ପାରମ୍ପରିକ ନୁହେଁ ଏଣିକି ପୌରାଣିକ ଅସ୍ତ୍ରରେ ଶତ୍ରୁ ପକ୍ଷ ସହ ଲଢିବ Indian Army
ଚୀନ୍ ସୈନ୍ୟ ପାରମ୍ପରିକ ଅସ୍ତ୍ରଶସ୍ତ୍ରକୁ ଛାଡି଼ ବାଡ଼ି, ବର୍ଚ୍ଛା, ଲୁହା ରଡ୍ ଭଳି ଉପକରଣ ବ୍ୟବହାର କରି ଯୁଦ୍ଧ କରିବାରେ ବେଶ ପାରଙ୍ଗମ।
ନୂଆଦିଲ୍ଲୀ: ଉପରୋକ୍ତ ଶିରୋନାମା ପଢି ଆପଣ ଆଶ୍ଚଯ୍ୟ ହୋଇଯାଉଥିବା ନିଶ୍ଚୟେ। କାରଣ ଆଜିର ବିଜ୍ଞାନ ଯୁଗରେ ବିଶ୍ୱର ପ୍ରତ୍ୟେକ ଦେଶର ସେନବାହିନୀ ଶତ୍ରୁପକ୍ଷ ବିରୁଦ୍ଧରେ ଯୁଦ୍ଧ ଲଢିବା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥାନ୍ତି। ହେଲେ ପ୍ରଶ୍ନ ଉଠୁଛି କ'ଣ ପାଇଁ ପାରମ୍ପରିକ ସାମରିକ ହାତ ହତିଆର ଛାଡି ଭାରତୀୟ ସେନା ପୌରଣିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଉପରେ ବିଚାରବମର୍ଶ କରୁଛି।
ଯେତେବେଳେ ଅସ୍ତ୍ରଶସ୍ତ୍ର କଥା ଆସେ ସେତେବେଳେ ଭାରତୀୟ ସୈନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଥାନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟ ସୈନିକଙ୍କୁ ସାହାଯ୍ୟ କରିବା ପାଇଁ ବହୁ ସଂଖ୍ୟାରେ ମେଡ୍ ଇନ୍ ଇଣ୍ଡିଆ ଦ୍ୱାରା ନିର୍ମିତ ଅସ୍ତ୍ରଶସ୍ତ୍ର ଅନ୍ତର୍ଭୁକ୍ତ କରାଯାଇଛି। ଉତ୍ତରପ୍ରଦେଶସ୍ଥିତ ଏକ କମ୍ପାନୀ ପକ୍ଷରୁ ଏଭଳି କିଛି ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଇଛି ଯାହା କିଛି ସମୟ ମଧ୍ୟରେ ଶତ୍ରୁ ପକ୍ଷକୁ ନିଷ୍କ୍ରିୟ କରି ଭାରତୀୟ ସୈନ୍ୟଙ୍କୁ ଅଧିକ ସାହାଯ୍ୟ କରିପାରିବ। ଗତ ବର୍ଷ ପୂର୍ବ ଲଦାଖସ୍ଥିତ ଗଲୱାନ ଉପତ୍ୟାକାରେ ଚୀନ୍ ସହ ହୋଇଥିବା ଭଳି ପରିସ୍ଥିତି ପାଇଁ ଏହି ଅସ୍ତ୍ର ଅତ୍ୟନ୍ତ ସ୍ୱତନ୍ତ୍ର।
Also Read: Securuty Alert: Full Time ପରେ Kashmir ପାଇଁ ଚିନ୍ତା ବଢାଇଛନ୍ତି Part Time Terrorist
ଗତ ବର୍ଷ ହୋଇଥିବା ସଂଘର୍ଷ ରେ ଚୀନ୍ ସୈନିକ ଭାରତୀୟ ସୈନ୍ୟଙ୍କୁ ବିରୁଦ୍ଧରେ ଆଧୁନିକ ଅଣ-ମାରାତ୍ମକ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଚୀନ୍ ସୈନ୍ୟ ଭାରତୀୟ ସୈନିକଙ୍କୁ ଉପରେ ତାର ବାଡ଼ି ଏବଂ ଟାସର୍ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହା ପରେ ଚୀନ୍କୁ ଜବାବ ଦେବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ମଧ୍ୟ ମାରାତ୍ମକ ଅସ୍ତ୍ରଶସ୍ତ୍ର ବିକଶିତ କରିବାକୁ ନିଷ୍ପତ୍ତି ନେଇଛି ଯାହାକୁ ନୋଏଡାସ୍ଥିତ ଏକ ଷ୍ଟାର୍ଟ ଅପ୍ ସଂସ୍ଥା ଦ୍ୱାରା ପ୍ରସ୍ତୁତ କରାଯାଇଛି।
ପ୍ରଥମ ଅସ୍ତ୍ର ହେଉଛି ତ୍ରିଶୂଳ
