ନୂଆଦିଲ୍ଲୀ: 7th Pay Commission: ଉତ୍ତର-ପଶ୍ଚିମ ରେଳବାଇର କର୍ମଚାରୀମାନେ (North Western Railway Employees) ସେମାନଙ୍କ ଦରମା କଟିପାରେ ବୋଲି ଚିନ୍ତାରେ ଅଛନ୍ତି । ପ୍ରକୃତରେ, କର୍ମଚାରୀ ଏହି ବିଷୟକୁ ନେଇ ଚିନ୍ତାରେ ଅଛନ୍ତି ଯେ ଯେଉଁମାନେ କୋରୋନା ସଂକ୍ରମିତ (Coronavirus Infected) ହେବା ପରେ କ୍ୱାରାଣ୍ଟିନରେ ସମୟ ବିତାଇଥିଲେ, ସେମାନେ ସେହି ସମୟ ପାଇଁ ଟଙ୍କା ପାଇବେ କି ନାହିଁ? ଯେଉଁ କର୍ମଚାରୀମାନଙ୍କ ପାଖରେ ଇଏଲ କିମ୍ବା ପିଏଲ ନାହିଁ ସେମାନଙ୍କ କ୍ୱାରାଣ୍ଟିନ ଅବଧି (Quarantine Period) ର ଟଙ୍କା କଟାଯିବ । ତେବେ ଏହା ପୂର୍ବରୁ ସରକାର କହିଥିଲେ ଯେ କ୍ୱାରାଣ୍ଟିନ ସମୟକୁ ସ୍ପେଶାଲ ଲିଭ୍ ଗଣାଯିବ । ଚିନ୍ତା ଏହି କଥା ଉପରେ କରାଯାଉଛି ଯେ ଯେଉଁମାନେ ଲକଡାଉନ୍ (Lockdown) ପରେ କ୍ୱାରାଣ୍ଟିନରେ ରହିଛନ୍ତି ।  ସେମାନଙ୍କର ଛୁଟି କିପରି ଗଣାଯିବ? ଏହାକୁ ନେଇ ବର୍ତ୍ତମାନ ସ୍ଥିତି ସ୍ପଷ୍ଟ ହୋଇନାହିଁ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିବ ୧୩ ପ୍ରତିଶତ ମହଙ୍ଗା ଭତ୍ତା!


ଏହାପୂର୍ବରୁ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ (Railway Minister Piyush Goyal) ସଂସଦରେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କୋଭିଡ-19 (COVID-19) ବିରୋଧରେ ପ୍ରାୟ ୧୩,୧୧୭ ରେଳ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି । ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରେଳ କର୍ମଚାରୀଙ୍କ ଟିକାକରଣ (Vaccination) ପର୍ଯ୍ୟାୟକ୍ରମେ କରାଯାଉଛି ।


ଅଧିକ ପଢ଼ନ୍ତୁ:-ଏହି ରାଜ୍ୟ ସରକାର ୭ ଲକ୍ଷ ଲୋକଙ୍କୁ ଦେବେ ରୋଜଗାର, ଜାଣନ୍ତୁ କେବେ ଆରମ୍ଭ ହେବ ପ୍ରକ୍ରିୟା


ପ୍ରଥମ ପର୍ଯ୍ୟାୟରେ ରେଳ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଉଛି । ଏପର୍ଯ୍ୟନ୍ତ ୧୩,୧୧୭ ରେଳ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଟିକାକରଣ ପାଇଁ ୩,୭୦,୩୧୬ ଫ୍ରଣ୍ଟ ଲାଇନ ରେଳ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି ସେ କହିଛନ୍ତି ।


ଅଧିକ ପଢ଼ନ୍ତୁ:-ବଡ଼ ଖବର: ୩୩ ଲକ୍ଷ ଅଯୋଗ୍ୟ ଚାଷୀଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିଷାନ ନିଧି'ର ଟଙ୍କା!


ବର୍ତ୍ତମାନ ସୁଦ୍ଧା ୩୦,୦୦୦ରୁ ଅଧିକ ରେଳ କର୍ମଚାରୀ କୋଭିଡ଼-19 ଦ୍ୱାରା ସଂକ୍ରମିତ ହୋଇଛନ୍ତି । ପ୍ରାୟ ୭୦୦ ଲୋକଙ୍କର ମୃତ୍ୟୁ ହୋଇଛି । ଏହାପୂର୍ବରୁ ରେଳବାଇରୁ ୪.୩ ଲକ୍ଷ କର୍ମଚାରୀଙ୍କୁ କୋରୋନା ଟିକାକରଣ ପାଇଁ ଚୟନ କରାଯାଇଥିଲା । ଏଥିମଧ୍ୟରେ ଷ୍ଟେସନ ମାଷ୍ଟର, ଇଞ୍ଜିନ ଡ୍ରାଇଭର, ସୁରକ୍ଷା କର୍ମୀ, ଟିକେଟ୍ ଚେକର୍ ଏବଂ ଟ୍ରାକମ୍ୟାନ୍ ଅନ୍ତର୍ଭୁକ୍ତ ଅଛନ୍ତି ।