Russia Ukraine America: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରୁ ବର୍ଷେ ପୂରଣ ହୋଇସାରିଛି। ଏବେ ଗୋଟିଏ ପଟେ ୟୁକ୍ରେନ ସହ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ ଏକ ବିପଦଜ୍ଜନକ ଦାବି କରିଛି ଋଷିଆ। ଏନେଇ ଋଷିଆ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ ଯୁଦ୍ଧରେ ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରିବାକୁ ଆମେରିକା ଯୋଜନା କରିଛି। ମଙ୍ଗଳବାର ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ  ଯୁକ୍ତରାଷ୍ଟ୍ର ଆମେରିକା  ଯୁଦ୍ଧରେ ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର ଋଷିଆକୁ ଉତ୍ତେଜିତ କରିବାକୁ ଯୋଜନା କରୁଛି। ମନ୍ତ୍ରଣାଳୟ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ଜନ୍ ସଲିଭାନଙ୍କ ଉଦ୍ଧେଶ୍ୟରେ କହିଛି ଯେ ସ୍ୱତନ୍ତ୍ର ସାମରିକ ଅଭିଯାନ ଅଞ୍ଚଳରେ ଋଷୀୟ ସୈନ୍ୟ ରାସାୟନିକ ଅସ୍ତ୍ର ବ୍ୟବହାର କରିବାକୁ ଯୋଜନା କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ନ୍ୟୁଜ ଏଜେନ୍ସି ରୟଟର୍ସ ରିପୋର୍ଟ ଅନୁଯାୟୀ, ଋଷୀୟ ସଶସ୍ତ୍ର ବାହିନୀ (Russian Armed Force) ବିକିରଣ, ରାସାୟନିକ ଏବଂ ଜୈବିକ ପ୍ରତିରକ୍ଷା ସୈନ୍ୟବାହିନୀର ମୁଖ୍ୟ ଇଗୋର କିରିଲୋଭ ପ୍ରତିରକ୍ଷା ମନ୍ତ୍ରଣାଳୟର (Ministry of Defence of the Russian Federation) ଦାବି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା (United States of America) ଏବଂ ଏହାର ସହଯୋଗୀଙ୍କ ଦ୍ୱାରା ୟୁକ୍ରେନରେ (Ukraine) ରାସାୟନିକ ପଦାର୍ଥ ବ୍ୟବହାର ବ୍ୟବହାରକୁ ଆମେ ଉତ୍ତେଜନ ସୃଷ୍ଟି କରିବା ଭଳି ପରିସ୍ଥିତି ଭାବେ ମାନୁଛୁ। ହେଲେ ଋଷିଆ ପ୍ରକୃତ ଅପରାଧୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଣ୍ଡିତ କରିବ।


ରବିବାର ଦିନ ପ୍ରକାଶିତ ଏକ ସାକ୍ଷାତକାରରେ ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନ (Russian President Vladimir Putin) ରାଷ୍ଟ୍ରୀୟ ଗଣମାଧ୍ୟମ ଋଷିୟା ୧ (Russian State Media Russia 1) ସହ ବାର୍ତ୍ତାଳାପରେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶ (Western Country) ପୂର୍ବତନ ସୋଭିଏତ୍ ସଂଘ (Former Soviet Union) ଏବଂ ଏହାର ମୌଳିକ ଅଂଶକୁ ବିଚ୍ଛିନ୍ନ କରିବାକୁ ଚାହୁଁଛନ୍ତି। ରାଷ୍ଟ୍ରପତି ପୁତିନ ୟୁକ୍ରେନ ଉପରେ ଋଷୀୟ ସେନା ଦ୍ୱାରା କରାଯାଇଥିବା ଆକ୍ରମଣକୁ ଏକ ସ୍ୱତନ୍ତ୍ର ସାମରିକ ସାମରିକ ଅଭିଯାନ ବୋଲି ବର୍ଣ୍ଣନା କରିଛନ୍ତି। ଋଷୀୟଙ୍କୁ ସୁରକ୍ଷା ଦେବା,  ୟୁକ୍ରେନର ନାଟୋ ସଦସ୍ୟତାକୁ ଅବରୋଧ କରିବା ଏବଂ ଏହାକୁ ୟୁକ୍ରେନକୁ ଋଷିଆ ପ୍ରଭାବ ପରିସର ମଧ୍ୟରେ ରଖିବା ଲକ୍ଷ୍ୟ ବୋଲି କହିଛନ୍ତି। ୟୁକ୍ରେନ ଏବଂ ପାଶ୍ଚାତ୍ୟ ଦେଶ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ଏବଂ ଜଣେ ଇହୁଦୀ ରାଷ୍ଟ୍ରପତି ରହିଥିବା ଦେଶ ବିରୋଧରେ ଏହା ଏକ ବେଆଇନ ଆକ୍ରମଣ ବୋଲି କହିଛନ୍ତି।