Google Layoffs: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର, ଫେସବୁକ ଓ ଆମାଜନ ପରେ ଏବେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ପାବେଟ୍ ବଡ଼ ଧରଣର ଛଟେଇ କରିବାକୁ ଯାଉଛି। ଏହି ରିପୋର୍ଟ ମୁତାବିକ୍, ଆଲଫାବେଟ୍ ଖରାପ ପ୍ରଦର୍ଶନ କରୁଥିବାରୁ ପ୍ରାୟତଃ ଦଶ ହଜାର କର୍ମଚାରୀଙ୍କୁ ଛଟେଇ କରିବାର ପ୍ରସ୍ତୁତି କରାଯାଉଛି। ଏହା ଗୁଗୁଲ୍ ରେ କାମ କରୁଥିବା ସଂଖ୍ୟାରୁ ପ୍ରାୟ ୬ ପ୍ରତିଶତ ବୋଲି କୁହାଯାଉଛି । ଦ ଇନଫରମେସନର ଏକ ରିପୋର୍ଟ ଅନୁଯାୟୀ, ଗୁଗୁଲ ନିଜର କର୍ମଚାରୀଙ୍କ ପ୍ରଦର୍ଶନକୁ ମାପିବା ପାଇଁ ଏକ ନୂଆ ପରଫରମାନ୍ସ ରେଟିଂ ସିଷ୍ଟମ ଆପଣେଇଛି। ଯାହାର ଆଧାରରେ ଗୁଗୁଲର କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ସମସ୍ତ ପ୍ରସ୍ତୁତି କରାଯାଉଛି।


COMMERCIAL BREAK
SCROLL TO CONTINUE READING

ରିପୋର୍ଟରେ କୁହାଯାଇଛି ଯେ, ଏକ ନୂଆ ପରଫାରମାନ୍ସ ରେଟିଂ (Performance Rating) ମ୍ୟାନେଜରଙ୍କୁ ଆଗାମୀ ବର୍ଷର ପ୍ରାରମ୍ଭରୁ ଖରାପ ପ୍ରଦର୍ଶନ କରିଥିବା ହଜାର ହଜାର କର୍ମଚାରୀଙ୍କୁ ବାହାରକୁ ବାହାର କରିବାରେ ସାହାଯ୍ୟ କରିବ। ମ୍ୟାନେଜର ଏହି ରେଟିଂର ବ୍ୟବହାର ସେମାନଙ୍କୁ ବୋନସ ଓ ଷ୍ଟକ୍ ଦେବାକୁ ମଧ୍ୟ ଅଗ୍ରାହ୍ୟ କରିପାରିବେ।  ନୂଆ ସିଷ୍ଟମ ଅନୁସାରେ, ମ୍ୟାନେଜରଙ୍କୁ ନିଜର ୬ ପ୍ରତିଶତ ବା ପାଖାପାଖି ୧୦ ହଜାର କର୍ମଚାରୀଙ୍କୁ ଖରାପ ପ୍ରଦର୍ଶନ କରୁଥିବା ଶ୍ରେଣୀରେ ସାମିଲ କରିବାକୁ କୁହାଯାଇଛି। ନୂଆ ସିଷ୍ଟମ (New System) ସେହି କର୍ମଚାରୀଙ୍କ ପ୍ରତିଶତ କୁ ବି ହ୍ରାସ କରିଥାଏ । ଯାହାଙ୍କୁ ହାଇ ରେଟିଂ ମଧ୍ୟ ଦିଆଯାଇପାରିବ।


Also Read: Twitter Jobs: ଏତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ ପରେ ଏଲନ ମସ୍କ ଦେଲେ ଗୁଡ ନ୍ୟୁଜ୍


ତଥାପି ଆଲଫାବେଟ୍ ଏହି କ୍ରମରେ କୌଣସି ପ୍ରକାରର ଆଧିକାରିକ ଭାବେ ରିପୋର୍ଟ ଦିଆଯାଇନାହିଁ। ଆଲଫାବେଟରେ ଏହି ସମୟରେ ପୁରା ଏକଲକ୍ଷ ୮୭ ହଜାର କର୍ମଚାରୀ ନିଯୁକ୍ତ ଅଛନ୍ତି।  ଆମେରିକା ଷ୍ଟକ ଏକ୍ସଚେଞ୍ଜ (Stock Exchange)ରେ ମହଜୁଦ ଥିବା ସୂଚନାନୁଯାୟୀ, ଆଲଫାବେଟ୍ ର କର୍ମଚାରୀ ମାନେ ପୂର୍ବବର୍ଷ ପର୍ଯ୍ୟନ୍ତ ବାର୍ଷିକ ସାଲାରୀ ୨,୯୫ ହଜାର ୮୮୪ ଡଲାର ଥିଲା।


Also Read: Number Plate: ଗାଡ଼ିର ନମ୍ବର ପ୍ଲେଟରେ ମାତ୍ର ଗୋଟିଏ ଭୁଲ୍, ଚାଲାଣ କଟିଲେ ହୋଇଯିବେ କାଙ୍ଗାଳ


ଆଲଫାବେଟ (Alphabet) ଏଇ ନିକଟରେ ଶେଷ ହୋଇଥିବା ସେପ୍ଟେମ୍ବର ତ୍ରୟୋମାସିରେ ୧୩.୯ ଆରବ ଡଲାରର ଫାଇଦା କରାଯାଇଥିଲା। ପୂର୍ବବର୍ଷ ହିଁ ଏହି ତ୍ରୋୟମାସିରେ ହୋଇଥିବା ଫାଇଦା ପାଖାପାଖି ୨୭ ପ୍ରତିଶତ କମ ଥିଲା। ସେହିପରି ଆଲଫାବେଟର ରେଭିନ୍ୟୁର ସେପ୍ଟେମ୍ବର ତ୍ରୋୟମାସିରେ ୬ ପ୍ରତିଶତ ବୃଦ୍ଧି ଘଟି ୬୯.୧ ଆରବ ଡଲାର ଥିଲା । ଆଲଫାବେଟର ସିଇଓ ସୁନ୍ଦର ପିଚାଇ (Alphabet Ceo Sundar Pichai) ସେହି ସମୟରେ ସଙ୍କେତ ଦେଇଥିଲେ କି ଯଦି କମ୍ପାନୀର ପ୍ରଡକ୍ଟଭିଟି ୨୦ ପ୍ରତିଶତ ଯାଏ ନହୁଏ ତେବେ ଚାକିରିରେ ଛଟେଇ ପର୍ବ ଆରମ୍ଭ ହୋଇଯାଏ।