ନୂଆଦିଲ୍ଲୀ:  ବିଶ୍ୱର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ତାଲିକା ପ୍ରାକାଶିତ ହୋଇଛି। ଶ୍ରେଷ୍ଠ ୧୦୦ ମଧ୍ୟରେ ଭାରତର କୌଣସି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇ ନାହିଁ। ଲଗାତାର ୫ମ ଥର ପାଇଁ Oxford ବିଶ୍ୱବିଦ୍ୟାଳୟ ଶୀର୍ଷ ସ୍ଥାନ ହାସଲ କରିଛି। ସେପଟେ ଚୀନର ସ୍ଥିତି ସୁଦୃଢ ହୋଇଛି। 


COMMERCIAL BREAK
SCROLL TO CONTINUE READING

The World Economic Forum ପକ୍ଷରୁ ବିଶ୍ୱର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ତାଲିକା ପ୍ରାକାଶ କରାଯାଇଛି। ଚଳିତବର୍ଷ  Times Higher Education World University Rankingsର ଶ୍ରେଷ୍ଠ ୧୦ରେ ଆମେରିକାର ୮ ଓ ବ୍ରିଟେନର ୨ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଲଗାତାର ୫ମ ଥର ପାଇଁ Oxford ବିଶ୍ୱବିଦ୍ୟାଳୟ ଶୀର୍ଷରେ ଅଛି। ଶ୍ରେଷ୍ଠ ୧୦୦ରେ ଭାରତର ଗୋଟିଏ ବି ବିଶ୍ୱବିଦ୍ୟାଳୟ ନାହିଁ।


Also Read: କୋରୋନା, ଶିକ୍ଷା ଓ ସରକାର


ସେପଟେ ଶ୍ରେଷ୍ଠ ୨୦ରେ ଏସିଆର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଚୀନର Tsinghua University ସାମିଲ ହୋଇଛି। ପୂର୍ବରୁ ଏହି ସ୍ଥାନରେ ୟୁରୋପୀୟ ଓ ଆମେରିକୀୟ ବିଶ୍ୱବିଦ୍ୟାଳୟ ଗୁଡିକର ଦବଦବା ଥିଲା। କିନ୍ତୁ ପୂର୍ବ ବର୍ଷ ଅପେକ୍ଷା Tsinghua University ସମେତ ଚୀନର ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡିକ ଶିକ୍ଷା କ୍ଷେତ୍ରରେ ଅନେକ ଉନ୍ନତି କରିଛନ୍ତି। ଫଳରେ ଏଥର ଶ୍ରେଷ୍ଠ ୧୦୦ରେ ଚୀନର ୬ଟି ବିଶ୍ୱବିଦ୍ୟାଳୟ ଅଛନ୍ତି।



World University Rankingsରେ ଚଳିତବର୍ଷ ୧୪୧ଟି ନୂଆ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛନ୍ତି।  California Institute of Technology ଓ Princetonର ପ୍ରଦର୍ଶନ ନୈରାସ୍ୟଜନକ ରହିଛି। ୨୦୧୪ ପରଠୁ ପ୍ରଥମ ଥର ପାଇଁ Cambridge University ତୃତୀୟରୁ ଷଷ୍ଠ ସ୍ଥାନକୁ ଖସିଛି। ସେପଟେ ଚୀନର ୪୨ଟି ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ମାନ୍ୟତା ମିଳିଛି।


Also Read: ଆଇଟିଆଇରେ ଡ୍ରୋନ ଶିକ୍ଷାକ୍ରମ


ଚଳିତବର୍ଷ ୯୩ଟି ଦେଶ ଓ ପ୍ରାନ୍ତର ୧୫୦୦ ବିଶ୍ୱବିଦ୍ୟାଳୟକୁ World University Rankingରେ ସାମିଲ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନର ମାନଦଣ୍ଡ ଆଧାରରେ ତାଲିକା ପ୍ରସ୍ତୁତ ହୋଇଛି। କୋରୋନା ପାଇଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବ ବୋଲି ପୂର୍ବରୁ ଅନୁମାନ କରାଯାଇଥିଲା। ତଥାପି ଅନେକ ବିଶ୍ୱବିଦ୍ୟାଳୟ ଅନଲାଇନ ପାଠପଢା ଜାରି ରଖିଥିଲେ। ଭାରତରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ହେତୁ World University Rankingରେ କୌଣସି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନାହିଁ।