ । ଏହା ଶତ ପ୍ରତିଶତ ପାଳନ କରାଯାଇଛି କି ନାହିଁ ତାହା ନିଶ୍ଚିତ କରିବା ଥାନା ଅଧିକାରୀଙ୍କ ଦାୟିତ୍ୱ ହେବ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଯାତ୍ରୀଙ୍କ ସୁବିଧା ପାଇଁ ରେଲୱେ ପୁଣି ଆରମ୍ଭ କଲା ଏହି ସେବା, ଟ୍ୱିଟ୍ କରି ସୂଚନା ଦେଲେ ରେଳ ମନ୍ତ୍ରୀ


ବିହାର ପୋଲିସ ମୁଖ୍ୟାଳୟର ନୂତନ ବିଜ୍ଞପ୍ତିକୁ ନେଇ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ (Tejashwi Yadav) ଅତ୍ୟନ୍ତ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ''ମୁସୋଲିନି ଏବଂ ହିଟଲରଙ୍କୁ ଚ୍ୟାଲେଞ୍ଜ କରୁଥିବା ନୀତିଶ କୁମାର (Nitish Kumar) କହିଛନ୍ତି ଯେ ଯଦି କେହି ତାଙ୍କ ଶାସନ ବ୍ୟବସ୍ଥା ବିରୋଧରେ ଧାରଣ-ପ୍ରଦର୍ଶନ କରି ନିଜ ଲୋକତାନ୍ତ୍ରିକ ଅଧିକାରର ପ୍ରୟୋଗ କରୁଛନ୍ତି ତେବେ ଆପଣଙ୍କୁ ଚାକିରି ମିଳିବ ନାହିଁ । ଅର୍ଥାତ ଚାକିରି ମଧ୍ୟ ଦେବେ ନାହିଁ ଏବଂ ବିରୋଧ କରିବାକୁ ଦେବେ ନାହିଁ । ଅସହାୟ ୪୦ ଆସନ ବିଶିଷ୍ଟ ମୁଖ୍ୟମନ୍ତ୍ରୀ କେତେ ଡରୁଛନ୍ତି?''


ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର! ଏହି ମାସରୁ ଚାଲିବ ୩୨ଟି ନୂଆ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍


୧ ଫେବୃଆରୀ ୨୦୨୧ରେ ଜାରି କରାଯାଇଥିବା ଏହି ଚିଠିରେ ଲେଖାଯାଇଛି ଯେ "ଯଦି କୌଣସି ବ୍ୟକ୍ତି କୌଣସି ଆଇନଗତ ପରିସ୍ଥିତି, ବିକ୍ଷୋଭ, ରୋଡ୍ ଜାମ ଇତ୍ୟାଦି ମାମଲାରେ ଜଡ଼ିତ ହୋଇ କୌଣସି ଅପରାଧିକ କାର୍ଯ୍ୟରେ ସାମିଲ ହୋଇଥାଏ ଏବଂ ଏହି କାର୍ଯ୍ୟ ପାଇଁ  ପୋଲିସ ଦ୍ୱାରା ଚାର୍ଜ କରାଗଲେ ଏବଂ ସେମାନଙ୍କ ସଂପର୍କରେ ଚରିତ୍ର ସଂସ୍ଥାପନ ପ୍ରତିବେଦନରେ ନିର୍ଦ୍ଦିଷ୍ଟ ଏବଂ ସ୍ୱଷ୍ଟ ରୂପେ ଏଣ୍ଟ୍ରି କରାଗଲେ । ଏପରି ଲୋକଙ୍କୁ ଗମ୍ଭୀର ପରିଣାମ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । କାରଣ ସେମାନଙ୍କୁ ସରକାରୀ ଚାକିରି / ସରକାରୀ ଚୁକ୍ତି ଇତ୍ୟାଦି ମିଳିବ ନାହିଁ । କେବଳ ଏତିକି ନୁହେଁ, ଏହାକୁ ଶତ ପ୍ରତିଶତ ପାଳନ କରାଯାଉ, ଏଥିପାଇଁ ପୋଲିସ ବିଭାଗର ଉପରୁ ତଳ ପର୍ଯ୍ୟନ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।''


ଅଧିକ ପଢ଼ନ୍ତୁ:-ଜାଣନ୍ତୁ କେବେ ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବଜେଟରେ...


ପୋଲିସ ମୁଖ୍ୟାଳୟର ଏହି ଚିଠିରେ ଅଧିକ କଠୋର ଶବ୍ଦ ବ୍ୟବହାର କରାଯାଇଛି । ଏହା ଅନୁଭବ କରାଯାଏ ଯେ ବିରୋଧ ପ୍ରଦର୍ଶନ କରୁଥିବା ଲୋକମାନେ ଅନ୍ୟ ଗ୍ରହରୁ ଆସିଛନ୍ତି । ଯେତେବେଳେ କି ବିରୋଧ ପ୍ରଦର୍ଶନ କରିବା ହେଉଛି ଏକ ସାମ୍ବିଧାନିକ ଅଧିକାର । ଚିନ୍ତାଧାରାର ଅଭିବ୍ୟକ୍ତି ଭାବରେ ଦେଶର ପ୍ରତ୍ୟେକ ନାଗରିକ ଏହି ଅଧିକାର ପାଇଛନ୍ତି । ଆଇନର ପରିପ୍ରେକ୍ଷୀରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦର୍ଶନକୁ ଅନୁମତି ଦିଆଯାଇଛି । 'ରାଇଟ ଟୁ ଫ୍ରିଡମ୍'ର ଅଧିକାର ମିଳିଛି । ଏଥିରେ ବିଚାର ଅଭିବ୍ୟକ୍ତିର ଅଧିକାର ସାମିଲ ରହିଛି । ଏହା ଅନ୍ତର୍ଗତ କୌଣସି ବ୍ୟକ୍ତି ଆଇନ ମଧ୍ୟରେ ରହି ଧାରଣା, ପ୍ରଦର୍ଶନ ବା ଭାଷଣ ଆଦି ଦେଇପାରିବେ । ଧାରା ୧୯ ଅନୁଯାୟୀ, ପ୍ରତ୍ୟେକ ନାଗରିକଙ୍କର ଧାରଣା ଓ ଅଭିବ୍ୟକ୍ତିର ଅଧିକାର ଅଛି । କିନ୍ତୁ ବିହାର ସରକାର ରାଇଟ ଟୁ ଫ୍ରିଡମର ହନନ କରୁଛନ୍ତି ।