ଲକ୍ଷ୍ନୌ: ଡ୍ରଗ୍ସ-ଅଣ୍ଡରୱାର୍ଲ୍ଡ (Drugs-Underworld) ସହ ସମ୍ପର୍କ ଆଦି ପ୍ରସଙ୍ଗକୁ ନେଇ ବିବାଦରେ ରହୁଥିବା ବଲିଉଡ ଇଣ୍ଡଷ୍ଟ୍ରି (Bollywood Industry) ବିରୁଦ୍ଧରେ ଏବେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ଉତ୍ତର ପ୍ରଦେଶ (Uttar Pradesh) ରେ କ୍ଷମତାସୀନ ଯୋଗୀ ସରକାର (Yogi Govt) । ଏହି କ୍ରମରେ ରାଜ୍ୟର ଗୌତମବୁଦ୍ଧ ନଗର (Gautam Budh Nagar) ଜିଲ୍ଲା ମୁଖ୍ୟାଳୟ (District Haead Quarter) ନୋଏଡା (NOIDA) ଠାରେ ଏକ ବୃହତ୍ତ ଫିଲ୍ମ ସିଟି (Film City) ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (CM Yogi Adityanath) ।


COMMERCIAL BREAK
SCROLL TO CONTINUE READING

ଏନେଇ ସେ ଜମି ଖୋଜିବା ଲାଗି ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମିରଟ ଡିଭିଜନ (Meerut Division) ଠାରେ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ଆଲୋଚନା କରିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, " ସାମ୍ପ୍ରତିକ ପରିସ୍ଥିତିରେ ଦେଶ ଏକ ଉତ୍ତମ ଫିଲ୍ମ ସିଟି ଦରକାର କରୁଛି । ଏହି ଦାୟିତ୍ୱ ନେବା ଲାଗି ଉତ୍ତର ପ୍ରଦେଶ ପ୍ରସ୍ତୁତ ରହିଛି । ଏହା ଫିଲ୍ମ ନିର୍ମାତାଙ୍କୁ ଭଲ ସୁଯୋଗ ଦେବା ସହ ରାଜ୍ୟର ଯୁବବର୍ଗଙ୍କୁ ରୋଜଗାର ଯୋଗାଇ ଦେବ । " 


ଫିଲ୍ମ ସିଟି ନିର୍ମାଣ ଲାଗି ନୋଏଡା ସମେତ ଗ୍ରେଟର ନୋଏଡା (Greater Noida), ଯମୁନା ଏକ୍ସପ୍ରେସ ୱେ (Yamuna Express Way) ଆଦି ଅଞ୍ଚଳରେ ଜମି ଦେଖିବା ସହ ଏନେଇ ମାଷ୍ଟର ପ୍ଲାନ (Master Plan) ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 


ଏହା ସହିତ ଗୌତମବୁଦ୍ଧ ନଗର ଠାରେ ନୋଏଡା କନଭେନସନ (NOIDA Convention), ବାସସ୍ଥାନ, ଗଲ୍ଫ କୋର୍ସ (Gulf Course), ମେଟ୍ରୋ ସମ୍ପ୍ରସାରଣ (Metro Expansion), ସେକ୍ଟର ୨୧ଏ ଫାୟାରିଂ ରେଞ୍ଜ (Sector 21A Firing Range) କାର୍ଯ୍ୟକୁ ଆଗକୁ ବଢାଇବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲ୍ପମେଣ୍ଟ ଅଥରିଟି-ନୋଏଡା (NOIDA-New Okhla Industrial Development Authority) କୁ ନିର୍ଦ୍ଦେଶ ଦେଇଛନ୍ତି ।  


ମିରଟ ଡିଭିଜନ ଅଧିନରେ ଅବସ୍ଥିତ ମିରଟ, ଗାଜିଆବାଦ, ବୁଲନ୍ଦଶହର, ହାପୁଡ, ବାଗପତ, ଗୌତମବୁଦ୍ଧ ନଗର ଆଦି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ । ଏହି ପ୍ରକଳ୍ପ ଲାଗି ଉତ୍ତର ପ୍ରଦେଶ ସରକାର ୨୦୦୦ କୋଟିର ସହାୟତା ରାଶି ଘୋଷଣା କରିଥିଲେ । 


ରାଜ୍ୟରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ଲାଗି ଆଶ୍ୱସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ଦିଲ୍ଲୀ-ମିରଟ ଏକ୍ସପ୍ରେସ ୱେ (Delhi-Meerut Express Way), ଦିଲ୍ଲୀ-ଗାଜିଆବାଦ-ମିରଟ ରିଜିଓନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (Delhi-Ghaziabad-Meerut Regional Rapid Transit System), ମିରଟ ଇନର ରିଙ୍ଗ ରୋଡ (Meerut Inner Ring Road) ରାସ୍ତାରେ ଟ୍ରାଫିକ ସମସ୍ୟା ଦୂର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯୋଗୀ ସରକାର । ଏହା ସହିତ ଦିଲ୍ଲୀ-ମିରଟ ଏକ୍ସପ୍ରେସ ୱେ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ ।