PM Modis Germany Visit: ଯୁଦ୍ଧ ପାଇଁ କେହି ଲାଭବାନ ହୁଅନ୍ତି ନାହିଁ। ତ୍ରିରାଷ୍ଟ୍ରୀୟ ଗସ୍ତ ଅବସରରେ ସୋମବାର ଜର୍ମାନୀରେ ପହଞ୍ଚିବା ଅବସରରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମେ ୨ ତାରିଖରୁ ୪ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି, ଜର୍ମାନୀ, ଫ୍ରାନ୍ସ,, ଡେନମାର୍କ ଭଳି ଦେଶ ଗସ୍ତ କରିବେ।  


COMMERCIAL BREAK
SCROLL TO CONTINUE READING

ସୋମବାର ଜର୍ମାନୀରେ ପହଞ୍ଚିବା ଅବସରରେ ଜର୍ମାନ ଚାନସେଲର ଓଲାଫ୍ ଶୋଲ୍ଜଙ୍କୁ ସାକ୍ଷାତ କରିବା ପରେ ରାଜଧାନୀ ବର୍ଲିନ ଠାରେ ଏକ ସାମ୍ବାଦିକ ସମ୍ମଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଚଳିତ ବର୍ଷ ନିଜର ପ୍ରଥମ ଗସ୍ତରେ ଜର୍ମାନୀ ଆସିଥିବାରୁ ସେ ଖୁସିବ୍ୟକ୍ତ କରୁଛନ୍ତି।  


ଭାରତ-ଜର୍ମାନୀ ମଧ୍ୟରେ ମଜବୁତ ସମ୍ପର୍କ ରହିଛି। ବର୍ତ୍ତମାନ ବିଶ୍ୱ ସମୁଦାୟର ଧ୍ୟାନ ଆକର୍ଷଣ କରିଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଋଷିଆ-ୟୁକ୍ରେନ ଯୁଦ୍ଧ ରୋକିବା ପାଇଁ ଆମେ କହିଛୁ। କାରଣ ଭାରତ ସବୁବେଳେ ଶାନ୍ତିର ପକ୍ଷଧର ରହିଛି। ଆମେ ମାନୁଛୁ ଯେ ଏହି ଯୁଦ୍ଧରେ କେହି ବିଜୟୀ ହେବେ ନାହିଁ। ବରଂ ଯୁଦ୍ଧ କାରଣରୁ ସମସ୍ତେ କ୍ଷତି ସହିବେ। ପାରସ୍ପରିକ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯିବା ଆବଶ୍ୟକ। 


Also Read: କୀର୍ତ୍ତନ ଶୁଣିବା ପରେ ମନକୁ ମିଳିଛି ଶାନ୍ତି: ପ୍ରଧାନମନ୍ତ୍ରୀ ମୋଦି


ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ୱର ଅନେକ ଦେଶଙ୍କୁ କ୍ଷତି ସହିବାକୁ ପଡି଼ଛି। ଯାହାର ଫଳସ୍ୱରୂପ ତେଲ ମହଙ୍ଗା ହୋଇଯାଇଛି ଏବଂ ସାର ଅଭାବ ଦେଖାଦେଇଛି। କେବଳ ସେତିକି ନୁହେଁ ଯୁଦ୍ଧ କାରଣରୁ ଖାଦ୍ୟ ସଂକଟ ଉପୁଜିଛି। ଯାହାର ପ୍ରଭାବ ବିଶ୍ୱର ପ୍ରତ୍ୟେକ ପରିବାର ଉପରେ ପଡ଼ିଛି। ଯୁଦ୍ଧର ସର୍ବାଧିକ ପ୍ରଭାବ ବିକାଶଶୀଳ ତଥା ଗରିବ ଦେଶଙ୍କ ଉପରେ ପଡ଼ିଛି। ଭାରତ ଯୁଦ୍ଧ ଲଢୁଥିବା ୟୁକ୍ରେନ ଲାଗି ଅନେକ ମାନବୀୟ ସହାୟତା ପଠାଇଛି। କୋରୋନା ମହାମାରୀ ସତ୍ତ୍ୱେ ଭାରତୀୟ ଅର୍ଥନୀତି ଆଗକୁ ବଢିବାରେ ଲାଗିଛି। କୋରୋନା କାରଣରୁ ସମଗ୍ର ବିଶ୍ୱକୁ କ୍ଷତି ସହିବାକୁ ପଡ଼ିଛି। ବର୍ତ୍ତମାନ ସମୟରେ ଭାରତର ଭୂମିକା ବିଶ୍ୱସ୍ତରରେ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି।