ନୂଆଦିଲ୍ଲୀ: No-confidence Motion Against Imran Khan: ପାକିସ୍ତାନରେ ଇମ୍ରାନ ଖାନ ସରକାର (Imran Khan Government) ଙ୍କ ଯିବା ପ୍ରାୟ ନିଶ୍ଚିତ ହୋଇସାରିଛି । ଯାହା ଫଳରେ ବର୍ତ୍ତମାନ ସେଠାରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଇମ୍ରାନ ଖାନ (Imran Khan) ସଂସଦରେ ଅନାସ୍ଥା ପ୍ରସ୍ଥାବ (No-Confidence Motion) ରୁ ନିଜ ସରକାରକୁ ରକ୍ଷା କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି । କିନ୍ତୁ ଇମ୍ରାନ ନିଜ ସରକାରକୁ ବଞ୍ଚାଇବାରେ ସଫଳ ହେଉଥିବାର ନଜରକୁ ଆସୁ ନାହିଁ । ଏହି ସମୟରେ ଆଫଗାନିସ୍ତାନ ପ୍ରସଙ୍ଗ (Afghanistan Issue) ରେ ଆଲୋଚନା କରିବା ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି (Pakistan Foreign Minister Shah Mehmood Qureshi) ଚୀନ (China) ରେ ଅଛନ୍ତି । ପାକିସ୍ତାନର ଅସ୍ଥିର ରାଜନୈତିକ ପରିସ୍ଥିତି ମଧ୍ୟରେ ସେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି (Chinese Foreign Minister Wang Yi) ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଚୀନ ସରକାରୀ ଗଣମାଧ୍ୟମ ସୂଚନା ଦେଇଛି ଯେ, ଯଦି ଆମେରିକା (America) ର ହସ୍ତକ୍ଷେପ ହୁଏ ତେବେ ଚୀନ (China) ପାକିସ୍ତାନ ସରକାର (Pakistan Government) ଙ୍କୁ ସମ୍ପୂର୍ଣ୍ଣ ତଥା ଅସାଧାରଣ ସମର୍ଥନ ପ୍ରଦାନ କରିବ । ଚୀନର ବରିଷ୍ଠ ଅଧିକାରୀମାନଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଆମେରିକା (US) ଅନ୍ୟ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟରେ ସର୍ବଦା ହସ୍ତକ୍ଷେପ କରିଥାଏ, ଯାହାକୁ ବେଜିଂ ଦୃଢ଼ ବିରୋଧ କରୁଛି । ଚାଇନା ଉର୍ଦ୍ଦୁ (China Urdu) ଏହି ରିପୋର୍ଟ ପ୍ରଦାନ କରିଛି ।


ଚୀନରେ ପହଞ୍ଚିବା ପରେ ଶାହ ମହମୁଦ କୁରେଶି (Shah Mehmood Qureshi) କହିଛନ୍ତି ଯେ ଆଫଗାନିସ୍ତାନର ପଡ଼ୋଶୀ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ତୃତୀୟ ବୈଠକ ପାଇଁ ଚାଇନାରେ ଆସି ଭଲ ଲାଗୁଛି । ଏହି ବୈଠକ ଆୟୋଜନ କରିଥିବାରୁ ମୁଁ ମୋର ଭାଇ ଚାଇନାର ଷ୍ଟେଟ୍ କାଉନ୍ସିଲର ତଥା ବୈଦେଶିକ ମନ୍ତ୍ରୀଙ୍କୁ ପ୍ରଶଂସା କରୁଛି । ସ୍ଥାୟୀ ଶାନ୍ତି ଓ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ଆଫଗାନିସ୍ତାନ ଉପରେ ଏକ ସ୍ଥାୟୀ ଆଞ୍ଚଳିକ ଦୃଷ୍ଟିକୋଣ ଗୁରୁତ୍ୱପୂର୍ଣ୍ଣ ।


ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ରାଲିରେ କହିଥିଲେ ଯେ ତାଙ୍କ ସରକାର ବିରୋଧରେ ବିଦେଶରୁ ଷଡଯନ୍ତ୍ର କରାଯାଉଛୁ । ସେ ହାତରେ ଏକ ଚିଠି ଦେଖାଇ ସେ କହିଛନ୍ତି ଯେ ଏହି ଚିଠିରେ ଷଡଯନ୍ତ୍ରର କିଛି ତଥ୍ୟ ଅଛି, କିନ୍ତୁ ମୁଁ ଆପଣଙ୍କୁ ଏହି ଚିଠିର ଭିତିରି କଥା କହି ପାରିବି ନାହିଁ । ଚିଠିର ବିଷୟବସ୍ତୁର ଖୁଲାସା ନକରି ସେ କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ପାକିସ୍ତାନ ବିରୁଦ୍ଧରେ ଏକ ଷଡଯନ୍ତ୍ର କାରଣ ମୁଁ ଏକ ସ୍ୱାଧୀନ ବୈଦେଶିକ ନୀତି ଆପଣେଇଛି । ପାକିସ୍ତାନର ସ୍ୱତନ୍ତ୍ର ବୈଦେଶିକ ନୀତି ହଟାଇବାକୁ ଚେଷ୍ଟା କରାଯାଉଛି ।


ଏହା ବି ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କ ନୌକାକୁ ପାର କରାଇବେ ପ୍ରଶାନ୍ତ କିଶୋର! ଜାଣନ୍ତୁ କ'ଣ ରହିଛି PKଙ୍କ ପ୍ଲାନ୍


ଏହା ବି ପଢ଼ନ୍ତୁ:-ନୋସ୍ତ୍ରେଦମସ୍ ଋଷ ଓ ଚୀନକୁ ନେଇ କରିଥିଲେ ଏହି ଭବିଷ୍ୟବାଣୀ, ଯଦି ସତ ହୁଏ ତ ବଦଳି ଯିବ ଦୁନିଆ


ଏହା ବି ପଢ଼ନ୍ତୁ:-ବିହାର ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ି ରାଜ୍ୟସଭା ଯିବେ ନୀତିଶ କୁମାର!


ଏହା ବି ପଢ଼ନ୍ତୁ:-ସୁଖମୟ ଜୀବନ ପାଇଁ ପୁରୁଷମାନେ ଖାଆନ୍ତୁ ଏହି ୩ଟି ଜିନିଷ, 'ଷ୍ଟାମିନା' ବଢ଼ିବା ସହ ଦୂର ହେବ ଯୌନ ସମସ୍ୟା


 


 


ଏଠାରେ କହି ରଖୁଛୁ ଯେ, ଆଜି ଠାରୁ ପାକିସ୍ତାନ ସଂସଦରେ ତିନି ଦିନ ପରେ ଅର୍ଥାତ୍ ଏପ୍ରିଲ୍ ୩ରେ ସଂଖ୍ୟାଗରିଷ୍ଠତା ପରୀକ୍ଷା ହେବ । ବିରୋଧୀ ଦଳ ଇମ୍ରାନ ଦଳର ଦୁଇ ଡଜନରୁ ଅଧିକ ସାଂସଦଙ୍କୁ ଭାଙ୍ଗିବାକୁ ଦାବି କରୁଛନ୍ତି, କିନ୍ତୁ ଇମ୍ରାନ ମଧ୍ୟ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ନିଜ ସରକାରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଆଜି ପର୍ଯ୍ୟନ୍ତ ପାକିସ୍ତାନ ଇତିହାସରେ କୌଣସି ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କୌଣସି ପ୍ରଧାନମନ୍ତ୍ରୀଙ୍କୁ କ୍ଷମତାରୁ ବହିଷ୍କାର କରାଯାଇ ପାରିନାହିଁ ଓ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିବା ଇମ୍ରାନ ଖାନ ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ ।