DTH Service Prices Will Increase: ଟେଲିଭିଜନ ହେଉଛି ମନୋରଞ୍ଜନ ଲାଗି ସବୁଠାରୁ ଶସ୍ତା ମାଧ୍ୟମ। ହେଲେ ଏବେ ମହଙ୍ଗା ହେବାକୁ ଯାଉଛି ଟିଭି ରିଚାର୍ଜ। ଏକ ରିପୋର୍ଟ ଅନୁଯାୟୀ, ଡାଇରେକ୍ଟ-ଟୁ-ହୋମ୍ ସେବାର ମୂଲ୍ୟ ଖୁବ୍ ଶୀଘ୍ର ବୃଦ୍ଧି ପାଇବ। ଆସନ୍ତା ସପ୍ତାହରେ, ନୂତନ ଶୁଳ୍କ ଅର୍ଡର ୩.୦ ପ୍ରଭାବ ବ୍ୟବହାର କରୁଥିବା ଗ୍ରାହକଙ୍କ ଉପରେ ଅନୁଭୂତ ହେବ। ହେଲେ ତଥାପି, ଗୋଟିଏ ଥରରେ ରିଚାର୍ଜ ମୂଲ୍ୟ ବୃଦ୍ଧି ପାଇବ ନାହିଁ।


COMMERCIAL BREAK
SCROLL TO CONTINUE READING

ରିପୋର୍ଟ ମୁତାବକ ଡାଇରେକ୍ଟ-ଟୁ-ହୋମ୍ (Direct To Home) ଡିଟିଏଚ ଅପରେଟର (DTH Operator) ପ୍ରସାରଣକାରୀଙ୍କ ଦ୍ୱାରା ବର୍ଦ୍ଧିତ ମୂଲ୍ୟ ଗ୍ରାହକଙ୍କୁ ଦେଇପାରନ୍ତି। ଏହି ରିପୋର୍ଟ ଜରିଆରେ ଦାବି କରାଯାଇଛି ଯେ, ଡିଟିଏଚ ସେବା ମୂଲ୍ୟ (DTH Service Charge) ଗୋଟିଏ ଥର ବୃଦ୍ଧି ହେବ ନାହିଁ। କାରଣ ହଠାତ ମୂଲ୍ୟ ବଢିବା ଦ୍ୱାରା ଗ୍ରାହକଙ୍କୁ ଝଟକା ଲାଗିପାରେ। ଡିଟିଏଚ ସେବା ମୂଲ୍ୟ ଧୀରେ ଧୀରେ କମ୍ପାନୀ ଦ୍ୱାରା ପର୍ଯ୍ୟାୟକ୍ରମେ ବଢାଯିବ। କୁହାଯାଉଛି ଯେ ଡିଟିଏଚ ବ୍ୟବହାର କରୁଥିବା ଗ୍ରାହକଙ୍କ ବିଲ ୨୫ ଟଙ୍କାରୁ ୫୦ ଟଙ୍କାଙ୍କୁ ବୃଦ୍ଧି ପାଇପାରେ। 


FCCI-EY 2022 ରିପୋର୍ଟ  ଜରିଆରେ ଦର୍ଶାଯାଇଛି ଯେ ଦେଶରେ ଟିଭି ସବସ୍କ୍ରିପସନ୍ ଦ୍ୱାରା ଜଣେ ଉପଭୋକ୍ତାଙ୍କ ପାଖରୁ ହାରାହାରି ୨୨୩ ଟଙ୍କା ଆୟ ହେଉଛି। ଟାଟା ପ୍ଲେ ମୁଖପାତ୍ର କହିଛନ୍ତି ଯେ କମ୍ପାନୀ  ଆସନ୍ତାୀ ୪-୬ ସପ୍ତାହ ମଧ୍ୟରେ ମୂଲ୍ୟ ବୃଦ୍ଧି କରିବ। ଡିଟିଏଚ ଦ୍ୱାରା ନିଆୟାଇଥିବା ଏହି ନିଷ୍ପତ୍ତି ସହିତ ଗ୍ରାହକଙ୍କ ବିଲ୍ ଉପରେ ଏହାର ପ୍ରଭାବ ଆଗାମୀ ସମୟରେ ଦେଖାଯିବ। ତଥାପି ରିଚାର୍ଜ ମୂଲ୍ୟ ଅଧିକ ବୃଦ୍ଧି ହେବ ନାହିଁ। ଏନେଇ କୁହାଯାଉଛି ଯେ ପ୍ରତି ମାସରେ ଗ୍ରାହକଙ୍କ ବିଲ୍ ୫ ପ୍ରତିଶତରୁ ୬ ପ୍ରତିଶତ ବୃଦ୍ଧି ହୋଇପାରେ। କାରଣ ଡିଟିଏଚ ଅପରେଟର ନେଟୱର୍କ କ୍ଷମତା ଶୁଳ୍କ ବୃଦ୍ଧି କରୁନାହାଁନ୍ତି।