ତ୍ରିଶୂଳ ଏକ ମାରାତ୍ମକ ଅସ୍ତ୍ର ନୁହେଁ। ଏଥିରେ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ। ଏହାକୁ କୌଣସି ଗାଡିକୁ ଖରାପ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଏହାକୁ ଚଳାଇବା ପାଇଁ ଏଥିରେ ଲାଗିଥିବା କେବଳ ଗୋଟିଏ ବଟନ୍ ଦବାଇବାକୁ ହେବ। ଏହା ପରେ ତ୍ରିଶୂଳରେ ବିଦ୍ୟୁତ୍ ପ୍ରବାହିତ ପ୍ରବାହିତ ହେବା ଆରମ୍ଭ କରିବ।
ଦ୍ୱିତୀୟ ଅସ୍ତ୍ର ବଜ୍କ
ବଜ୍ର ହେଉଛି ଏକ ଧାତୁ ନିର୍ମିତ ବାଡ଼ି ପରି। ଏଥିରେ ମଧ୍ୟ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ। ଏଥିର କଣ୍ଟା ରହିଛି। ଯଦି କୌଣସି ଶତ୍ରୁ ଭାରତୀୟ ସୈନ୍ୟଙ୍କ ଆଡକୁ ଆସେ ତାହେଲେ ଶତ୍ରୁପକ୍ଷ ଏହି ଅସ୍ତ୍ରକୁ ସ୍ପର୍ଶ କରି ମାତ୍ରେ ତାଙ୍କୁ ବିଦ୍ୟୁତ୍ ଝଟକା ଲାଗିବ। ଯଦି ବୁଲେଟ୍ ପ୍ରୁଫ୍ ଯାନ ମଧ୍ୟ ଆସେ ତାହାଲେ ଏହାକୁ ମଧ୍ୟ କ୍ଷତିଗ୍ରସ୍ତ କରାଯାଇପାରିବ।
ତୃତୀୟ ଅସ୍ତ୍ର ସୈପର ପଞ୍ଚ
ସୈପର ପଞ୍ଚ ମଧ୍ୟ ଏକ ମାରାତ୍ମକ ଅସ୍ତ୍ର ନୁହେଁ। ଏହାକୁ ଶତ୍ରୁ ଚୀନ ବିରୁଦ୍ଧରେ ବ୍ୟବହାର କରିବା ପାଇଁ ନିର୍ମାଣ କରାଯାଇଛି। ଏଥିରେ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ। ହାତ ସହାର୍ଯ୍ୟରେ ହେଇଥିବା ଯୁଦ୍ଧ କରିବା ପାଇଁ ଏହା ବହୁତ ସହାୟକ ହେବ। ଯଦି ଶତ୍ରୁ ଏହାକୁ ଛୁଇଁବାକୁ ଚେଷ୍ଟା କରେ ତାହେଲେ ତାକୁ ବିଦ୍ୟୁତ ଝଟକା ଲାଗିବ।
ଚତୁର୍ଥ ଅସ୍ତ୍ର ଭଦ୍ରା
ଭଦ୍ର ହେଉଛି ଏକ ବିଶେଷ ପ୍ରକାରର ଢାଲ। ଏହା ସୈନିକଙ୍କୁ ପଥର ଆକ୍ରମଣରୁ ରକ୍ଷା କରିବ। ଏହି ଅସ୍ତ୍ରର ଗୋଟିଏ ଭାଗରେ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ। ଏହାର ସାହାଯ୍ୟରେ ଶତ୍ରୁଙ୍କୁ ଜବାବ ଦିଆଯାଇପାରିବ। ଏହା ଏକ ଉଜ୍ଜ୍ୱଳ ଆଲୋକ ନିର୍ଗତ କରେ ଯାହା ସାମୟିକ ଭାବରେ ଶତ୍ରୁକୁ ଅନ୍ଧ କରିଦେବାର କ୍ଷମତା ରଖିଛି।
ପଞ୍ଚମ ଅସ୍ତ୍ର ଦଣ୍ଡ
ଦଣ୍ଡ ହେଉଛି ବିଦ୍ୟୁତ୍ ଦ୍ୱାରା ପରିଚାଳିତ ଏକ ବାଡ଼ି। ଏହାକୁ ବ୍ୟବହାର କରିବା ପାଇଁ ଏଥିରେ ଏକ ସୁରକ୍ଷା ସୁଇଚ୍ ରହିଛି। ଯଦିଓ କୌଣସି ଶତ୍ରୁ ଏହାକୁ ଆମ ଠାରୁ ଛଡ଼ାଇ ନିଅନ୍ତି ତାହେଲେ ସେମାନେ ଏହାକୁ ଆମ ବିରୁଦ୍ଧରେ ବ୍ୟବହାର କରିବାରେ ସମର୍ଥ ହେବେ ନାହିଁ।
ଏପରି ପୌରାଣିତ ନାମ ଥିବା ଅସ୍ତ୍ର ନିର୍ମାଣ କରିବା ପଛରେ ରହିଥିବା କାରଣ ହେଉଛି ଚୀନ୍ ସୈନ୍ୟ ବାଡ଼ି, ବର୍ଚ୍ଛା, ଲୁହା ରଡ୍ ଭଳି ଉପକରଣ ବ୍ୟବହାର କରି ଯୁଦ୍ଧ କରିବାରେ ବେଶ ପାରଙ୍ଗମ। ଏଭଳି ସୈନିକଙ୍କ ସହାୟତାରେ ଚୀନ୍ ବର୍ତ୍ତମାନ ଭାରତ ବିରୋଧି ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି। ତିବ୍ଦତସ୍ଥିତ ମାଳଭୂମି ଅଞ୍ଚଳରେ ରହୁଥିବା ଏହି ସଂଗ୍ରାମୀ ମଧ୍ୟ ଚୀନ୍ ସେନାକୁ ଏଭଳି ଅସ୍ତ୍ର ସାହାର୍ଯ୍ୟରେ ଲଢିବା ପାଇଁ ତାଲିମ ଦେଉଛି। ଏଭଳି ପରିସ୍ଥିତିରେ ଭାରତୀୟ ସୁରକ୍ଷା ବଳ ମଧ୍ୟ ଚୀନ୍ ସୈନିକଙ୍କୁ ଜବାବ ଦେବା ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି।